Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଫଳାଫଳ ଆଶ୍ଚର୍ଯ୍ୟ କରିଛି : ବିଜୟ

    Share on :
    ajab-Image
    Date: Jul 24, 2019    Views: 1511

    ଭୁବନେଶ୍ୱର : ପାଟକୁରା ନିର୍ବାଚନରେ ବିଜେଡ଼ି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲ ବିଜୟୀ ହୋଇଛନ୍ତି  । ରାଜ୍ୟର ତୁଙ୍ଗ ନେତା ବିଜୟ ମହାପାତ୍ରଙ୍କୁ ଚତୁର୍ଥ ଥର ପାଇଁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି  । ନିର୍ବାଚନ ପରାଜୟ ପରେ ବିଜୟ କହିଛନ୍ତିଯେ, ଫଳାଫଳ ଆଶ୍ଚର୍ଯ୍ୟ କରିଛି  । ଲୋକମତ ମୋ ସପକ୍ଷରେ ଥିଲା  । ଗଣତନ୍ତ୍ରରେ ଲୋକମତକୁ ସମ୍ମାନ ଦେବାକୁ ପଡ଼ିବ  । ଲୋକଙ୍କ ରାୟକୁ ମାନିବାକୁ ପଡ଼ିବ  । ନିର୍ବାଚନ ଫଳ ମୋ ବିପକ୍ଷରେ ଯିବାର ଅନେକ କାରଣ ରହିଛି  । ସରକାର ପାଟକୁରାକୁ ଘେରାବନ୍ଦୀ କରି ରଖିଥିଲେ  । ମନ୍ତ୍ରୀ ଓ ନେତାମାନେ ପାଟକୁରାରେ ଡେରା ପକାଇ ରହିଥିଲେ  । ଟଙ୍କା ବଂଟାଯିବା ମଧ୍ୟ ଫଳ ପରିବର୍ତନର ଅନ୍ୟତମ କାରଣ  । ଲୋକମତ ଭିନ୍ନ ଥିଲା, କ’ଣ ପାଇଁ ଏମିତି ହେଲା ତାହା ଅନୁଧ୍ୟାନ ଯୋଗ୍ୟ  । ଚର୍ଚ୍ଚା ଆଲୋଚନା କରାଯିବା ପରେ କାରଣ ଜଣାପଡ଼ିବ ବୋଲି ବିଜୟ କହିଛନ୍ତି  । 

    ଅପରପକ୍ଷରେ ନିର୍ବାଚନରେ କଂଗ୍ରେସ ଅମାନତ ହରାଇଛି  । କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି କହିଛନ୍ତିଯେ, ଜନାଦେଶକୁ ନମ୍ରତାର ସହ ଗ୍ରହଣ କରିବା ସହ ଏଥିପାଇଁ ନିଜକୁ ଦାୟୀ କରୁଛନ୍ତି  । କଂଗ୍ରେସ ଭୋଟ ବିଜେପିକୁ ଚାଲିଗଲା  । ଫଳାଫଳ ତାଙ୍କୁ ଚକିତ କରିଥିବାବେଳେ ଭୋଟ ରାଜନୀତିରେ ରହିବି ନା ନାହିଁ ଚିନ୍ତା କରିବି ବୋଲି ଜୟନ୍ତ କହିଛନ୍ତି  ।

    ସୂଚନାଯୋଗ୍ୟଯେ, ବିଜେଡ଼ିର ସାବିତ୍ରୀ ଅଗ୍ରୱାଲଙ୍କୁ ୯୬୦୧୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୭୮୯୦୭ ଖଣ୍ଡ ଭୋଟ ମିଳିଥିଲା  । ଯେତେବେଳେକି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୨୧୦୪ ଖଣ୍ଡ ଭୋଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି  ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook