Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡ଼ିଲା କଳିଙ୍ଗ ହସ୍ପିଟାଲ

    Share on :
    Date: Jul 21, 2019    Views: 45

    ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲରେ ଦୁର୍ବ୍ୟବହାର ପ୍ରଦର୍ଶନ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି । ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ) ତାଲିକାରୁ ହସ୍ପିଟାଲକୁ ବାଦ୍ ଦିଆଯାଇଛି । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ସୂଚନା ଦେଇଛନ୍ତି ।

    କିଛି ଦିନ ତଳେ କେନ୍ଦୁଝରରେ ଜଣେ ବ୍ୟକ୍ତି କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା ବେଳେ ମୃତୁ୍ୟବରଣ କରିଥିଲେ । ସେ ଓଏଟିଏଫ ଅର୍ଥରୁ ଚିକିତ୍ସିତ ହେଉଥିଲେ । ତାହା ସତ୍ତ୍ୱେ ତାଙ୍କର ଚିକିତ୍ସା ଅର୍ଥ ବାକି ରହିଥିବା ଦର୍ଶାଇ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହକୁ ଛାଡ଼ୁ ନାହାନ୍ତି ବୋଲି ପରିବାର ଲୋକେ ବିଧାୟକ ଶ୍ରୀ ମାଝୀଙ୍କୁ ଜଣାଇଥିଲେ । ଶ୍ରୀ ମାଝୀ ହସ୍ପିଟାଲ ଯାଇ ଏ ନେଇ ଆଲୋଚନା କରିଥିବା ବେଳେ ହସ୍ପିଟାଲର ଅଧିକାରୀମାନେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏ ନେଇ ଶ୍ରୀ ମାଝୀ ବିଧାନିଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ବାଚସ୍ପତି ରୁଲିଂ ଦେଇଥିଲେ ।

    ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଣାଇଥିଲେ, ବାଚସ୍ପତିଙ୍କ ରୁଲିଂ ଅନୁଯାୟୀ ୪ ଜଣିଆ କମିଟି ଗଠନ କରି ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ଉକ୍ତ କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ଆଧାରରେ କଳିଙ୍ଗ ହସ୍ପିଟାଲ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍ଟିଏଫ୍) ତାଲିକାରୁ ବାଦ ଦିଆଯାଇଛି । ସେହିପରି ଅନ୍ୟ ସମସ୍ତ ଘରୋଇ ହସ୍ପିଟାଲ ଯେଉଁମାନେ କି ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରେ ତାଲିକାଭୁକ୍ତ ହୋଇଛନ୍ତି, ସେହିସବୁ ହସ୍ପିଟାଲଗୁଡ଼ିକ ଯେପରି ଓଏସ୍ଟିଏଫର ମାର୍ଗଦର୍ଶିକାକୁ ନିୟମନିଷ୍ଠ ଭାବେ ପାଳନ କରିବା ପାଇଁ ଏବଂ ଆଗାମୀ ଦିନରେ ଏହାର ପୁନରାବୃତ୍ତି ନ ଘଟିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏହାର ତଦାରଖ କରିବା ନିମନ୍ତେ ଡାକ୍ତରୀ ଶିକ୍ଷା ଓ ତାଲିମ ନିଦେ୍ର୍ଧଶକଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook