Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଅଗଷ୍ଟରୁ ମିଳିବ ୨ଲିଟର କିରାସିନି

    Share on :
    Date: Jul 31, 2019    Views: 339

    ଭୁବନେଶ୍ୱର: ଅଗଷ୍ଟ ମାସରୁ ପ୍ରତି ପରିବାରକୁ ୨ଲିଟର ଲେଖାଏଁ କିରାସିନି ମିଳିବ । ପୂର୍ବରୁ ଅଢେଇ ଲିଟର ମିଳୁଥିବାବେଳେ ଏବେ ୨ଲିଟର ମିଳିବ । ବୁଧବାର ବିଧାନସଭାରେ  ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି ।  କେନ୍ଦ୍ର କୋଟା ହ୍ରାସ କରିଥିବାରୁ ପରିବାର ପିଛା କିରାସିନିର ପରିମାଣ କମାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । 

    ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଜୁଲାଇ ୨୦୧୯ ସୁଦ୍ଧା ମାସିକ ୨୦,୭୦୦ କିଲୋଲିଟର କିରାସିନି କେନ୍ଦ୍ର ସରକାର ଦେଉଥିଲେ ।  ଏବେ ବାର୍ଷିକ କୋଟା ହିସାବରେ ୧୬,୩୮୪ କିଲୋଲିଟର ହ୍ରାସ ପାଇଛି ।  ହିସାବକୁ ନେଲେ ୧.୮୯ ଲିଟର ପଢୁଛି । କିନ୍ତୁ ସରକାର ୨ ଲିଟର କିରାସିନି ଦେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । 

    ସେପଟେ ରାଜ୍ୟର ୪ଟି ଜିଲ୍ଲାରେ ବିନା କାର୍ଡଧାରୀଙ୍କୁ ଅଣ ରିହାତି ଦରରେ ଏହି କିରୋସିନ୍ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ସମସ୍ତ ଜିଲ୍ଲାପାଳମାନଙ୍କୁ ଅଣ ରିହାତି କିରୋସିନ ଆବଶ୍ୟକତା ଜଣାଇବା ପାଇଁ ବିଭାଗ ତରଫର ଅନୁରୋଧ କରାଯାଇଛି । ଆଉ ଜିଲ୍ଲାପାଳଙ୍କ ତଥ୍ୟ ହସ୍ତଗତ ହେଲେ ଅଣ ରିହାତି କିରୋସନ୍ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେହିଭଳି କଟକ, ଖୋର୍ଦ୍ଧା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଅଣ ରିହାତି କିରୋସିନ୍ ଆଶ୍ୟକତା ନେଇ ତାଲିକା ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

    ପୂର୍ବରୁ କିରାସିନି ପ୍ରସଙ୍ଗକୁ ନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଧାନସଭାରେ ଜିଲ୍ଲାପାଳମାନଙ୍କ ଉପରେ ବର୍ଷିଥିଲେ ।  ଜିଲ୍ଲାପାଳମାନେ କିରାସିନି ଆବଶ୍ୟକତା ତାଲିକା ଦେଉନଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । 
    ଶ୍ରୀ ସ୍ୱାଇଁ କହିଥିଲେ ଯେ, ଅଣରିହାତି କିରାସିନି ଆବଶ୍ୟକତା ପରିମାଣ ସମ୍ପର୍କରେ ଜିଲ୍ଲାପାଳମାନେ ଜଣାଉନାହାନ୍ତି । ଏନେଇ  ଦୁଇ ଥର ରିମାଇଣ୍ଡର ପଠାଇଲେ ପରେ ବି ଜିଲ୍ଲାପାଳମାନେ କୌଣସି ଉତ୍ତର ଦେଉନାହାନ୍ତି ।  ଚାହିଦା ଜାଣିଲେ ସରକାର କିରାସିନି ଯୋଗାଇବେ । ତେବେ ଜିଲ୍ଲାପାଳମାନେ କିରାସିନି ଆବଶ୍ୟକତା ତାଲିକା ଦେଉନଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook