Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡି-ବିଜେପି ମିଳିତ ସରକାର: ତାରା

    Share on :
    Date: Jul 31, 2019    Views: 67

    ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ ବିଜେପିର ମିଳିତ ସରକାର ଚାଲିଥିବା  କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ।  ବୁଧବାର ବିଧାନସଭାରେ ଟ୍ରିପଲ ତଲାକ ବିଲ ପ୍ରସଙ୍ଗ ଉଠାଇ ଶ୍ରୀ ବାହିନୀପତି ଏହା କହିଛନ୍ତି । 

    ସେ କହିଛନ୍ତି ଯେ, ଏନଡିଏ ସହଯୋଗୀ ଦଳ ଏହି ବିଲକୁ ବିରୋଧ କଲେ । କିନ୍ତୁ ବିଜେଡି ଏହି ବିଲକୁ ସମର୍ଥନ କଲା ।  ଏପରିକି ବିଲକୁ ସମର୍ଥନ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହ୍ୱିପ ମଧ୍ୟ ଜାରି କଲେ ।  ନିର୍ବାଚନ ବେଳେ ବିଜେଡି ଓ ବିଜେପି ପରସ୍ପର ବିରୋଧରେ କହୁଛନ୍ତି ।  ନବୀନ ବାବୁ ମଧ୍ୟ ସମଦୂରତା କଥା କହି ଆସୁଛନ୍ତି ।  ତେବେ ରାଜ୍ୟରେ ବିଜେଡି ଓ ବିଜେପିର ମିଳିତ ସରକାର ଚାଲିଛି କି ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବାହିନୀପତି ଦାବି କରିଛନ୍ତି ।  ବିଜେପି ବିରୋଧରେ କହି ବିଲକୁ ସମର୍ଥନ କରିବା ଡବଲ ଷ୍ଟାଣ୍ଡାର୍ଡ ବୋଲି  ତାରା କହିଛନ୍ତି । 

    ତେବେ ରାପ୍ରସାଦ ବାହିନୀପତିଙ୍କ ଏଭଳି ଅଭିଯୋଗକୁ କାଉଣ୍ଟର କରି  ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ,  ଆମର କାହାକୁ ଡର ନାହିଁ । ନବୀନ ପଟ୍ଟନାୟକ ସମଦୂରତା ରଖିଛନ୍ତି ।  ଏପରିକି ପାଟକୁରାରେ ଆପଣଙ୍କ ଦଳର ଭୋଟ କୁଆଡେ଼ ଗଲା ବୋଲି ପ୍ରମିଳା  ତାରାଙ୍କୁ ପ୍ରଶ୍ନ କରିଥିଲେ ।  ଆପଣ ଭୋଟ ବିଜେପିକୁ ଦେଇ ଦେଲେ । କିନ୍ତୁ ମହିଳାଙ୍କ ସୁରକ୍ଷା ପାଇଁ ବିଜେଡି ଭୋଟ ଦେଇଛି । 

    ଅନ୍ୟପକ୍ଷରେ ଟ୍ରିପଲ ତଲାକୁ ଇସୁ୍ୟ ବେସ ସପୋର୍ଟ ବୋଲି ଅମର ପ୍ରସାଦ ଶତପଥୀ କହିଛନ୍ତି । 

    Read more

    ନବୀନବାବୁ କଂଗ୍ରେସକୁ ଖତମ କରିଦେଲେ : ତାରା

    ଭୁବନେଶ୍ୱର : କଂଗ୍ରେସ ନିର୍ବାଚନରେ ଚରମ ବିପର୍ଯ୍ୟୟର ସାମ୍ନା କରିଛି  । ଭାରତରେ ଦଳର ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଓଡ଼ିଶାରେ କିନ୍ତୁ ଦଳ ଅଲୋଡ଼ା ରେକଡର଼୍ କରିଛି  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳ ପ୍ରାୟ ୭୦%ରୁ ଉଦ୍ଧ୍ୱର୍ ଆସନରେ ଦଳ ...

    Read more

    ଶ୍ରୀକାନ୍ତ ଜେନା ଦଳର ବହୁତ କ୍ଷତି କଲେଣି: ତାରା ବାହିନୀପତି

    ଭୁବନେଶ୍ୱର:  ଶ୍ରୀକାନ୍ତ ଜେନା ଦଳର ବହୁତ କ୍ଷତି କଲେଣି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାର ବିଚାର କରିବା ଦରକାର । ଗତକାଲି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟିବା ପରେ ଶ୍ରୀକାନ୍ତଙ୍କ ମନ୍ତବ୍ୟ ପ୍ରସଙ୍ଗରେ ଏହା ...

    Read more

    ତାରାଙ୍କୁ ଘେରୁଛନ୍ତି କୋରାପୁଟ କଂଗ୍ରେସ ନେତା

    ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ  । ସପ୍ତାହକ ତଳେ ଦୁଇ ନେତା ପରସ୍ପରକୁ କୋଳାଗ୍ରତ କରି ହସହସ ମୁହଁରେ ଫଟୋ ପୋଜ୍ ...

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook