Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଛାତ୍ର ମୃତ୍ୟୁ ଘଟଣାରେ ୩ ନିଲମ୍ବିତ, ୨ ବହିଷ୍କୃତ

    Share on :
    ajab-Image
    Date: Jul 16, 2019    Views: 235

    ମାଲକାନଗିରି: ମାଲକାନଗିରି ସଦର ଥାନା ଅନ୍ତର୍ଗତ ଗଙ୍ଗଲା ସେବାଶ୍ରମରେ ଛାତ୍ର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟ ତଦନ୍ତ ପରେ ୩ ଜଣଙ୍କୁ ନିଲମ୍ବନ କରାଯାଇଥିବାବେଳେ ୨ ଜଣଙ୍କୁ ବହିଷ୍କାର କରାଯାଇଛି । ସେବାଶ୍ରମର ପ୍ରଧାନ ଶିକ୍ଷକ, ଜଣେ ସହକାରୀ ଶିକ୍ଷକ ଓ ମ୍ୟାଟ୍ରନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସେହିପରି ୨ ଜଣ ରୋଷେୟାଙ୍କୁ ବହିଷ୍କାର କରାଯାଇଛି । 

    ଏଠାରେ ଉଲ୍ଲେଖ ଯୋଗ୍ୟ, ସେବାଶ୍ରମରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ଅମିତ କାଲେକୁରା ଗତ ଦୁଇ ଦିନ ତଳେ ହଷ୍ଟେଲ୍‌କୁ ଆସିଥିଲେ । ଗତକାଲି ଏକ ପୋଖରୀରେ ଗାଧୋଉ ଥିବାବେଳେ ସେ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେବାଶ୍ରମରେ ବ୍ୟାପକ ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଥିଲା । ତେବେ ଉପ ଜିଲ୍ଲାପାଳ ପହଁଚି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

    Maximum 500 characters

    Find Us on Facebook