Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ

    Share on :
    Date: Jul 21, 2019    Views: 273

    ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ରବିବାର ଭାରତୀୟ ଦଳ ଘୋଷିତ ହୋଇଛି ।   ଟେଷ୍ଟ, ଦିନିକିଆ ଓ ଟି ଟ୍ୱେଣ୍ଟି ପାଇଁଁ ଭାରତୀୟ ଦଳ ଘୋଷିତ ।  ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଦଳ ଖେଳିବ । ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ଗସ୍ତରୁ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି । 
    ଟେଷ୍ଟ ଟିମରେ ଅଜିଙ୍କ୍ୟ ରାହାଣେ, ମୟଙ୍ଗ ଅଗ୍ରୱାଲ, କେ.ଏଲ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରୋହିତ ଶର୍ମା, ଋଷଭ ପନ୍ତ, ରିଦ୍ଧିମାନ ଶାହା, ଆର ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଇଶାନ୍ତ ଶର୍ମା ଓ ମହମ୍ମଦ ସାମୀ, ଯଶପ୍ରୀତ ବୁମରା, ଉମେଶ ଯାଦବ, ଖଲିଲ ଅହମ୍ମଦ, ନବଦୀପ ସାଇନି, ଶିଖର ଧୱନ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, ୱାସିଂଟନ ସୁନ୍ଦର, ରାହୁଲ ଚହର, ଦୀପକ ଚହର ସ୍ଥାନ ପାଇଛନ୍ତି । 

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,  ଦିନିକିଆ ଦଳରେ ଖଲିଲ ଅହମ୍ମଦ, ନବଦୀପ ସାଇନି ଓ ଋଷଭ ପନ୍ତ ସାମିଲ ହୋଇଛନ୍ତି ।  ଦଳକୁ ଫେରିଛନ୍ତି ଶିଖର ଧୱନ, ମନୀଷ ପାଣ୍ଡେ ଓ ଶ୍ରେୟସ ଆୟର । ଟି ଟ୍ୱେଣ୍ଟି ଦଳରେ ୱାସିଂଟନ ସୁନ୍ଦର, ରାହୁଲ ଚହର ଓ ଦୀପକ ଚହର ସ୍ଥାନ ପାଇଛନ୍ତି ।  ଟେଷ୍ଟ ଟିମରେ ହନୁମା ବିହାରୀ ରିଦ୍ଧିମାନ ଶାହା ସାମିଲ ହୋଇଛନ୍ତି ।  ଟେଷ୍ଟ ଦଳରେ ରହିଲେ ବୁମରା । କିନ୍ତୁ  ଦିନିକିଆ ଓ ଟି ଟ୍ୱେିଣ୍ଟିରୁ  ତାଙ୍କୁ ବିଶ୍ରାମ ଦିଆଯାଇଛି । 

    Read more

    ବୋଲିଂ କରିବ ଭାରତ

    ଇଂଲଣ୍ଡ:  ୧୦୦ କୋଟିରୁ ଅଧିକ ଦେଶବାସୀଙ୍କ ଆଶା ନେଇ ଇଂଲଣ୍ଡ ପହଞ୍ଚିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଜିଠାରୁ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଆଜି ସାଉଥମ୍ପଟନରେ ଦକ୍ଷିଣ ...

    Read more

    ଟିମ ଇଣ୍ଡିଆର ଆଡିଲେଡ ବିଜୟ

    ଅଷ୍ଟ୍ରେଲିଆ: ଆଡିଲେଡ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଲା ଟିମ ଇଣ୍ଡିଆ ।  ଅଧିନାୟକ ବିରାଟ କୋଲିଙ୍କ ୧୦୪ ଓ କୁଲ ଧୋନିଙ୍କ ୫୫ ରନ ବଳରେ ଭାରତ ବିଜୟ ଲାଭ କରିଛନ୍ତି ।  ୨୯୮ ରନ ଟାର୍ଗେଟକୁ ଟିମ ଇଣ୍ଡିଆ ୪୯.୨ ଓଭରରେ ପୂରା କଲା ...

    Read more

    ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ

    ନୂଆଦିଲ୍ଲୀ: ଟି-୨୦ ଓ ଦିନିକିଆ ସିରିଜ ପରେ ଇଂଲଣ୍ଡ ବିରୋଧରେ ୩ଟି ଟେଷ୍ଟ ଖେଳିବା ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି ।  ବିରାଟ କୋହଲି, ଶିଖର ଧାୱନ, କେ.ଏଲ ରହୁଲ, ଏମ.ବିଜୟ, ତେଜେଶ୍ୱର ପୂଜାରା, ଅଜିଙ୍କ୍ୟା ରାହାଣେ, କରୁଣ ନାୟାର, ଦୀନେଶ କାର୍ତ୍ତିକ, ରିଷଭ ପନ୍ଥ, ଆର.ଅଶ୍ୱିନ, ...

    Maximum 500 characters

    ଖେଳ ଖବର View all

    Find Us on Facebook