Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ସଂସ୍କୃତି

ମୁଖ୍ୟ ଖବର

    ଚିତଉ ଅମାବାସ୍ୟା

    Share on :
    ajab-Image
    Date: Jul 31, 2019    Views: 141

    ଆଜି ଓଡ଼ିଶାରେ ଘରେ ଘରେ ପାଳିତ ହେବ ଗୃହିଣାଂ ଚିତ୍ତଉ ଅମାବାସ୍ୟା । ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ପାଳନ କରାଯିବ, ବଡ଼ଠାକୁରମାନଙ୍କର ସୁବର୍ଣ୍ଣ ଚିତାଲାଗି ଅମାବାସ୍ୟା ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁମାନଙ୍କ ମସ୍ତକରୁ ଯେଉଁ ଚିତାମାଳ “ଉଲାଗି’ କରାଯାଇଥାଏ ସେଗୁଡ଼ିକୁ “ଲାଗି” କରିବା ଶ୍ରୀମନ୍ଦିରରେ ଏହି ଦିନର ଧାର୍ମିକ ପରମ୍ପରା । ତ୍ରୟୋଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ଏହି ଅମାବାସ୍ୟା ବିଧି ମୁତାବକ ଗଡ଼ି ଆସିଲାଣି । ପୁରୀ, ଗଞ୍ଜାମ ଆଦି ଅଞ୍ଚଳରେ ଏହି ଚିତଉ ଅମାବାସ୍ୟା ଭାବରେ ପ୍ରସିଦ୍ଧ । ଏହି ଅବସରରେ ବ୍ରାହ୍ମଣ ଶାସନର ପ୍ରତ୍ୟେକ ଘରେ ଚିତଉ ପିଠା ଓ ଖିରି, କୁଳଦେବତାଙ୍କୁ ଅର୍ପଣ  କରାଯାଏ । ଏହା ମଧ୍ୟ ଏକ କୃଷିଭିତ୍ତିକ ପର୍ବ । କୃଷକମାନେ ଏହି ଦିନରେ ଖେତ ପୂଜା କରନ୍ତି । ଖେତକୁ ଅର୍ଘ୍ୟ ଦେଇ ଚିତଉ ପିଠା ବିଲରେ ପୋତି ଆସନ୍ତି । ଅଧିକ ଅମଳ ଆଶାରେ ଏପରି କରାଯାଏ । ବର୍ଷାଦିନେ ଗାଁ ଗଣ୍ଡାରେ ମୁଗ, ବିରି ମିଳେ ନାହିଁ । ତେଣୁ ଅରୁଆ ଚାଉଳରେ ଚିତଉ ପିଠା ପ୍ରସ୍ତୁତ କରାଯାଏ । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଆଦିରେ ଏହାକୁ ଗେଣ୍ଡାକଟା ଅମାବାସ୍ୟା କୁହାଯାଏ । ବର୍ଷାଦିନେ  ବିଲରେ ଅସଂଖ୍ୟ ଗେଣ୍ଡା ଜନ୍ମ ହୁଅନ୍ତି । ଏମାନଙ୍କ ଦ୍ୱାରା ଚାଷୀଙ୍କ ଗୋଡ଼ କଟିବାର ଆଶଙ୍କା ଥାଏ । ତେଣୁ ଗେଣ୍ଡାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଲ ତଥା ପୋଖରୀରେ ଚିତଉ ପିଠା ପୋତାଯାଏ । ଗ୍ରାମାଞ୍ଚଳରେ ଏହାର ନାମ ‘ଗେଣ୍ଡେଇସୁଣୀ ପୂଜା’ । ଏହି ଅବସରରେ ଚାଷୀ ଘରର ମହିଳାମାନେ ପିଠା ପକାଇଥାନ୍ତି ଗେଣ୍ଡେଇସୁଣୀ ଲୋ ଗେଣ୍ଡେଇସୁଣୀ, ମୋ ବାପା ଭାଇଙ୍କ ଗୋଡ଼ କାଟିବୁ ନାହିଁ । ଶ୍ରାବଣ ଅମାବାସ୍ୟାରେ ସମୁଦ୍ର ଫୁଲୁଥିବାରୁ ନଦୀ ଜଳ ନିଷ୍କାସିତ ହୋଇପାରେ ନାହିଁ । ଫଳରେ ବନ୍ୟା ଆଶଙ୍କା ଥାଏ । ତେଣୁ ଏହି ଦିନରେ ନଈ ବଡ଼ିରୁ ରକ୍ଷା ପାଇବା ପାଇଁ ଜଳ ଦେବତା ବରୁଣଙ୍କୁ ମଧ୍ୟ ଚିତଉ ଅର୍ପଣ କରାଯାଏ ।

    Maximum 500 characters

    ସଂସ୍କୃତି View all

    Find Us on Facebook