Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୨ ମାସ ଖେଳିବେନି ଧୋନି

    Share on :
    Date: Jul 20, 2019    Views: 87

    ନୂଆଦିଲ୍ଲୀ:  ଆସନ୍ତା ୨ ମାସ ପାଇଁ କ୍ରିକେଟ ଖେଳିବେ ନାହିଁ  ଭାରତୀୟ ଟିମର ୱିକେଟକିପର ତଥା ଅନୁଭବୀ ବ୍ୟାଟସମ୍ୟାନ ମଦେନ୍ଦ୍ର ସିଂ ଧୋନୀ ।  ୨ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ସେ ବିସିସିଆଇ ଅବଗତ କରିଛନ୍ତି ।  ଅନ୍ୟପକ୍ଷରେ ସେ  ଏବେ ଅବସର ଗ୍ରହଣ କରୁନଥିବା ନେଇ ସ୍ପଷ୍ଟ କରିଛନ୍ତି ।

    ପ୍ରକାଶ ଯେ,  ବିଶ୍ୱକପରେ  ନୁ୍ୟଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚରେ ପରାଜୟ ପରେ ଧୋନି ଅବସର ଗ୍ରହଣ କରିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ତେବେ  ଖୋଦ ଧୋନି ଅବସର  କଥାକୁ ଖଣ୍ଡନ କରି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । 

     ଧୋନୀ ନିଜର ସନ୍ନ୍ୟାସ ଏବଂ ୱେଷ୍ଟଇଣ୍ଡିଜ ଗସ୍ତକୁ ନେଇ ହେଉଥିବା ବିଭିନ୍ନ ଆଲୋଚନା ଉପରେ ବିରାମ ଲଗାଇଛନ୍ତି । ୩୮ ବର୍ଷିୟ ଧୋନୀ ବିସିସିଆଇକୁ ଆସନ୍ତା ୨ମାସ ଯାଏଁ କୌଣସୀ ଇଭେଂଟ ଖେଳିବେ ନାହିଁ ବୋଲି କହିଛନ୍ତି । ସେ ଆସନ୍ତା ୨ମାସ ପାଇଁ ଦଳରୁ ବାହାରେ ରହିବେ ।ତେବେ ଏହି ୨ମାସ ସେ ସୈନ୍ୟ ରେଜିମେଂଟରେ ରହିବେ ବୋଲି କହିଛନ୍ତି ।

    ଏଥିରୁ ସ୍ପଷ୍ଟ ଯେ ଧୋନୀ କାରବିଆନ ଗସ୍ତରେ ଯାଉନାହାନ୍ତି । ଯାହା ଆସନ୍ତା ଅଗଷ୍ଟ ୩ରୁ ଆରମ୍ଭ ହେବାକୁ ଯାଉଛି ।

    Read more

    ବିଶ୍ୱକପ ପରେ ଅବସର ନେବେ ଧୋନି !

    ଭୁବନେଶ୍ୱର : ଅବସର ନେବେ ମହେନ୍ଦ୍ର ସିଂହ ଧୋନି  । ଚଳିତ ବିଶ୍ୱକପ କ୍ରିକେଟ ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି  ।   
    ସମ୍ପ୍ରତି ଭାରତ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିସାରିଛି  । ଯଦି ଭାରତ ...

    Read more

    ଧୋନିଙ୍କ ଆଉଏକ କୀର୍ତ୍ତିମାନ

    ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ୱିକେଟ୍କିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ରେ ଆଉଏକ ରେକଡର଼୍ର ଅଧିକାରୀ ହୋଇଛନ୍ତି । ଧୋନି ଭାରତ ପକ୍ଷରୁ ଖେଳି ୱିକେଟ୍କିପର ଭାବେ ଷ୍ଟମ୍ପିଂରେ ଶତକ ପୂରଣ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ...

    Read more

    ପଦ୍ମ ଭୂଷଣ ପାଇଁ ଧୋନିଙ୍କ ନାମ ପ୍ରସ୍ତାବ ଦେଲା ବିସିସିଆଇ

    ନୂଆଦିଲ୍ଲୀ: ବିସିସିଆଇ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାମକୁ ପଦ୍ମ ଭୂଷଣ ପାଇଁ ପ୍ରସ୍ତାବ ଦେଇଛି । ପଦ୍ମ ଭୂଷଣ ଦେଶର ୩ୟ ସର୍ବୋଚ୍ଚ ସମ୍ମାନ । ବିସିସିଆଇ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ବିସିିସିଆଇ ତରଫରୁ ପଦ୍ମଭୂଷଣ ...

    Maximum 500 characters

    ଖେଳ ଖବର View all

    Find Us on Facebook