Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସହାୟତା ପାଇ ନିନ୍ଦିଲେ

    Share on :
    Date: Jul 30, 2019    Views: 347

    ଭୁବନେଶ୍ୱର: ସହାୟତା କରୁଥିବା ଲୋକଙ୍କୁ ଦିନେ ନା ଦିନେ ନିନ୍ଦା ଶୁଣିବାକୁ ପଡ଼ିଥାଏ । ଏହି ବାକ୍ୟର ଯତାର୍ଥତା ଆଜି ପ୍ରମାଣିତ ହୋଇଛି ।  ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆ ପ୍ରସଙ୍ଗରେ ଏହା ପ୍ରମାଣିତ ହୋଇଛି ।  ଜାଗା କାଳିଆଙ୍କୁ ଅଲଗା କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଅସ୍ତ୍ରୋପଚାର ଠାରୁ ଆରମ୍ଭ କରି ତାଙ୍କ ବାପା ମାଙ୍କ ରହଣି ବ୍ୟବସ୍ଥା ପର୍ଯ୍ୟନ୍ତ । ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।  ଏକଥା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ।  ତେବେ ସେ ସମସ୍ତ ସାହାଯ୍ୟ ସହଯୋଗ ଭୁଲି ଜଗା କାଳିଆଙ୍କ ବାପା ଏବେ ରାଜ୍ୟ ସରକାରଙ୍କ ମୁଣ୍ଡରେ ଦୋଷ ଲଦିଦେଇଛନ୍ତି ।  ରାଜ୍ୟ ସରକାରଙ୍କ ତାଙ୍କୁ ଠକୁଥିବା ଜଗା କାଳିଆଙ୍କ ବାପା  ଅଭିଯୋଗ କରିଛନ୍ତି । ଦିଲ୍ଲୀ ଏମସରେ ଜଗା କାଳିଆଙ୍କ ଅପରେସନ ପ୍ରସଙ୍ଗରେ ଜଗା କାଳିଆଙ୍କ ବାପା  ଭୂୟାଁ କହଁର ଏଭଳି ଅଭିଯୋଗ କରିଛନ୍ତି । 

    ଘରକୁ ଫେରିବାକୁ ଚାହୁଁଥିଲେ ବି ସରକାର ଦିନ ଗଡ଼ାଇ ଚାଲୁଥିବା ସେ ଅଭିଯୋଗ କରିଛନ୍ତି ।   ସେ କହିଛନ୍ତି ଯେ, ଦୀର୍ଘ ୨ ବର୍ଷ ହେଲା ଏଠାରେ ରହିଲୁଣି । ଦିନଟିଏ ବି ଗାଁକୁ ଯାଇନୁ ।  ଗାଁରେ ବୁଢା ବାପା ମା ଓ ୨ଟି ଛୋଟ ଛୁଆ ଦୁଃଖକଷ୍ଟରେ ଅଛନ୍ତି ।  ଗାଁରେ ଥିବା ଛୁଆ ୨ଟିଙ୍କର ପାଠ ପଢା ବି ବନ୍ଦ ହେବାକୁ ବସିଲାଣି ।  ଏମସରେ କହୁଛନ୍ତି ଜଗା କାଳିଆଙ୍କୁ ଭୁବନେଶ୍ୱର କିମ୍ବା ଗାଁକୁ ନେଇ ଯାଇ ହେବ ।  ତେବେ ରାଜ୍ୟ ସରକାର ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି । ନେବାର ନାଁ ଧରୁନାହାନ୍ତି ।  ଏଠାରେ ଏନଜିଓ ପିଲା ଥିଲେ । ସେମାନେ ବି ପଳାଇଲେଣି । ଆମେ ଏକୁଟିଆ ପଡ଼ିଛୁ ବୋଲି ଜଗା କାଳିଆଙ୍କ ବାପା ଭୂୟାଁ କହଁର ଅଭିଯୋଗ କରିଛନ୍ତି । 

    ତେବେ ଭୂୟାଁଙ୍କ ଅଭିଯୋଗ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ,  ଦିଲ୍ଲୀ  ଏମସ ଭୁବନେଶ୍ୱର ଏମସକୁ ଟ୍ରାନ୍ସଫର କରିବାକୁ ଚାହୁଁଛି ।  ତେବେ ଭୁବନେଶ୍ୱର ଏମସ କର୍ତ୍ତୃପକ୍ଷ ଏଯାଏ ଅନୁମତି ଦେଇ ନାହାନ୍ତି । 

    ସୂଚନାଯୋଗ୍ୟ, ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡାମୁଣ୍ଡ ଶିଶୁ ଜଗାକାଳିଆଙ୍କୁ ଅଲଗା କରାଯାଇଥିଲା । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିବା ଜଗାକାଳିଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ସେମାନଙ୍କୁ ଆଉ କୌଣସି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ନାହିଁ ବୋଲି ଦିଲ୍ଲୀ ଏମସର ଡାକ୍ତର କହିଥିଲେ ।

    ପରେ ଜଗା-କାଳିଆ  ଦିଲ୍ଲୀ ଏମ୍ସରୁ  ଶୀଘ୍ର ଓଡ଼ିଶା ଫେରିବେ  ବୋଲି କିଛି ସମୟ ପୂର୍ବରୁ ଏନଏଚଏମ  ଏମଡି ଶାଳିନୀ ପଣ୍ଡିତ  ସୂଚନା ଦେଇଥିଲେ ।    ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସେ ଏହି ଏହି ସୂଚନା ଦେଇଥିଲେ । ତାଙ୍କ ସୂଚନା ମୁତାବକ ଜଗା-କାଳିଆ ଓଡ଼ିଶା ଫେରିବା ସମ୍ପର୍କରେ ଏମ୍ସ ପକ୍ଷରୁ ବିଧିବଦ୍ଧଭାବେ ସୂଚନା ଦିଆଯିବ ।  ସେମାନଙ୍କୁ ଭୁବନେଶ୍ୱରର କୌଣସି ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।  ଜଗା ଅବସ୍ଥା ଭଲ ଅଛି । କାଳିଆର ଅବସ୍ଥା ଧୀରେ ଧୀରେ ସୁଧୁରୁଛି ବୋଲି ଏନଏଚଏମ  ଏମଡି ଶାଳିନୀ ପଣ୍ଡିତ ଦେଇଥିଲେ  । 

    ତେବେ  ଜଗା-କାଳିଆ ଓଡ଼ିଶା ଆସିଲେ ଏଠାରେ  ବି ସେମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ । ସେ କହିଥିଲେ ଯେ, ଜଗା-କାଳିଆ ଆସିଲେ ଭୁବନେଶ୍ୱରରେ ଯେଉଁଠି ଚାହିଁଲେ ରହିବେ  ।  ଭୁବନେଶ୍ୱର ଏମସ କିମ୍ବା ଆପୋଲୋ । ଯେଉଁଠି ଚାହିଁବେ ରହିପାରିବେ ।  ନୂଆଦିଲ୍ଲୀସ୍ଥ ଏମସରେ ବି ସେମାନଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି । ଏବେ ସେମାନେ ଓଡ଼ିଶା ଫେରିଲେ ଏଠାରେ ସେମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ  । 

    Read more

    ଓଡ଼ିଶାରେ ବି ଜଗା-କାଳିଆଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ

    ଭୁବନେଶ୍ୱର: ଜଗା-କାଳିଆ ଓଡ଼ିଶା ଆସିଲେ ଏଠାରେ  ବି ସେମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ସେ କହିଛନ୍ତି ଯେ, ଜଗା-କାଳିଆ ଆସିଲେ ଭୁବନେଶ୍ୱରରେ ଯେଉଁଠି ଚାହିଁଲେ ରହିବେ  ।  ଭୁବନେଶ୍ୱର ଏମସ ...

    Read more

    ଓଡିଶା ଫେରିବେ ଜଗାକାଳିଆ

    ଭୁବନେଶ୍ବର : ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିବା ଜଗାକାଳିଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ସେମାନଙ୍କୁ ଆଉ କୌଣସି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ନାହିଁ ବୋଲି ଦିଲ୍ଲୀ ଏମସର ଡାକ୍ତର କହିଛନ୍ତି । ...

    Read more

    ବାହୁଡ଼ିବେ ଜଗା କାଳିଆ!

    ଭୁବନେଶ୍ୱର: ଦିଲ୍ଲୀ ଛାଡ଼ି ନିଜ ଗାଁକୁ ଫେରିପାରନ୍ତି ଜଗା କାଳିଆ । କାରଣ ଗାଁକୁ ଫେରିବାକୁ ମନ ବଳାଇଛନ୍ତି ଜଗା କାଳିଆଙ୍କ ବାପା ଓ ମା’ ।

    ଅପରେସନ ପରେ ଅଲଗା ହୋଇ ଦିଲ୍ଲୀରେ ଜଗା କାଳିଆ ଚିକିତ୍ସାଧୀନ ଅଛନ୍ତି । ତେବେ ଏବେ ଗାଁକୁ ଫେରିବା ପାଇଁ ଜଗା କାଳିଆଙ୍କ ...

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook