Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ରାଜନୀତି

ମୁଖ୍ୟ ଖବର

    କେନ୍ଦ୍ରୀୟ ପଣ୍ୟାଗାର ସ୍ଥାନାନ୍ତର ହେଲେ କ୍ଷତି ହେବ

    Share on :
    ajab-Image
    Date: Aug 4, 2019    Views: 109

    ଭୁବନେଶ୍ୱର:  କେନ୍ଦ୍ରୀୟ ପଣ୍ୟାଗାର ନିଗମ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ବିହାରକୁ ଉଠାଇ ନିଆଗଲେ ବ୍ୟାପକ କ୍ଷତିଗ୍ରସ୍ତ ହେବ । କେବଳ କର୍ମଚାରୀ ସମସ୍ୟା ଭୋଗିବେ ତା ନୁହେଁ, ଏହା ଅଦୂରଦର୍ଶୀ ନିଷ୍ପତ୍ତି ଦ୍ୱାରା ପ୍ରଶାସନିକ ସମନ୍ୱୟରେ ମଧ୍ୟ ଅଭାବ ପରିଲକ୍ଷିତ ହେବ । ସଂରକ୍ଷଣ ଓ ବିତରଣ ବ୍ୟବସ୍ଥା ଉପରେ କୁ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।
     ବିଧାନସଭାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଭଳି ବିବୃତି ରଖିଛନ୍ତି । ଗୃହକୁ ଆଶ୍ୱାସନା ଦେଇଛନ୍ତି ଯେ ଭୁବନେଶ୍ୱରରେ ଥିବା ଏହି କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟକୁ ଉଠାଇ ନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଶୂନ୍ୟ କାଳରେ ବିଧାୟକ ଅମର ପ୍ରସାଦ ଶତପଥୀ ଏ ନେଇ ଉଦବେଗ ପ୍ରକାଶ କରିବା ସହିତ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଅପରାହ୍ନରେ ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ନିଦେ୍ର୍ଧଶ ଦେଇଥିଲେ ବାଚସ୍ପତି ।
    ମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ, ବିଭିନ୍ନ ସମ୍ବାଦପତ୍ରରେ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ବିହାରର ପାଟଣା ଉଠାଇ ନିଆଯିବା ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ନିଷ୍ପତ୍ତି ଓଡ଼ିଶାର ସ୍ୱାର୍ଥ ବିରୋଧୀ । ଓଡ଼ିଶାରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଅଧୀନରେ ରାଜ୍ୟର ୨୧ଟି ସ୍ଥାନରେ ମୋଟ ୩ ଲକ୍ଷ ୪୮ ହଜାର ମେଟି୍ରକ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ କାର୍ଯ୍ୟ କରୁଛି । ଏହାର ସଂରକ୍ଷଣ କ୍ଷମତା ହାରାହାରି ୯୦ ଭାଗ କ୍ଷମତା ବିନିଯୋଗ କରାଯାଇଥାଏ । ଏହି ଆଞ୍ଚଳିକ କାର୍ଯ୍ୟାଳୟ ଗତ ୫ ବର୍ଷ ଧରି ବର୍ଷେିକ ୮ କୋଟି ଟଙ୍କା ଲାଭ କରି ଆସୁଛି । କେନ୍ଦ୍ରୀୟ ପଣ୍ୟାଗାର ନିଗମର ଗୋଦାମରେ ରାଜ୍ୟ ଯୋଗାଣ ନିଗମ, ରାଜ୍ୟ ପଣ୍ୟାଗାର ନିଗମ ଆଦି ପଣ୍ୟଦ୍ରବ୍ୟ ମହଜୁଦ୍ ରଖିଥାନ୍ତି ।
    ମନ୍ତ୍ରୀ କହିଛନ୍ତି ଏହି ଆଞ୍ଚଳିକ କାର୍ଯ୍ୟାଳୟ ଅନ୍ୟ ରାଜ୍ୟକୁ ଉଠିଗଲେ ପ୍ରଶାସନିକ ଅସୁବିଧା ଅନୁଭବ ହେବା ସହିତ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗ ସହିତ ସମନ୍ୱୟ ବାଧାପ୍ରାପ୍ତ ହେବ । ଏହି ନିଗମର ସବୁ ଗୋଦାମ ଘରେ ବୈଜ୍ଞାନିକ ପଦ୍ଧତି ସାମଗ୍ରୀ ସଂରକ୍ଷଣ କରାଯାଏ । ଏଥିପାଇଁ ନିୟମିତ ପରିଦର୍ଶନ ଓ ନିରୀକ୍ଷଣ ଆବଶ୍ୟକ । ଆଞ୍ଚଳିକ କାର୍ଯ୍ୟାଳୟ ପାଟନାକୁ ସ୍ଥାନାନ୍ତରିତ ହେଲେ ଏହି କାର୍ଯ୍ୟ ଅନିୟମିତ ହେବ । ଏହା ଦ୍ୱାରା ନିଗମ ବ୍ୟାପକ ଆର୍ଥିକ କ୍ଷତି ସହିବ ।
    ପଣ୍ୟାଗାର ନିଗମର ପ୍ରାୟ ୧୩୦ ଜଣ କର୍ମଚାରୀ କାର୍ଯ୍ୟକରୁଛନ୍ତି ବୋଲି ଦର୍ଶାଇ ମନ୍ତ୍ରୀ କହିଛନ୍ତି ଯେ ସେଥିରୁ ୯୦ ଭାଗ ହେଉଛନ୍ତି ରାଜ୍ୟର ବାସିନ୍ଦା । ଅଧିକାଂଶ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଓ ସମସ୍ତ ତୃତୀୟ ଓ ଚତୁ୍ର୍ଥ ଶ୍ରେଣୀର କର୍ମଚାରୀ ଏହି ରାଜ୍ୟର ବାସିନ୍ଦା ହୋଇଥିବାରୁ ସେମାନଙ୍କ ସ୍ଥାନାନ୍ତର ସୃଷ୍ଟିକରିବ ।

    Maximum 500 characters

    ରାଜନୀତି View all

    Find Us on Facebook