Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ‘ସଞ୍ଜୁ’ର କପିରାଇଟ୍

    Share on :
    Date: Aug 2, 2019    Views: 25

    ଇଏ ଓଲିଉଡ଼ ଅଶୋକ ପତିଙ୍କ ‘ସଞ୍ଜୁ’ । ତେଣୁ ତା’ର କପିରାଇଟ୍ କେବଳ ତାଙ୍କ ହାତରେ । ବୁଝିବା କଷ୍ଟ ହେଉଥିବ । କାରଣ ଶୀର୍ଷକଟି ସେହିପରି । ନିଦେ୍ର୍ଧଶକ ଅଶୋକ ପତିଙ୍କ ମନପସନ୍ଦର ଅଭିନେତା ସଞ୍ଜୁ ଓରଫ ବାବୁସାନ । ଓଲିଉଡ଼ରେ ନାୟକ-ନାୟିକାଙ୍କ ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ଏଠି ସବୁବେଳେ ନିଦେ୍ର୍ଧଶକ ଅଶୋକ ପତି ଆଉ ଅଭିନେତା ବାବୁସାନଙ୍କୁ ନେଇ ଚର୍ଚ୍ଚା ଚାଲେ । ଦୁହେଁ ମିଶି ପ୍ରାୟ ୧୦ଟି ସିନେମା କରିସାରିଲେଣି । ସୌଭାଗ୍ୟ ସବୁ ସିନେମା ହିଟ୍ ହୋଇଛି । ରଜରେ ବି ‘ଗୋଲ ମାଲ୍ଲଭ୍’ ସେହି ସଫଳତାକୁ ଦୋହରାଇଛି । ବଡ଼ କଥା ହେଲା ସବୁ ସିନେମା ପରି ଅଶୋକ ପତି ଏହି ସିନେମାରେ ବି ବାବୁସାନଙ୍କ ନାଁ ସଞ୍ଜୁ ରଖିଥିଲେ । ଏହା ପଛର କାରଣ ଜଣାପଡ଼ିନଥିଲେ ବି ବାବୁସାନଙ୍କ ଅଭିନୀତ ୩୬ଟି ସିନେମାରୁ ପ୍ରାୟ ୧୨ଟି ସିନେମାରେ ତାଙ୍କ ଚରିତ୍ରର ନାଁ ସଞ୍ଜୁ ରହିଛି । ସେହି ୧୨ଟିରୁ ୧୦ଟି ସିନେମାର ନିଦେ୍ର୍ଧଶକ ହେଉଛନ୍ତି ଅଶୋକ ପତି । ତେଣୁ କାହାର ସଞ୍ଜୁ ସହ କି ସମ୍ପର୍କ ଆଉ କାହା ପାଇଁ ଶୁଭ ତାହା ଜଣା ନ ପଡ଼ିଲେ ବି ଚଳଚ୍ଚିତ୍ର ରିଲିଜ ପରେ ପୁରା ଟିମ୍କୁ ସଫଳତା ମିଳୁଛି । ସେହି ସବୁ ସିନେମା ଭିତରେ ରହିଛି ‘ସଞ୍ଜୁ ଆଉ ସଞ୍ଜନା’, ‘ଲୋଫର’, ‘୧୪୩-ଆଇ ଲଭ୍ ୟୁ’, ‘ଇଡିୟଟ’, ‘ଦିୱାନା ଦିୱାନୀ’, ‘ଲଭ୍ ଷ୍ଟେସନ’, ‘ଲଭ୍ ପାଇଁ କୁଛ ବି କରେଗା’, ‘ସିଷ୍ଟର ଶ୍ରୀଦେବୀ, ‘ଅଜବ ସଞ୍ଜୁର ଗଜବ ଲଭ୍’ ଏବଂ ‘ଗୋଲ ମାଲ୍ ଲଭ୍’ । ବାବୁସାନ ତାଙ୍କ ପ୍ରଥମ ଫିଲ୍ମ ‘ରୋମିଓ ଦ ଲଭର ବଏ’ ରେ ସଞ୍ଜୟ ଭୂମିକାରେ ଆସିଥିଲେ । ଯାହାର ନିଦେ୍ର୍ଧଶନା ଦେଇଥିଲେ ହରପଟ୍ଟନାୟକ । ତାପସ ସରଘରିଆ ତାଙ୍କ ନେଇ ‘ହିରୋ ନଂ-୧’ କଲେ ସେଥିରେ ବି ସେ ତାଙ୍କ ନାଁ ସଞ୍ଜୁ ଆଉ ସଞ୍ଜିତ ମହାନ୍ତି ରଖିଥିଲେ । ବର୍ତ୍ତମାନ ଓଲିଉଡ଼ରେ ସଞ୍ଜୁ ବ୍ରାଣ୍ଡ ବନିଯାଇଥିବା ବେଳେ ଏହାର କପି ରାଇଟ୍ କିଣି ନେଇଛନ୍ତି ଅଶୋକ ପତି । 

    Maximum 500 characters

    କଳା View all

    Find Us on Facebook