Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବିଧାନସଭାରେ ମରୁଡ଼ି

    Share on :
    Date: Jul 25, 2019    Views: 103

    ଭୁବନେଶ୍ୱର: ଗୁରୁବାର ସମ୍ଭାବ୍ୟ ମରୁଡ଼ି ନେଇ ବିଧାନସଭାର ଶୂନ୍ୟକାଳରେ ସରଗରମ ଆଲୋଚନା ହୋଇଛି ।  ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । 

    ଏହି ଅବସରରେ ରାଜ୍ୟର ୧୫ଟି ଜିଲ୍ଲାରେ ଠିକଭାବେ ବର୍ଷା ହୋଇନଥିବା ପ୍ରଦୀପ୍ତ ନାୟକ କହିଥିଲେ ।  ମାଟି ଫାଟି ଆଁ କରିଥିବାବେଳେ ତଳି ଶୁଖିବାକୁ ମସିଲାଣି ।  ତେଣୁ ବର୍ଷାର ସଠିକ ପରିମାଣ ଜଣାଇବାକୁ  ବିଭାଗୀୟ ମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେବାକୁ ଶ୍ରୀ ନାୟକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ କହିଥିଲେ । 

    ଅନ୍ୟପକ୍ଷରେ  ଲିଫ୍ଟ ଇରିଗେସନ ଓ ଡିପ ବୋରୱେଲ ଅଚଳ ହୋଇପଡ଼ିଥିବା ନରସିଂହ ମିଶ୍ର କହିଥିଲେ ।  ଋଣ ବୋଝରୁ ଚାଷୀ ଆତ୍ମହତ୍ୟା କରୁଥିବା ସଂସଦରେ ପ୍ରସନ୍ନ ଆଚାର୍ଯ୍ୟ କହିଥିବା ଶ୍ରୀ ମିଶ୍ର କହିଥିଲେ ।  ଅଥଚ ଏଠାରେ ସରକାର ତାକୁ ମାନିବାକୁ ନାରାଜ ବୋଲି ଶ୍ରୀ ମିଶ୍ର କହିଥିଲେ । ଅନ୍ୟପକ୍ଷରେ ବାଚସ୍ପତି ଶ୍ରୀ ପାତ୍ର  ଆସନ୍ତାକାଲି ମରୁଡ଼ି ତଥ୍ୟ ସହ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଥିବା ଜଣାଯାଇଛି । 

    Read more

    କେନ୍ଦ୍ରୀୟ ପଣ୍ୟାଗାର ସ୍ଥାନାନ୍ତର ହେଲେ କ୍ଷତି ହେବ

    ଭୁବନେଶ୍ୱର:  କେନ୍ଦ୍ରୀୟ ପଣ୍ୟାଗାର ନିଗମ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ବିହାରକୁ ଉଠାଇ ନିଆଗଲେ ବ୍ୟାପକ କ୍ଷତିଗ୍ରସ୍ତ ହେବ । କେବଳ କର୍ମଚାରୀ ସମସ୍ୟା ଭୋଗିବେ ତା ନୁହେଁ, ଏହା ଅଦୂରଦର୍ଶୀ ନିଷ୍ପତ୍ତି ଦ୍ୱାରା ପ୍ରଶାସନିକ ସମନ୍ୱୟରେ ମଧ୍ୟ ଅଭାବ ...

    Read more

    ସରିଲା ବିଧାନସଭା ଅଧିବେଶନ

    ଭୁବନେଶ୍ୱର:  ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ଶେଷ ହୋଇଛି । ଜୁନ୍ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅଗଷ୍ଟ ୮ ତାରିଖ ଯାଏ ଚାଲିବାର ଥିଲା । ତେବେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଚାରି ଦିନ ଆଗରୁ ଏହାକୁ ବନ୍ଦ କରି ଦିଆଯାଇଛି । ଏହି ...

    Read more

    ରାଜ୍ୟରେ ପ୍ରତିଷ୍ଠା ହେବ ୪ ନୂଆ ପ୍ଲାନେଟୋରିୟମ୍‌

    ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ଚାରୋଟି ପ୍ଲାନୋଟେରିୟମ୍‌ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସରକାର । ଗୋପାଳପୁର, ରାୟଗଡ଼ା, କେଉଁଝର ଓ ବାରିପଦାରେ ନିର୍ମାଣ ହେବ ପ୍ଲାନୋଟେରିୟମ୍‌ । ଏଥିପାଇଁ ୩୦ କୋଟି ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟ୍ଟକଳ କରାଯାଇଛି । ଏ ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook