Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ବିଶେଷ

ମୁଖ୍ୟ ଖବର

    ଶ୍ରାବଣ ଶୁଖିଲା, ୨୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

    Share on :
    ajab-Image
    Date: Jul 25, 2019    Views: 157

    ଭୁବନେଶ୍ୱର:  ଶ୍ରାବଣମାସରେ ମାଟି ଶୁଖିଲା । ଜମିରେ ପାଣି ନାହିଁ । ଚାଷୀ ମୁଣ୍ଡରେ ହାତ ଦେଲାଣି । ସ୍ଥିତି ଏମିତି ହେଲାଣି ଯେ ୧୦ ଟି ଜିଲ୍ଲାରେ ଗଜା ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି । ଯଦି ଆସନ୍ତା ଏକ ସପ୍ତାହରେ ସ୍ୱାଭାବିକ ବର୍ଷା ନ ହେବ ତେବେ ମରୁଡ଼ି ହେବା ଏକ ପ୍ରକାରର ଥୟ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ମରୁଡ଼ି ଆଶଙ୍କାରୁ କିଛି ଦିନ ଟାଳିପାରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । 
    ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଜୁଲାଇ ୧ ରୁ ୨୩ ତାରିଖ ମଧ୍ୟରେ ଯେତିକି ବର୍ଷା ହେବା କଥା ତାହା ହୋଇପାରିନି । ମାତ୍ର ୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ବାକି ସମସ୍ତ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । କଟକ, ଖୋର୍ଦ୍ଧା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ସ୍ୱାଭାବିକ ବର୍ଷା ହୋଇଛି । ତେବେ ଉକ୍ତ ଜିଲ୍ଲା ଗୁଡ଼ିକ ବ୍ୟତୀତ ୧୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ୧୦ଟି ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଉଥିବା କୁହାଯାଇଛି । ତଥ୍ୟ କହୁଛି ଯେ ସୁନ୍ଦରଗଡ଼ ୫୨.୫% ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୪୫.୫%, ମୟୂରଭଞ୍ଜରେ ୪୫%, ଦେବଗଡ଼ରେ ୪୪.୮%, ଗଜପତିରେ ୪୪.୮%, ବୌଦ୍ଧରେ ୪୨.୮୫%, କନ୍ଧମାଳରେ ୪୨.୬%, ରାୟଗଡ଼ାରେ ୪୦.୯% କେନ୍ଦୁଝରରେ ୩୯.୯% ଓ ବାଲେଶ୍ୱରରେ  ସ୍ୱାଭାବିକ ଠାରୁ ୩୯.୨ ପ୍ରତିଶତ କମ ବର୍ଷା ହୋଇଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଛାଡ଼ି ଦେଲେ ଉପକୂଳ ଓଡ଼ିଶାର ଆଉ କେଉଁ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇନି । ବାଲେଶ୍ୱର ଓ ଗଜପତି ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ସ୍ୱାଭାବିକ ଠାରୁ ୩୧.୨% ଜଗତସିଂହପୁରରେ ୩୦.୪୨%, ଗଞ୍ଜାମରେ ୨୬.୩% ଓ ପୁରୀରେ ୨୩.୪% କମ ବର୍ଷା ହୋଇଛି । ନିଅଣ୍ଟିଆ ବର୍ଷା ହୋଇଥିବା ୧୫ଟି ଜିଲ୍ଲା ମଧ୍ୟରେ ପଶ୍ଚିମ ଓ ଉପକୂଳ ଓଡ଼ିଶା ରହିଛି । ବଲାଙ୍ଗୀରରେ ୩୮% କମ ବର୍ଷା ହୋଇଥିବା ବେଳେ ନୂଆ ପଡ଼ାରେ ୩୫.୭%, ସମ୍ବଲପୁର ଓ ସୋନପୁରରେ ୩୩.୯%, ଭଦ୍ରକରେ ୨୯.୧% ନୟାଗଡ଼ରେ ୨୮.୪ ଯାଜପୁରରେ ୨୭%, ଢେ଼ଙ୍କାନାଳରେ ୨୬.୪, ବରଗଡ଼ରେ ୨୩.୯%, ମାଲକାନଗିରିରେ ୨୩%, ଝାରସୁଗୁଡ଼ାରେ ୨୨.୬ ପ୍ରତିଶତ କମ୍ ବର୍ଷା ହୋଇଥିବା ସୂଚନା ଦିଆଯାଇଛି ।

    Maximum 500 characters

    ବିଶେଷ View all

    Find Us on Facebook