Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ସଂସ୍କୃତି

ମୁଖ୍ୟ ଖବର

    ଅନ୍ତର୍ଜାତୀୟ ବନ୍ଧୁତା ଦିବସ

    Share on :
    ajab-Image
    Date: Aug 4, 2019    Views: 169

    ଭୁବନେଶ୍ୱର: ବନ୍ଧୁତା ଏକ ମୂଲ୍ୟବାନ ଶବ୍ଦ ହୋଇଥାଏ । ଯାହା ଭଗବାନଙ୍କର ମନୁଷ୍ୟ ପାଇଁ ଏକ ବିଶେଷ ଉପହାର । ତେଣୁ ଆପଣ ଆଜି ନିଜ ପରିବାର ଓ ବନ୍ଧୁଙ୍କ ସହ ପାଳନ କରନ୍ତୁ ବନ୍ଧୁତା ଦିବସ ।
    ବନ୍ଧୁତା ଯେ କେବଳ ସାଙ୍ଗମାନଙ୍କ ସହ ଥିବା ସର୍ମ୍ପକୁ ବୁଝାଏ ତାହା ନୁହେଁ ବାପା ,ମା, ଭାଇ ଓ ଭଉଣୀ ମଧ୍ୟ ଏହି ସମ୍ପର୍କରେ ଯୋଡ଼ି ହୋଇଥାନ୍ତି । ବନ୍ଧୁତା ଏକ ଏପରି ସମ୍ପର୍କ ଯାହା ରକ୍ତ ସମ୍ପର୍କ ଠାରୁ ମଧ୍ୟ ଅଧିକ ହୋଇଥାଏ । ନିଜ ଭାବନାକୁ ସେୟାର କରିବା ପାଇଁ ଯେଉଁ ମଣିଷଟି ରହିଥାଏ ସେ ବନ୍ଧୁ ହୋଇଥାଏ । ପ୍ରକୃତ ବନ୍ଧୁ ତାକୁ କୁହାଯାଏ ଯିଏ ଆପଣଙ୍କ ସୁଖ ଓ ଦୁଖରେ ଭାଗିଦାର ହୋଇଥାଏ । ଯିଏ ପ୍ରକୃତ ବନ୍ଧୁ ସେ କେବେ ଆପଣଙ୍କ ହାତ ଛାଡ଼ି ନଥାଏ ,ସେହି ବନ୍ଧୁ ଯିଏ ଆପଣଙ୍କର ରକ୍ତର ନ ହୋଇ ମଧ୍ୟ ନିଜର ହୋଇଥାଏ । ତେଣୁ ଏହି ପବିତ୍ର ସମ୍ପର୍କକୁ ବନ୍ଧୁତା ଦିବସ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ କରାଯାଏ । 
    ଆଜି ଅନ୍ତର୍ଜାତୀୟ  ବନ୍ଧୁତା ଦିବସ । ତେଣୁ ବନ୍ଧୁ ପାଇଁ ଥିବା ନିଜ ଭାବନାକୁ କାର୍ଡ଼ ଜରିଆରେ ମଧ୍ୟ ପ୍ରକାଶ କରିପାରିବେ । ଆଜି ଛୋଟ ଶିଶୁ ଠାରୁ ବୟସ୍କ ପର୍ୟ୍ୟନ୍ତ ନିଜ ବନ୍ଧୁଙ୍କ ଏହି ଦିବସର ଶୁଭେଚ୍ଛା ବର୍ତ୍ତା ପ୍ରଦାନ କରିଥାନ୍ତି । ଆଜିର ଦିନରେ ଯୁବପୀଢି ପରସ୍ପରକୁ ଫ୍ରେଣ୍ଡସିଫ ବ୍ୟାଣ୍ଡ ବାନ୍ଧି ନିଜ ବନ୍ଧୁତାର ଏହି ସ୍ୱତନ୍ତ୍ର ଦିନକୁ ପାଳନ କରିଥାନ୍ତି ।

    Maximum 500 characters

    ସଂସ୍କୃତି View all

    Find Us on Facebook