Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କାଫେ ଡେ’ ପ୍ରତିଷ୍ଠାତା ସିଦ୍ଧାର୍ଥ ମୃତ

    Share on :
    Date: Aug 1, 2019    Views: 29

    ମାଙ୍ଗାଲୁରୁ:  ଆଶଙ୍କା ସତ ହେଲା । ମାନସିକ ବିଷାଦ ମଧ୍ୟରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଦେଶର ସର୍ବବୃହତ କାଫେ ଚେନ୍ କାଫେ କଫି ଡେ (ସିସିଡି) ପ୍ରତିଷ୍ଠାତା ଭି.ଜି. ସିଦ୍ଧାର୍ଥ । ବୁଧବାର ସକାଳେ ନେତ୍ରାବତି ନଦୀରୁ ତାଙ୍କ ମରଶରୀରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ସୋମବାର ସନ୍ଧ୍ୟାରୁ ନଦୀ ପୋଲରୁ ନିଖୋଜ ହୋଇ ଯାଇଥିବା ସିଦ୍ଧାର୍ଥଙ୍କୁ ଖୋଜିବା ପାଇ ଦିନ ରାତି ଏକ କରିଦେଇଥିଲା ପ୍ରଶାସନ । ସେ ଆତ୍ମହତ୍ୟା କରିଛନ୍ତି ନା କେଉଁ ଆଡେ଼ ଚାଲିଯାଇଛନ୍ତି ତାହାକୁ ନେଇ ଅନେକ ପ୍ରକାର କଳ୍ପନା ଜଳ୍ପନା କରାଯାଉଥିଲା । ବର୍ତ୍ତମାନ ଅନ୍ତ ଘଟିଛି । ଦେଶର କଫି ସମ୍ରାଟ ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଏମ୍.କି୍ରଷ୍ଣାଙ୍କର ଜ୍ୱାଇଁ ଆଉ ନାହାନ୍ତି । ରଣବୋଝ, ଆୟକର ଚଢ଼ାଉ ମଧ୍ୟରେ ଅତିଷ୍ଠ ହୋଇ ଜୀବନ ହାରିଛନ୍ତି କଫି କିଙ୍ଗ । ବ୍ୟବସାୟ ଜଗତର ଅନ୍ଧାର ମଧ୍ୟରେ ସେ ହଜିଗଲେ । କଫି ସମ୍ରାଟ ଏବେ ମୃତ ।
    ବୁଧବାର ସକାଳ ପାଖାପାଖି ୬ଟା ତାଙ୍କ ମରଶରୀର ନେତ୍ରାବତୀ ନଦୀରୁ ଉଦ୍ଧାର କରିଛନ୍ତି ହୋଗ୍ ବଜାରର ୩ ଜଣ ମତ୍ସ୍ୟଜୀବୀ । ନଦୀ କୂଳରୁ ୫୦୦ ମିଟର ଦୂରରେ ତାଙ୍କ ଶବ ଭାସୁଥିବା ବେଳେ ମତ୍ସ୍ୟଜୀବୀ ଏହାକୁ ଦେଖିଥିଲେ । କୂଳକୁ ଆଣିବା ପରେ ସେମାନେ ପୁଲିସକୁ ଏ ନେଇ ସୂଚନା ଦେଇଥିଲେ । 

    Maximum 500 characters

    ବିଶେଷ View all

    Find Us on Facebook