Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସ ମୁଖ୍ୟ ସଚେତକ ଦଳ ଛାଡ଼ିଲେ

    Share on :
    Date: Aug 6, 2019    Views: 81

    ନୂଆଦିଲ୍ଲୀ:  ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ କଂଗ୍ରେସ ଦଳ ପାଇଁ ଏକ ଆତ୍ମହତ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଛି । ଏହି ବିଲ ବିରୋଧରେ ଭୋଟ ଦେବା ପାଇଁ ରାଜ୍ୟସଭାରେ କଂଗ୍ରେସ ହ୍ୱିପ ଜାରି କରିବ ବୋଲି ଆଶା ରଖାଯାଇଥିଲା । କିନ୍ତୁ ଯିଏ ହ୍ୱିପ ଜାରି କରିବା କଥା ସେ ଦଳକୁ ବଡ଼ ଝଟକା ଦେଇଛନ୍ତି । ରାଜ୍ୟସଭାରେ କଂଗ୍ରେସର ମୁଖ୍ୟ ସଚେତକ ଥିବା ଆସାମର ସାଂସଦ ଭୁବନେଶ୍ୱର କଲିତା ରାଜ୍ୟସଭା ସଦସ୍ୟ ପଦ ସମେତ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । କଲିତା କହିଛନ୍ତି, କଶ୍ମୀର ପ୍ରସଙ୍ଗରେ କଂଗ୍ରେସ ଦଳ ତାଙ୍କୁ ହ୍ୱିପ୍ ଜାରି କରିବାକୁ କହିଥିଲା । କିନ୍ତୁ ସତ୍ୟ ହେଲା ଏହା ସମ୍ପୂର୍ଣ୍ଣ ଭାବେ ଦେଶର ଭାବନା ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି ଏବଂ ହ୍ୱିପ ଜାରି କରିବା ସାଧାରଣ ଲୋକଙ୍କ ଭାବନା ବିରୋଧୀ । କଂଗ୍ରେସ ଏହି ଆଦର୍ଶ ସହିତ ଆତ୍ମହତ୍ୟା କରୁଛି ଏବଂ ମୁଁ ଏହାର ଅଂଶବିଶେଷ ହେବାକୁ ଚାହୁଁନାହିଁ । ମୁଁ ହ୍ୱିପକୁ ପାଳନ କରିବି ନାହିଁ ଏବଂ ଇସ୍ତଫା ଦେଉଛି । କଂଗ୍ରେସର ନେତୃତ୍ୱକୁ କଂଗ୍ରେସକୁ ନଷ୍ଟ କରିବାକୁ ପ୍ରଚେଷ୍ଟା କରୁଛନ୍ତି । ତେଣୁ ଧ୍ୱଂସକୁ କଂଗ୍ରେସକୁ କେହି ଅଟକାଇ ପାରିବେ ନାହିଁ ବୋଲି ଶ୍ରୀ କଲିତା କହିଛନ୍ତି ।

    Read more

    ରାତିରେ ନୂଆ ମୁଖିଆଙ୍କ ନାମ ଘୋଷଣା

    ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ ବହୁ ଦିନରୁ ଖାଲି ପଡ଼ିଛି । ତେବେ ପରବର୍ତ୍ତୀ କଂଗ୍ରେସ ମୁଖିଆ କିଏ ହେବ ତାକୁ ନେଇ ସସପେନ୍ସ ଏବେ ବି ଜାରି ରହିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତି ୮.୩୦ରେ ...

    Read more

    କିଏ ହେବ କଂଗ୍ରେସ ମୁଖିଆ

    ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ ବହୁ ଦିନରୁ ଖାଲି ପଡ଼ିଛି । ତେବେ ପରବର୍ତ୍ତୀ କଂଗ୍ରେସ ମୁଖିଆ କିଏ ହେବ ସେ ନେଇ ଆଜି  ନୂଆଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି ...

    Read more

    କଂଗ୍ରେସର ନୂଆ ସଭାପତି ଚୟନ ନିଷ୍ପତ୍ତି ଆଜି

    ନୂଆଦିଲ୍ଲୀ : କଂଗ୍ରେସର ନୂତନ ସଭାପତି ଚୟନକୁ ନେଇ ଦୀର୍ଘଦିନ ଧରି ଅନିଶ୍ଚିତତା ଲାଗି ରହିଥିବା ବେଳେ ଆସନ୍ତାକାଳି ଏହାର ପରିସମାପ୍ତି ଘଟିବାକୁ ଯାଉଛି । କଂଗ୍ରେସର ନୂତନ ସଭାପତି ଚୟନ ପାଇଁ ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ୋହବ ଏବଂ ଏଥିରେ ନୂଆ ...

    Maximum 500 characters

    ରାଜନୀତି View all

    Find Us on Facebook