Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସମାଲୋଚନା କରିବା ଠିକ ନୁହେଁ: ଶଶୀଭୂଷଣ

    Share on :
    Date: Aug 4, 2019    Views: 165

    ଭୁବନେଶ୍ୱର:  କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର କମିସନ ବସାଇଥିଲେ ।  କମିସନ ମଧ୍ୟ ବିଧାନସଭାରେ ରିପୋର୍ଟ ଉପସ୍ଥାପନ କରିସାରିଛନ୍ତି । ଏବେ କୁନ୍ଦୁଲି ତଦନ୍ତ ରିପୋର୍ଟ ଉପରେ ଆଲୋଚନା ସମାଲୋଚନା କରିବା ଠିକ ନୁହେଁ ।  କୁନ୍ଦୁଲି ତଦନ୍ତ ରିପୋର୍ଟକୁ  ବିଭିନ୍ନ ରାଜନେତା ସମାଲୋଚନା କରିବା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଧାୟକ ଶଶୀଭୂଷଣ ବେହେରା । 

    ପ୍ରକାଶ ଯେ, କୁନ୍ଦୁଲି ରିପୋର୍ଟକୁ ନେଇ ପ୍ରଥମେ କଂଗ୍ରେସ ନେତା ନିରସିଂହ ମିଶ୍ର ସମାଲୋଚନା କରିଥିଲେ ।  ଶ୍ରୀ ମିଶ୍ର ବ୍ୟବସ୍ଥାକୁ କଡ଼ା ସମାଲୋଚନା କରି କହିଥିଲେ ଯେ,  ଆମ ପ୍ରଶାସନ ଏତେ ଦକ୍ଷ ଯେ, ଦୁଷ୍କର୍ମ ଅଭିଯୁକ୍ତ କିଏ ଜାଣିପାରିଲାନି ।  ଏମିତି ସ୍ଥିତିରେ ରାଜ୍ୟର ନାରୀ ସମାଜ କେମିତି ସୁରକ୍ଷିତ ରହିପାରିବେ । କୁନ୍ଦୁଲି ଦୁଷ୍କର୍ମ ତଦନ୍ତରେ ହେରଫେର କରାଯାଇଛି । ସାକ୍ଷୀମାନଙ୍କୁ ଦବାଇବା ପାଇଁ ଷ୍ଟେଜ ମ୍ୟାନେଜମେଣ୍ଟ କରାଯାଇଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ । 

    ସେହିପରି କୁନ୍ଦୁଲି ରିପୋର୍ଟ ପ୍ରସଙ୍ଗରେ ପୃଥ୍ୱୀରାଜ ହରିଚନ୍ଦନ କହିିଛନ୍ତି ଯେ, ସରକାର ମାମଲାକୁ ଚପେଇବା ପାଇଁ ଉଦ୍ୟମ କରିଛନ୍ତି । ରାଜ୍ୟ ସରକାର ପ୍ରଥମରୁ ତଦନ୍ତକୁ ଦିଗହରା  କରାଇଛନ୍ତି ।  କାହାକୁ ବଞ୍ଚାଇବା ପାଇଁ ସରକାର ଏପରି କଲେ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । 

    ତେବେ ଏଭଳି ସମାଲୋଚନାକୁ ଖଣ୍ଡନ କରି ବିଜେଡି ବିଧାୟକ ଶ୍ରୀ ବେହେରା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

     ପ୍ରକାଶ ଯେ,  ୨୦୧୭ ଅକ୍ଟୋବରରେ କୋରାପୁଟ ଜିଲ୍ଲାର କୁନ୍ଦୁଲିରେ ଉଠିଥିବା ଗଣବଳାକ୍ରାର ଅଭିଯୋଗ ଏବଂ କେଇ ମାସ ପରେ ପୀଡ଼ିତାଙ୍କ ଆହତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ବିଚାର ବିଭାଗୀୟ କମିସନଙ୍କ ରିପୋର୍ଟ ଶନିବାର ବିଧାନସଭାରେ ଉପସ୍ଥାପିତ  ହୋଇଥିଲା ।  କମିସନଙ୍କ ସୁପାରିସ କ୍ରମେ ସରକାର କି ପଧକ୍ଷେପ ଗ୍ରହଣ କରିଛନ୍ତି ସେ ରିପୋର୍ଟ ବି ଗୃହରେ ରଖାଯାଇଥିଲା । 
    ପ୍ରଚଣ୍ଡ ମାନସିକ ଚାପରେ ପଡ଼ି କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଛନ୍ତି । ଏଥିପାଇଁ କୌଣସି ସରକାରୀ ସଂସ୍ଥା ଦାୟୀ ନୁହନ୍ତି । ତଦନ୍ତକାରୀ ସଂସ୍ଥାର ଅବହେଳା ଯୋଗୁଁ ଆତ୍ମହତ୍ୟା ଘଟିଛି ବୋଲି ଯେଉଁ ଅଭଯୋଗ ଉଠିଥିଲା ତାହା ଭିତ୍ତିହୀନ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । 

     

    Read more

    ଲାଗିବ ଡବଲ ଗଛ: ଅବକାରୀ ମନ୍ତ୍ରୀ

    ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ାର ବଳରାମପୁର ଠାରେ ଏକ ବିୟର ଫ୍ୟାକ୍ଟି୍ର ପାଇଁ ଝିଙ୍କରଡିହି ଜଙ୍ଗଲରେ ଗଛ କଟାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ।
    ଶ୍ରୀ ବେହେରା କହିଛନ୍ତି ଯେ, ଯେତିକ ଗଛ କଟାଯାଉଛି, ତାହାର ଡବଲ ...

    Read more

    ବିଜେପି ରାଜ୍ୟରେ ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି କରୁଛି: ଅର୍ଥମନ୍ତ୍ରୀ

    ଭୁବନେଶ୍ୱର: ଦାରୁ ବିଭ୍ରାଟ ପ୍ରସଙ୍ଗ ଉଠାଇ ବିଜେପି ରାଜ୍ୟରେ ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି କରୁଛି । ଯାହା ଏକ ଜଘନ୍ୟ ଅପରାଧ । ବିଜେପି ପ୍ରମାଣ ଯୋଗ୍ୟ ତଥ୍ୟ ନପାଇ ଅବିଶ୍ୱନୀୟ ତଥ୍ୟ ରଖୁଛି । ଏଭଳି କହିବା ଅର୍ଥ  ପ୍ରତିଷ୍ଠା ହୋଇସାରିଥିବା ଠାକୁରଙ୍କ ପ୍ରତି ...

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook