Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

banner

ରାଜନୀତି

ମୁଖ୍ୟ ଖବର

    ସେପ୍ଟେମ୍ବର ୩୦ ରେ ଛାତ୍ର ସଂସଦ ନିର୍ବାଚନ!

    Share on :
    ajab-Image
    Date: Aug 1, 2019    Views: 75

    ଭୁବନେଶ୍ୱର:  ରାଜ୍ୟରେ ଥିବା ସମସ୍ତ ଡିଗି୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଏଥର ଗୋଟିଏ ସମୟରେ ଛାତ୍ର ସଂସଦ ନିର୍ବାଚନ ହେବ । ସେପ୍ଟେମ୍ବର ତୃତୀୟ ସପ୍ତାହରୁ ନିର୍ବାଚନ ପ୍ରକି୍ରୟା ଆରମ୍ଭ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୩୦ରେ ନିବାଚନ କରାଯାଇ ସେହିଦିନ ହିଁ ଫଳାଫଳ ପ୍ରକାଶ କରାଯିବ । ପରଦିନ ଅର୍ଥାତ ଅକ୍ଟୋବର ପହିଲାରେ ଶପଥ ଗ୍ରହଣ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇ ନଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୯-୨୦ ମସିହା ପାଇଁ ଆଜି ପ୍ରକାଶିତ କମ୍ନ ମିନିମମ୍ ଷ୍ଟାଣ୍ଡାର୍ଡ (ସିଏମ୍ଏସ୍) ଗାଇଡଲାଇନରେ ପରୋକ୍ଷରେ ଏଭଳି ସୂଚନା ଦିଆଯାଇଛି ।
    ବିଭାଗ ପକ୍ଷରୁ ପ୍ରକାଶିତ ଗାଇଡଲାଇନ କେଉଁ ମାସରେ କ’ଣ ହେବ ସେ ନେଇ ସ୍ପଷ୍ଟ କରାଯାଇଛି । ସେପ୍ଟେମ୍ବର ୭,୧୪,୨୧ ତାରିଖରେ ଯଥାକ୍ରମେ ଯୁକ୍ତ ୩ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବ । ଏହା ପରେ ଗୋଟିଏ ସମୟରେ ସମସ୍ତ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ କରାଯାଇ ଅକ୍ଟୋବର ପହିଲା ସୁଦ୍ଧା ଏହି ପ୍ରକି୍ରୟା ଶେଷ କରାଯିବ । ୩ ରୁ ୧୩ ତାରିଖ ପର୍ଯ୍ୟନ୍ତ ଦଶହରା ଛୁଟି ହେବ । ଏଥର ଚୂଡାନ୍ତଳ ସେମିଷ୍ଟାର ପରୀକ୍ଷା ପୂର୍ବରୁ ମିଡ ସେମିଷ୍ଟାର ପରୀକ୍ଷା କରାଯିବ । ସେପ୍ଟେମ୍ବର ଶେଷ ସପ୍ତାହ ଓ ୨୦୨୦ ଫେବୃୟାରୀ ପ୍ରଥମ ସପ୍ତାହରେ ମିଡ ସେମିଷ୍ଟାର ପରୀକ୍ଷା ହେବ । ଶେଷ ସେମିଷ୍ଟାର ପରୀକ୍ଷା ଡିସେମ୍ବର ପ୍ରଥମ ଓ ଏପି୍ରଲ ଶେଷ ସପ୍ତାହରେ ହେବ । ଡିସେମ୍ବର ୨୫ ରୁ ଏକ୍ସ-ମାସ ଛୁଟି ହେବ ବୋଲି ଗାଇଡଲାଇନରେ କୁହାଯାଇଛି ।
    ୨୦୨୦ ଜାନୁଆରି ୨ ରୁ ୧୫ ତାରିଖ ମଧ୍ୟରେ କ୍ରୀଡ଼ା ଓ ସାଂସ୍କୃତି ପ୍ରତିଯୋଗିତା, ଜାନୁଆରି ପ୍ରଥମ ସପ୍ତାହରେ ଆଲୁମନ୍ ମିଟ୍ ହେବ । ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବ । ଶେଷ ସେମିଷ୍ଟାର ପରୀକ୍ଷା ଫଳ ମେ ଦ୍ୱିତୀୟ ସପ୍ତାହ ସୁଦ୍ଧା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିବେ । ଚଳିତ ଶିକ୍ଷା ବର୍ଷରେ ମୋଟ ୭୨ଟି ଛୁଟି ରହିଛି । ୧୮୦ଟି ପାଠପଢ଼ା ଦିବସ ରହିଛି । ୨୦୨୦ ମେ ୯ ରୁ ଜୁନ ୧୬ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ହେବ ବୋଲି ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook