Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଅର୍ଥନୀତି

ମୁଖ୍ୟ ଖବର

    ମୁକେଶ ଅମ୍ବାନୀଙ୍କ ବେତନ ୧୫ କୋଟି

    Share on :
    ajab-Image
    Date: Jul 21, 2019    Views: 113

    ନୂଆଦିଲ୍ଲୀ: ଦେଶର ୧ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ବର୍ଷକୁ ୧୫ କୋଟି ଟଙ୍କାର ଦରମା ନେଉଛନ୍ତି । ଗତ ୧୧ ବର୍ଷ ହେଲା ତାଙ୍କ ଦରମା ବଢ଼ି ନାହିଁ । ୨୦୦୮-୦୯ ଆର୍ଥିକ ବର୍ଷରେ ମୁକେଶ ତାଙ୍କ ବେତନ, ଭତ୍ତା ଓ କମିସନ ବାବଦ ଅର୍ଥକୁ ୧୫ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ବହୁ ଅଧିକ ବେତନ କମ୍ପାନୀରୁ ନେଉଥିଲେ । ଦେଶରେ ସିଇଓମାନେ ଅତ୍ୟଧିକ ବେତନ ପାଉଥିବା ନେଇ ବିତର୍କ ହେବା ସମୟରେ ମୁକେଶ ଏଭଳି ପଦକ୍ଷେପ ନେଇ ଏକ ଉଦାହରଣ ସୃଷ୍ଟି କରିଥିଲେ । ୨୦୧୮-୧୯ ରେ ମୁକେଶ ନେଉଥିବା ୧୫ କୋଟି ବେତନ ମଧ୍ୟରୁ ଭତ୍ତା ବାବଦରେ ୪.୪୫ କୋଟି, କମିସନ ବାବଦରେ ୯.୫୩ କୋଟି, ସୁବିଧା ବାବଦରେ ୩୧ ଲକ୍ଷ ଏବଂ ଅବସରକାଳୀନ ସୁବିଧା ବାବଦରେ ୭୧ ଲକ୍ଷ ଟଙ୍କା ନେଇଛନ୍ତି । ତେବେ ରିଲାଏନ୍ସର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବେତନ ବଢ଼ିଚାଲିଛି । ମୁକେଶଙ୍କ ସମ୍ପର୍କୀୟ ନିଖିଳ ଆଉ ମେସୱାନି ଏବଂ ହିତଲ ଆର ମେସୱାନିଙ୍କ ଦରମା ୨୦୧୮-୧୯ ଆର୍ଥିକ ବର୍ଷରେ ୨୦ କୋଟି ୫୭ ଲକ୍ଷ ଟଙ୍କା ଲେଖାଏଁକୁ ବୃଦ୍ଧି ପାଇଛି । କେବଳ ନିଖିଳ ଓ ହିତଲ ନୁହନ୍ତି, କମ୍ପାନୀର ଅନ୍ୟ ପୂର୍ଣ୍ଣକାଳୀନ ନିଦେ୍ର୍ଧଶକମାନଙ୍କ ବେତନରେ ମଧ୍ୟ ଆଖି ଦୃଶିଆ ବୃଦ୍ଧି ଘଟି ଚାଲିଛି । ରିଲାଏନ୍ସ ଇଣ୍ଡଷ୍ଟି୍ରକ ଲିମିଟେଡର ମୁଖ୍ୟ ମୁକେଶଙ୍କ ପତ୍ନୀ ନୀତା ଅମ୍ବାନି ଅଣ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରୁଛନ୍ତି । ନୀତାଙ୍କ ସମେତ  କମ୍ପାନୀର ଅନ୍ୟ ଅଣ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକଙ୍କ କମିସନ ୧.୬୫ କୋଟି ଲେଖାଏଁକୁ ବୃଦ୍ଧି ପାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟଚାର୍ଯ୍ୟ  ୨୦୧୮ ଅକ୍ଟୋବର ୧୭ ରୁ ରିଲାଏନ୍ସ ଇଣ୍ଡଷ୍ଟି୍ରକର ବୋର୍ଡରେ ଯୋଗ ଦେଇଛନ୍ତି । ସେହି ଅନୁଯାୟୀ ତାଙ୍କୁ ଗତ ଆର୍ଥିକ ବର୍ଷରେ ୭୫ ଲକ୍ଷ ଟଙ୍କାରେ କମିସନ ମିଳିଛି । ନୀନା ଅମ୍ବାନିଙ୍କ ସମେତ କମ୍ପାନୀର ଅନ୍ୟ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକମାନେ ଗତ ଆର୍ଥିକ ବର୍ଷରେ ବୈଠକରେ ଯୋଗ ଦେବା ବାବଦରେ ୭ ଲକ୍ଷ ଟଙ୍କା ଲେଖାଏଁ ପାଇଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ଏ ବାପଦରେ ସେମାନେ ୬ ଲକ୍ଷ ଟଙ୍କା ଲେଖାଏଁ ପାଇଥିଲେ । ମୁକେଶ ଓ ମେସୱାନି ଭ୍ରାତାଙ୍କ ସମେତ ପ୍ରସାଦ ଓ କପିଲ କମ୍ପାନୀର ପୂର୍ଣ୍ଣକାଳୀନ ନିଦେ୍ର୍ଧଶକଭାବେ କାର୍ଯ୍ୟ କରୁଛନ୍ତି । ସେହିଭଳି ନୀତା ଅମ୍ବାନି ଏବଂ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ସମେତ ମାନସିଂହ ଏଲ ଭକ୍ତ, ଯୋଗେନ୍ଦ୍ର ପି ତି୍ରବେଦୀ, ଦୀପକ ସି ଜୈନ, ରଘୁନାଥ ଏ ମାସେଲକର, ଆଦିଲ ଜୈନୁଲଭାଇ, ରାମିନ୍ଦର ସିଂହ ଗୁଜରାଲ ଏବଂ ସୁମିତ ବାନାର୍ଜୀ କମ୍ପାନୀରେ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରୁଛନ୍ତି ।

     

    Maximum 500 characters

    ଅର୍ଥନୀତି View all

    Find Us on Facebook