Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଖସିଲା ଜିଡିପି ର‌୍ୟାଙ୍କିଙ୍ଗ୍, ୭ମ ସ୍ଥାନରେ ଭାରତ

    Share on :
    Date: Aug 2, 2019    Views: 77


    ନୂଆଦିଲ୍ଲୀ: ଜିଡିପି ର ବୈଶ୍ୱିକ ର‌୍ୟାଙ୍କରେ ଭାରତୀୟ ଅର୍ଥବ୍ୟବସ୍ଥା ୫ମ ସ୍ଥାନରୁ ଖସି ୭ମ ସ୍ଥାନରେ ପହଁଚିଛି । ବାଣିଜ୍ୟ ବର୍ଷ ୨୦୧୮ ପାଇଁ ବିଶ୍ୱ ବ୍ୟାଙ୍କ ଆକଳନ ମୁତାବକ ଜିଡିପିରେ ଭାରତ ୭ନମ୍ବରରେ ପହଁଚିଛି । ତେବେ ବ୍ରିଟେନ ଏବଂ ଫ୍ରାନ୍ସ ୫ମ ଓ ୬ଷ୍ଠ ସ୍ଥାନରେ ରହିଛିନ୍ତି । ୨୦୧୭ରେ ଭାରତ ଫ୍ରାନ୍ସ କୁ ପଛରେ ପକାଇ ଆଗରେ ପହଁଚିଥିଲା । କିନ୍ତୁ ଚଳିତ ବର୍ଷ ଭାରତ ତଳକୁ ଖସି ଯାଇଛି । 

    ଜିଡିପି ମାମଲାରେ ଆମେରିକୀୟ ଅର୍ଥବ୍ୟବସ୍ଥା ଏକ ନମ୍ବରରେ ରହିଛି । ୨୦୧୮ ବାଣିଜ୍ୟ ବର୍ଷରେ ୟୁଏସର ଜିଡିପି ୨୦.୫ ଟ୍ରିଲିୟନ ଡଲାର ରହିଛି । ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଚୀନ ରହିଛି । ଚୀନର ଜିଡିପି ୧୩.୬ ଟ୍ରିଲିୟନ ଡଲାର ରହିଛି । ସେହି ସମୟରେ ୫ ଟ୍ରିଲିୟନ ଡଲାର ସହିତ ଜାପାନ ତୃତୀୟ ସ୍ଥାନରେ ରହିଛି । ୨.୮ ଟ୍ରିଲିୟନ ଡଲାର ସହ ବ୍ରିଟେନ ଓ ଫ୍ରାନ୍ସ ୫ମ ଓ ୬ଷ୍ଠ ସ୍ଥାନରେ ରହିଛନ୍ତି । ସେହିଭଳି ୨.୭ ଟ୍ରିଲିୟନ ଡଲାର ସହ ଭାରତ ୭ମ ସ୍ଥାନରେ ରହିଛି । 

    ୨୦୧୭ରେ ଭାରତୀୟ ଅର୍ଥବ୍ୟବସ୍ଥାରେ ଜିଡିପି ୨.୬୫ ଟ୍ରିଲିୟନ ଡଲାର ଥିଲା । ଏହି ସମୟରେ ୟୁକେର ଜିଡିପି ୨.୬୪ ଓ ଫ୍ରାନ୍ସର ୨.୫ ଟ୍ରିଲିୟନ ଡଲାର ଥିଲା । ତେବେ ଭାରତର ଜିଡିପି ହ୍ରାସ ପାଇବା ନେଇ ଅର୍ଥନୀତିଜ୍ଞ ଦେବେନ୍ଦ୍ର ପନ୍ଥ କହିଛନ୍ତି କି, ୨୦୧୭ରେ ଟଙ୍କା ଡଲାର ତୁଳନାରେ ମଜବୁତ ହୋଇଥିଲା । କିନ୍ତୁ ୨୦୧୮ରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି । ଯାହାକି ଜିଡିପି ର‌୍ୟାଙ୍କିଙ୍ଗ୍ ତଳକୁ ଖସିବାର ମୁଖ୍ୟ କାରଣ । 

    Read more

    ସବୁଠୁ ବଡ଼ ଅର୍ଥନୀତି, ସପ୍ତମକୁ ଖସିଲା ଭାରତ

    ନୂଆଦିଲ୍ଲୀ:  ସରକାର ଭାରତକୁ ଆସନ୍ତା ୫ ବର୍ଷ ମଧ୍ୟରେ ୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବା ନେଇ ସ୍ୱପ୍ନ ଦେଖୁଛନ୍ତି  । ଏଥିନେଇ ବଜେଟ୍ରେ ଘୋଷଣା ମଧ୍ୟ କରାଯାଇଛି । କିନ୍ତୁ ଭାରତର ଅର୍ଥନୀତି ନିମ୍ନମୁଖୀ ହେବାରେ ଲାଗିଛି । ୨୦୧୮ ପାଇଁ ବିଶ୍ୱ ବ୍ୟାଙ୍କ ...

    Read more

    ଜିଡିପି ଅଭିବୃଦ୍ଧି ହାର ୬.୧%

    ନୂଆଦିଲ୍ଲୀ: ଦୁଇ ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ଖସି ଯାଇଛି ଭାରତର ମୋଟ ଘରୋଇ ଉପôାଦ ବା ଜିଡିପି ଅଭିବୃଦ୍ଧି ହାର । ମୋଦି ସରକାରଙ୍କ ବିମୁଦ୍ରାକରଣ ପ୍ରଭାବରେ ଭାରତୀୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ଏହି ନୂଆ ଆକଳନରୁ ସ୍ପଷ୍ଟ ହୋଇଯାଇଛି । ଏହା ସହିତ ଭାରତ ...

    Maximum 500 characters

    ଅର୍ଥନୀତି View all

    Find Us on Facebook