Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତ୍ମରକ୍ଷା ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି: ନିରଞ୍ଜନ

ବାରବାଟୀରେ କ୍ରିକେଟ ଟିକଟ ପାଇଁ ପରିଚୟପତ୍ର ଜରୁରୀ: ଓସିଏ

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆ ବର୍ଷକୁ କମିବ ପିଆଜ ଦର: ରଣେନ୍ଦ୍ର ସ୍ୱାଇଁ

ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ: ଖଣିମନ୍ତ୍ରୀ

ଧରାପଡ଼ିଲେ ୪ ନକଲି ଶିକ୍ଷକ

ପିଆଜ ଦର ନିୟନ୍ତ୍ରଣ ପାଇଁ ବୈଠକ

ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ୨ ଗିରଫ, ମୋଟ ଗିରଫ ସଂଖ୍ୟା ହେଲା ୬

ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

କାଳିଆ ହିତାଧିକାରୀ ତାଲିକାରେ ପୂର୍ବତନ ବିଧାୟକଙ୍କ ବୋହୂ

ନିଖୋଜଙ୍କ ଗଳିତ ମୃତଦେହ ଠାବ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନରସିଂହ-ବିଷ୍ଣୁ କଥା କଟାକଟି

    Share on :
    ajab-Image
    Date: Jul 29, 2019    Views: 395

    ଭୁବନେଶ୍ୱର: ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ  ଦଳ ନେତା ନରସିଂହ ମିଶ୍ର ଓ  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । ଏକ ପ୍ରସଙ୍ଗକୁ ନେଇ  ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଛି । ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସମ୍ପର୍କରେ ଆଲୋଚନା ବେଳେ ନରସିଂହ ମିଶ୍ର ଓ ବିଷ୍ଣୁ ସେଠୀ ପରସ୍ପରକୁ  ଟାର୍ଗେଟ କରିଛନ୍ତି । 

    ପ୍ରଥମେ କଂଗ୍ରେସ ବିଧାୟକ  ଦଳ ନେତା ଶ୍ରୀ ମିଶ୍ର କେନ୍ଦ୍ର ସରକାରଙ୍କ ଅଭିମୁଖ୍ୟକୁ  ସୋମାଲୋଚନା କରି ବର୍ଷିଥିଲେ । ସେ କହିଥିଲେ ଯେ, କିଛି ଲୋକ ଗାନ୍ଧୀଙ୍କ ହତ୍ୟାକାରୀ ଗଡସେ ଫଟୋକୁ ପୂଜା କରୁଛନ୍ତି ।  ସେମାନେ ଗଡସେର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଭଳି ଜଣାପଡ଼ୁଛି ବୋଲି ଶ୍ରୀ ମିଶ୍ର କହିଥିଲେ ।

    ଆଜି ବିଧାନସଭାର ଶୂନ୍ୟକାଳରେ ନରସିଂହ ମିଶ୍ର ଅଭିଯୋଗ କରିଥିଲେ କି, ଜାତିର ପିତା ମହାତ୍ମା ଗାନ୍ଧୀ ଯିଏ କି ଗୋରା ସରକାରଙ୍କ କବଳରୁ ଦେଶକୁ ରକ୍ଷା କରିଥିଲେ ତାଙ୍କୁ ଆଜିର ଦିନରେ ସମସ୍ତେ ଭୁଲି ଗଲେଣି । ଏପରିକି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିନ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା ହେଲେ କିଛି ଲାଭ ହେଲାନି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଶାସନରେ ଗାନ୍ଧୀଙ୍କ ସହିଦ ଦିବସରେ ହତ୍ୟାକାରୀ ନାଥୁରାମ ଗଡସେକୁ ପୂଜା କରାଯାଉଛି ଓ ଗାନ୍ଧୀଙ୍କ ଫଟୋକୁ ଗୁଳି କରାଯାଉଛି । କେନ୍ଦ୍ର ସରକାରଙ୍କ ଅନେକ ସଦସ୍ୟ ଗାନ୍ଧୀଙ୍କ ବିଷୟରେ ବିବାଦୀୟ ଟିପ୍ପଣୀ ମଧ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ ନରସିଂହ ।

    ତେବେ ନରସିଂହ ମିଶ୍ରଙ୍କ ମନ୍ତବ୍ୟର ଜବାବ ଦେଇଥିଲେ ବିଷ୍ଣୁ ସେଠୀ । ସେ କହିଥିଲେ ଯେ, କାହାକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ପ୍ରଥମେ ନିଜକୁ ଦେଖନ୍ତୁ ।  ଆପଣଙ୍କ ମଣିଶଙ୍କର ଆୟର ଓ ସିଦ୍ଧୁ କଣ କହୁଛନ୍ତି । ଏହା ଉପରେ ପୂର୍ଣ୍ଣାଙ୍ଗ ଆଲୋଚନା ହେଉ । ଏନେଇ ଆମେ ପ୍ରସ୍ତୁତ ବୋଲି ଶ୍ରୀ ସେଠୀ କହିଥିଲେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook