Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୁଣି ନରସିଂହ-ବିଷ୍ଣୁ କଥା କଟାକଟି

    Share on :
    Date: Jul 30, 2019    Views: 191

    ଭୁବନେଶ୍ୱର: ମଙ୍ଗଳବାର ପୁଣି ନରସିଂହ-ବିଷ୍ଣୁ ମୁହାଁମୁହିଁ ।  ଗାନ୍ଧୀ ବନାମ ଗଡସେ ପ୍ରସଙ୍ଗରେ ମଙ୍ଗଳବାର ବିଧାନସଭାରେ କଂଗ୍ରସେ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । ଗତକାଲି ଗୃହରେ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟାକୁ ନେଇ ମଙ୍ଗଳବାର ନରସିଂହ ମିଶ୍ର ବର୍ଷିଛନ୍ତି ।  ସେ କହିଛନ୍ତି ଯେ, ମଣିଶଙ୍କର ଓ ସିଦ୍ଧୁ ବାହାର ଲୋକ । କାହିଁକି ସେ ନେଇ ବିଧାନସଭାରେ ଆଲୋଚନା ହେଲା । ମଣିଶଙ୍କରଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 

    ତେବେ ନରସିଂହଙ୍କ ପ୍ରତିକ୍ରିୟାର ଜବାବ ରଖି ବିଷ୍ଣୁ ସେଠୀ କହିଛନ୍ତି ଯେ,  ପୂର୍ବରୁ ବି ବାହାର ଲୋକଙ୍କ ବିଷୟରେ ଏଠାରେ ଆଲୋଚନା ହୋଇଛି ।  ଅନେକ ସମୟରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି ଅଯୌକ୍ତିକ କଥା କୁହନ୍ତି । ତେବେ ବିଷ୍ଣୁଙ୍କ ବୟାନକୁ ନେଇ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିବା ସହ ପାଟି ତୁଣ୍ଡ କରିଥିଲେ । 

    ପ୍ରକାଶ ଯେ, ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ  ଦଳ ନେତା ନରସିଂହ ମିଶ୍ର ଓ  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଥିଲେ । ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସମ୍ପର୍କରେ ଆଲୋଚନା ବେଳେ ନରସିଂହ ମିଶ୍ର ଓ ବିଷ୍ଣୁ ସେଠୀ ପରସ୍ପରକୁ  ଟାର୍ଗେଟ କରିଥିଲେ । 

    ପ୍ରଥମେ କଂଗ୍ରେସ ବିଧାୟକ  ଦଳ ନେତା ଶ୍ରୀ ମିଶ୍ର କେନ୍ଦ୍ର ସରକାରଙ୍କ ଅଭିମୁଖ୍ୟକୁ  ସୋମାଲୋଚନା କରି ବର୍ଷିଥିଲେ । ସେ କହିଥିଲେ ଯେ, କିଛି ଲୋକ ଗାନ୍ଧୀଙ୍କ ହତ୍ୟାକାରୀ ଗଡସେ ଫଟୋକୁ ପୂଜା କରୁଛନ୍ତି ।  ସେମାନେ ଗଡସେର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଭଳି ଜଣାପଡ଼ୁଛି ବୋଲି ଶ୍ରୀ ମିଶ୍ର କହିଥିଲେ ।
    ତେବେ ନରସିଂହ ମିଶ୍ରଙ୍କ ମନ୍ତବ୍ୟର ଜବାବ ଦେଇଥିଲେ ବିଷ୍ଣୁ ସେଠୀ । ସେ କହିଥିଲେ ଯେ, କାହାକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ପ୍ରଥମେ ନିଜକୁ ଦେଖନ୍ତୁ ।  ଆପଣଙ୍କ ମଣିଶଙ୍କର ଆୟର ଓ ସିଦ୍ଧୁ କଣ କହୁଛନ୍ତି । ଏହା ଉପରେ ପୂର୍ଣ୍ଣାଙ୍ଗ ଆଲୋଚନା ହେଉ । ଏନେଇ ଆମେ ପ୍ରସ୍ତୁତ ବୋଲି ଶ୍ରୀ ସେଠୀ କହିଥିଲେ । 

    Read more

    କେନ୍ଦ୍ରୀୟ ପଣ୍ୟାଗାର ସ୍ଥାନାନ୍ତର ହେଲେ କ୍ଷତି ହେବ

    ଭୁବନେଶ୍ୱର:  କେନ୍ଦ୍ରୀୟ ପଣ୍ୟାଗାର ନିଗମ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ବିହାରକୁ ଉଠାଇ ନିଆଗଲେ ବ୍ୟାପକ କ୍ଷତିଗ୍ରସ୍ତ ହେବ । କେବଳ କର୍ମଚାରୀ ସମସ୍ୟା ଭୋଗିବେ ତା ନୁହେଁ, ଏହା ଅଦୂରଦର୍ଶୀ ନିଷ୍ପତ୍ତି ଦ୍ୱାରା ପ୍ରଶାସନିକ ସମନ୍ୱୟରେ ମଧ୍ୟ ଅଭାବ ...

    Read more

    ସରିଲା ବିଧାନସଭା ଅଧିବେଶନ

    ଭୁବନେଶ୍ୱର:  ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ଶେଷ ହୋଇଛି । ଜୁନ୍ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅଗଷ୍ଟ ୮ ତାରିଖ ଯାଏ ଚାଲିବାର ଥିଲା । ତେବେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଚାରି ଦିନ ଆଗରୁ ଏହାକୁ ବନ୍ଦ କରି ଦିଆଯାଇଛି । ଏହି ...

    Read more

    ରାଜ୍ୟରେ ପ୍ରତିଷ୍ଠା ହେବ ୪ ନୂଆ ପ୍ଲାନେଟୋରିୟମ୍‌

    ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ଚାରୋଟି ପ୍ଲାନୋଟେରିୟମ୍‌ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସରକାର । ଗୋପାଳପୁର, ରାୟଗଡ଼ା, କେଉଁଝର ଓ ବାରିପଦାରେ ନିର୍ମାଣ ହେବ ପ୍ଲାନୋଟେରିୟମ୍‌ । ଏଥିପାଇଁ ୩୦ କୋଟି ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟ୍ଟକଳ କରାଯାଇଛି । ଏ ...

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook