Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କୁନ୍ଦୁଲି ତଦନ୍ତ ରିପୋର୍ଟକୁ ନରସିଂହଙ୍କ ସମାଲୋଚନା

    Share on :
    Date: Aug 4, 2019    Views: 105

    ଭୁବନେଶ୍ୱର: କୁନ୍ଦୁଲି ଦୁଷ୍କର୍ମ ତଦନ୍ତରେ ହେରଫେର କରାଯାଇଛି ।  କୁନ୍ଦୁଲି ତଦନ୍ତ ରିପୋର୍ଟକୁ  ସମାଲୋଚନା କରି ଏହା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବ୍ୟବସ୍ଥାକୁ କଡ଼ା ସମାଲୋଚନା କରି ଶ୍ରୀ ମିଶ୍ର କହିଛନ୍ତି  ଯେ,  ଆମ ପ୍ରଶାସନ ଏତେ ଦକ୍ଷ ଯେ, ଦୁଷ୍କର୍ମ ଅଭିଯୁକ୍ତ କିଏ ଜାଣିପାରିଲାନି ।  ଏମିତି ସ୍ଥିତିରେ ରାଜ୍ୟର ନାରୀ ସମାଜ କେମିତି ସୁରକ୍ଷିତ ରହିପାରିବେ । କୁନ୍ଦୁଲି ଦୁଷ୍କର୍ମ ତଦନ୍ତରେ ହେରଫେର କରାଯାଇଛି । ସାକ୍ଷୀମାନଙ୍କୁ ଦବାଇବା ପାଇଁ ଷ୍ଟେଜ ମ୍ୟାନେଜମେଣ୍ଟ କରାଯାଇଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । 

    ପ୍ରକାଶ ଯେ,  ୨୦୧୭ ଅକ୍ଟୋବରରେ କୋରାପୁଟ ଜିଲ୍ଲାର କୁନ୍ଦୁଲିରେ ଉଠିଥିବା ଗଣବଳାକ୍ରାର ଅଭିଯୋଗ ଏବଂ କେଇ ମାସ ପରେ ପୀଡ଼ିତାଙ୍କ ଆହତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ବିଚାର ବିଭାଗୀୟ କମିସନଙ୍କ ରିପୋର୍ଟ ଶନିବାର ବିଧାନସଭାରେ ଉପସ୍ଥାପିତ  ହୋଇଥିଲା ।  କମିସନଙ୍କ ସୁପାରିସ କ୍ରମେ ସରକାର କି ପଧକ୍ଷେପ ଗ୍ରହଣ କରିଛନ୍ତି ସେ ରିପୋର୍ଟ ବି ଗୃହରେ ରଖାଯାଇଥିଲା । 

    ପ୍ରଚଣ୍ଡ ମାନସିକ ଚାପରେ ପଡ଼ି କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଛନ୍ତି । ଏଥିପାଇଁ କୌଣସି ସରକାରୀ ସଂସ୍ଥା ଦାୟୀ ନୁହନ୍ତି । ତଦନ୍ତକାରୀ ସଂସ୍ଥାର ଅବହେଳା ଯୋଗୁଁ ଆତ୍ମହତ୍ୟା ଘଟିଛି ବୋଲି ଯେଉଁ ଅଭଯୋଗ ଉଠିଥିଲା ତାହା ଭିତ୍ତିହୀନ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । 

     

     

    Read more

    ବର୍ଷିଲେ ନରସିଂହ

    ଭୁବନେଶ୍ୱର: ବର୍ଷିଛନ୍ତି ନରସିଂହ ମିଶ୍ର । ୨୦୧୮ ପାଇଁ ଗୃହ ବିଭାଗର ଶ୍ୱେତପତ୍ର ପ୍ରକାଶ ପରେ  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  ଶ୍ୱେତପତ୍ରରେ ରାଜ୍ୟସରକାର ବହୁତ ତଥ୍ୟ ଲୁଚାଇଥିବା ଶ୍ରୀ ମିଶ୍ର ଅଭିଯୋଗ ...

    Read more

    ନରସିଂହ ମିଶ୍ର ହେଲେ କଂଗ୍ରେସ ବିଧାୟକ ଦଳର ନେତା

    ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ କଂଗ୍ରେସ ବିଧାୟକମାନେ ତାଙ୍କ ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ କରି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଏଆଇସିସିକୁ ...

    Read more

    ରଥଯାତ୍ରା ପ୍ରସାରଣ ନିଲାମକୁ ନରସିଂହଙ୍କ ବିରୋଧ

    ଭୁବନେଶ୍ୱର: ପୁରୀ ରଥଯାତ୍ରା ପ୍ରସାରଣର ନିଲାମ ନିଷ୍ପତ୍ତିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ଦେଶ ଏବେ ସମାଜବାଦ ଅର୍ଥନୀତିକୁ ବାଏ ବାଏ କରି ପୁଞ୍ଜିବାଦକୁ ଆପଣାଉଛି ।  ସେହି ଚିନ୍ତାଧାରାରେ ରଥଯାତ୍ରା ପ୍ରସାରଣର ବି ...

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook