Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବିନା ଦୋଷରେ ଜେଲ

    Share on :
    Date: Jul 28, 2019    Views: 49

    ମୟୂରଭଞ୍ଜ: ମୟୂରଭଂଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ପୁରୁଣପାଣି ଗାଁର ମଙ୍ଗୁଳି ନାୟକ ଓ ସଂଜୟ ନାୟକଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି ଜିଲ୍ଲା ଏସଡିଜେଏମ କୋର୍ଟ । ବୋହୂ ବଂଚିଥିବା ବେଳେ ବଧୂହତ୍ୟା ଅଭିଯୋଗରେ ଏମାନଙ୍କୁ ଜେଲ ପଠାଇ ଦେଇଥିଲା ବାଦାମପାହାଡ ପୁଲିସ । ପୁରୁଣାପାଣି ଗାଁର ସଂଜୟ ନାୟକଙ୍କ ସ୍ତ୍ରୀ ରାୟମଣି ନାୟକ ଗତ ଏପ୍ରିଲ ୨୨ ତାରିଖରେ ଘର ଛାଡି କୁଆଡେ ପଳାଇଯାଇଥିଲେ ।

    ରାୟମଣିଙ୍କୁ ବହୁ ଖୋଜା ଖୋଜି କରି ନପାଇବାରୁ ସ୍ୱାମୀ ସଂଜୟ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ସେହି ମାସ ୨୭ ତାରିଖରେ ପାହାଡପୁର ଜଙ୍ଗଲରୁ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ଯାହାକୁ ରାୟମଣିଙ୍କର ବୋଲି ସନ୍ଦେହ କରି ହତ୍ୟା ଅଭିଯୋଗରେ ସ୍ୱାମୀ ସଂଜୟ ଓ ଶ୍ୱଶୁର ମଙ୍ଗଳ ନାୟକଙ୍କୁ ଗିରଫ ଜେଲ ପଠାଇ ଦେଇଥିଲା ପୁଲିସ । ଫଳରେ ସଂଜୟ ଓ ମଙ୍ଗଳଙ୍କ ବିନା ଦୋଷରେ ୩ ମାସ ଜେଲରେ ରହିବାକୁ ପଡିଛି । ଜଙ୍ଗଲରୁ ମିଳିଥିବା ମୃତ ମହିଳାଙ୍କ ଡିଏନଏ ମ୍ୟାଚ କରିବା ପାଇଁ ଗତ ୧୭ ତାରିଖରେ ରାୟମଣିଙ୍କ ମାଆଙ୍କ ପାଖକୁ ଯାଇଥିଲା ପୁଲିସ । ଆଉ ସେଠାରେ ମାଆଙ୍କ ପାଖରେ ରାୟମଣିଙ୍କୁ ଜୀବିତ ଦେଖି ହତବାକ୍ ହୋଇଯାଇଥିଲା ପୁଲିସ ।

    ଉଭୟ ମାଆ-ଝିଅଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିବା ସହ ଝିଅର ବୟାନ ରେକର୍ଡ କରାଯାଇଛି । ବୋହୂର ବୟାନ ରେକର୍ଡ କରିବା ପରେ ଶ୍ୱଶୁର ଓ ସ୍ୱାମୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ମୟୂରଭଂଜ ଏସଡିଜେଏମ କୋର୍ଟ । ଏହାସହ ମୃତଦେହର ବିନା ଡିଏନଏ ଟେଷ୍ଟରେ ପୁଲିସ କିଭଳି ଅଙ୍ଗୁଳି ଓ ସଂଜୟଙ୍କୁ ଗିରଫ କଲା ତାକୁ ନେଇ ତଦନ୍ତକାରୀ ଅଫିସରଙ୍କ କାରଣ ଦର୍ଶାଅ ନୋଟିସ ମାଗିଛନ୍ତି କୋର୍ଟ ।

    Read more

    ଜେଲରୁ କଏଦୀ ଚମ୍ପଟ

    ନୟାଗଡ଼: ନୟାଗଡ଼ ସବଜେଲରୁ ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଥିବା ଜଣାଯାଇଛି ।  ଫେରାର କଏଦୀ ଜଣକ ଫତେଗଡ଼ ଥାନା ଅଞ୍ଚଳର ତପନ ରାଉତ ବୋଲି ଜଣାଯାଇଛି ।  ତପନ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲରେ ଥିଲା ।  ପୂର୍ବରୁ ଗତ ମଇ ୧୦ରେ ଜେଲରୁ ଫେରାର ହୋଇ ତପନ ...

    Read more

    ଜେଲରୁ କଏଦୀ ଫେରାର

    କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଂଜିଆ ଉପକାରାଗାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଗିଚାରେ କାମ କରୁଥିବା ବେଳେ ଜଣେ କଏଦୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । , ଆଜି ସକାଳେ କରଞ୍ଜିଆ ଉପକାରାଗାରର କଏଦୀମାନେ ବଗିଚାରେ କାମ କରୁଥିଲେ  । ସେହି ସମୟରେ ଜଣେ ...

    Read more

    ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡ

    ବ୍ରହ୍ମପୁର:ବର୍ଷେ କି ୨ ବର୍ଷ ନୁହେଁ । ଦୀର୍ଘ ୧୨ ବର୍ଷ ପରେ ଏକ ହତ୍ୟା ମାମଲାର ରାୟ ଆସିଛି । ରାୟ ଆସିବା ସହ ଦୋଷୀଙ୍କୁ ଦଣ୍ଡ ମିଳିଛି ।   ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି ।   ଏକ ହତ୍ୟା ମାମଲାର ବିଚାର କରି ଏଡିଜେ-୧ ମୋଟ ୧୯ ଜଣଙ୍କୁ  ଆଜୀବନ ...

    Maximum 500 characters

    ବିଶେଷ View all

    Find Us on Facebook