Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବାଦ ପଡ଼ିବେ ‘କାଳିଆ’ ଅଯୋଗ୍ୟ

    Share on :
    Date: Aug 6, 2019    Views: 493

    ଭୁବନେଶ୍ୱର:  ଟଙ୍କା ଲୋଭରେ କାଳିଆ ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କ  ପାଇଁ ସତର୍କ ଘଣ୍ଟି ।  ନିଜକୁ ଚାଷୀ କହି ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ  ଏବେ ସାବଧାନ ହେବାକୁ ପଡ଼ିବ ।  କାରଣ ସେମାନଙ୍କୁ ଉକ୍ତ ଯୋଜନାରୁ ବାଦ ଦିଆଯିବ । ନିଜ ଆଡ଼ୁ ସେମାନେ ଏନେଇ ଦରଖାସ୍ତ ଦେଇ ଯୋଜନାରୁ ଓହରିପାରିବେ । ଏମିିତି ନକଲେ ସରକାରଙ୍କ ତରଫରୁ ସେମାନଙ୍କୁ ଚିହ୍ନଟ କରି ବାଦ ଦିଆଯିବ । ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଯାଞ୍ଚ ହେବାକୁ ଥିବାବେଳେ ତାଲିକାରୁ ବାଦ ପାଇଁ ଅଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ ।  ଏନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ।  

    ସେ କହିଛନ୍ତି ଯେ,  ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ତାଲିକା ଟଙ୍ଗା ଯାଇଛି ।  ଯେଉଁମାନେ  ଯୋଗ୍ୟ ନୁହନ୍ତି, ସେମାନେ ନିଜ ଆଡ଼ୁ  କହିପାରିବେ ।  ଦରଖାସ୍ତ ଦେଇ ନିଜକୁ କାଳିଆ ଯୋଜନାରୁ ବାଦ ଦେବାକୁ ହିତାଧିକାରୀ କହିପାରିବେ । ଏଯାବତ ଆମ ପାଖରେ ୧ କୋଟି ଦରଖାସ୍ତ ପଡ଼ିଛି ।  ଅଯୋଗ୍ୟଙ୍କୁ ବାଦ ଦେବା ଓ ଯୋଗ୍ୟଙ୍କୁ ଯୋଜନାରେ ସାମିଲ କରିବା ଆମର ଲକ୍ଷ୍ୟ ।  ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବାକୁ କମିଟି ଗଠନ କରାଯାଇଛି ।  ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି ।   ୫୧ ଲକ୍ଷ କାଳିଆ ହିତାଧିକାରୀଙ୍କ ନାମ ୱେବସାଇଟରେ ଦିଆଯାଇଛି ।  ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଅଛନ୍ତି ।  ସବୁ ପଞ୍ଚାୟତରେ ବି ହିତାଧିକାରୀ ତାଲିକା ଟଙ୍ଗା ଯାଇଛି ।  ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ତାଲିକା ଟଙ୍ଗା ଯାଇଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା କହିଛନ୍ତି । 

    ଉଲ୍ଲେଖ ଥାଉ କି, କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ ହୋଇଥିବା ନେଇ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଜୁଲାଇ ୨୮ ତାରିଖରେ ଖୋଦ୍ ବିଜେଡି ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ‘କାଳିଆ’ ସହାୟତା ତାଲିକାରେ ସଂଯୁକ୍ତ କରାଯାଇଛି । କେଁଉଠି ନା କେଉଁଠି ହିତାଧିକାରୀ ଚିହ୍ନଟ କରିବାରେ ତ୍ରୁଟି ରହୁଛି ବୋଲି ବିଧାନସଭାରେ ସଦସ୍ୟମାନେ କହିଥିଲେ ।

    Read more

    କାଳିଆ ଯାଞ୍ଚ ଅବଧି ବଢିଲା

    ଭୁବନେଶ୍ୱର: ବଢିଲା କାଳିଆ ଯାଞ୍ଚ ଅବଧି ।  କାଳିଆ  ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧିକୁ ବୃଦ୍ଧି କରାଯାଇଛି ।  ଆସନ୍ତାକାଲି ଯାଞ୍ଚର ଶେଷ ତାରିଖ ଥିବାବେଳେ ଏହାକୁ ଆସନ୍ତା ୨୭ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି ।  କାଳିଆ ଯୋଜନାର ସମୀକ୍ଷା ...

    Read more

    ରାଜ୍ୟସାରା ‘କାଳିଆ’ କଳି

    ଭୁବନେଶ୍ୱର: ‘କାଳିଆ’ ଯୋଜନାରେ ହିତାଧିକାରୀ ଫର୍ମ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଝାମେଲା ସହ ଉତ୍ତେଜନା ପ୍ରକାଶ ପାଇଛି ।  ବାଲିକୁଦା, ବାଲେଶ୍ୱର, ବଣାଇ ଓ ଜଳେଶ୍ୱରରେ ଝାମେଲା ହେବା ସହ ପାଟିତୁଣ୍ଡ ମଧ୍ୟ ହୋଇଛି ।  

    ଜଗତସିଂହପୁର ଜିଲ୍ଲା ବାଲିକୁଦା ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook