Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

    Share on :
    Date: Jul 29, 2019    Views: 201

    ଭୁବନେଶ୍ୱର: ରସଗୋଲା ମାରପିଟରେ ଓଡ଼ିଶା ବିଜୟୀ ଲାଭ କରିଛି । ରସଗୋଲା ଯେମିତି ମିଠା, ଖବର ବି ସେମିତି ମିଠା । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ଲଢେଇରେ ଓଡ଼ିଶା ବାଜି ମାରିନେଇଛି । ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଛି । ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ ପକ୍ଷରୁ ଏହି ମାନ୍ୟତା ମିଳିଛି । ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ନେଇ ଚେନ୍ନାଇ ଜିଆଇ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

    ପ୍ରକାଶ ଯେ,  ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ଜିଆଇ ଟ୍ୟାଗ୍ ହାସଲ ପାଇଁ ଆବେଦନ କରାଯାଇଥିଲା ।

    ଏହାପୂର୍ବରୁ ପଶ୍ଚିମବଙ୍ଗ ରସଗୋଲାକୁ ମଧ୍ୟ ଜିଆଇ ଟ୍ୟାଗ୍ ମିଳିଥିଲା । ବାଂଲା ରସଗୋଲା ଭାବେ ଏହାକୁ ଜିଆଇ ଟ୍ୟାଗ୍ ମିଳିଥିଲା । ତେବେ ଏଥିରେ ରାଜ୍ୟ ସରକାର ଅସନ୍ତୋଷ ଜାହିର କରିବା ସହ ଓଡ଼ିଶା ରସଗୋଲାକୁ ମଧ୍ୟ ଜିଆଇ ଟ୍ୟାଗ୍ ଦେବାକୁ ଦାବି କରିଥିଲେ । ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାକୁ ଏକ କମିଟି ମଧ୍ୟ ଗଠନ କରିଥିଲେ ରାଜ୍ୟ ସରକାର । ଆଉ ରାଜ୍ୟ ସରକାରଙ୍କ ଦୀର୍ଘ ଦିନର ଦାବି ପରେ ଓଡ଼ିଶା ରସଗୋଲା ଉପରେ ଜିଆଇ ଟ୍ୟାଗର ମୋହର ବାଜିଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook