Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

banner

ଖେଳ ଖବର

ମୁଖ୍ୟ ଖବର

    ତେରଛା ବାଣ ମାରିଲେ ଦୂତି

    Share on :
    ajab-Image
    Date: Jul 16, 2019    Views: 423

    ନୂଆଦିଲ୍ଲୀ: ଭାରତର ୧ ନମ୍ବର ଧାବିକା ଦୂତି ଚାନ୍ଦ ଖେଳ ତୁଳନାରେ ଅଧିକ ବିବାଦ ଘେରରେ ରହଛନ୍ତି । ହରମୋନ ବିବାଦ ହେଉ ଅଥବା ସମଲିଙ୍ଗୀ ସଂପର୍କକୁ ନେଇ ଆଲୋଚନା ହେଉ, ଦୂତିଙ୍କୁ ଅନେକ ଲୋକ ସମାଲୋଚନା କରିଛନ୍ତି । ସେ ଯାହା ହେଉ ଦୂତି ଚାନ୍ଦ ଟ୍ରାକରେ ପରାଜୟ ସ୍ୱୀକାର କରିନାହିଁ । ଓଡ଼ିଶାର ଝିଅ ଦୂତି ଚାନ୍ଦ ନିକଟରେ ୱାର୍ଲ୍ଡ ୟୁନିଭରସିଟି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିଣି ଦେଶର ଗୌରବ ବଢ଼ାଇଛନ୍ତି । ସେ ସ୍ୱର୍ଣ୍ଣପଦକ ସହିତ ସ୍ୱଦେଶ ଫେରିଛନ୍ତି । ସ୍ୱଦେଶ ଫେରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି, ପଦକ ବିରୋଧୀମାନଙ୍କୁ ଏହା କଡ଼ା ଜବାବ । ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ବିଜୟୀ ହେବାରେ ଦୂତି ପ୍ରଥମ ଖେଳାଳି । 

    ୨୩ ବର୍ଷୀୟ ଦୂତି ଚାନ୍ଦ ଇଟାଲିରେ ଆୟୋଜିତ ୟୁନିଭରସିଟି ଗେମ୍ସରେ ଭାରତର ତ୍ରିରଙ୍ଗା ଉଡ଼ାଇଥିଲେ । ସେ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ରେକର୍ଡ କରିଥିଲେ । ମାତ୍ର ୨୦୦ ମିଟର ଦୌଡ଼ରେ ହାତରୁ ପଦକ ଖସାଇ ଦେଇଥିଲେ । ସ୍ୱଦେଶ ଫେରିବା ପରେ ଦୂତି ଗଣମାଧ୍ୟମକୁ କହିଛନ୍ତି, ଯେଉଁ ବ୍ୟକ୍ତିମାନେ ନିଜର ବ୍ୟକ୍ତିଗତ ମାମଲା ନେଇ ବୟାନ ଦେଉଥିଲେ, ସେମାନଙ୍କୁ କଡ଼ା ଜବାବ ମିଳିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook