Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    କ୍ଷୀରର ଶୁଦ୍ଧତା ପରୀକ୍ଷା କରିବାର ଉପାୟ

    Share on :
    ajab-Image
    Date: Jul 14, 2019    Views: 293

    ଖାଦ୍ୟଦ୍ରବ୍ୟ ବିଶୁଦ୍ଧ ହେବା ନିତ୍ୟାନ୍ତ ଆବଶ୍ୟକ। ବିଶୁଦ୍ଧ ଖାଦ୍ୟଦ୍ରବ୍ୟ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ମାତ୍ର ଖାଦ୍ୟରେ ବିଭିନ୍ନ ପ୍ରକାର ପଦାର୍ଥ ମିଶାଯାଉଥିବାରୁ ଏହାର ଶୁଦ୍ଧତା ନଷ୍ଟ ହୋଇଯାଏ। ତେଣୁ ଖାଦ୍ୟଦ୍ରବ୍ୟର ଶୁଦ୍ଧତା ପରିକ୍ଷା କରିବା ପାଇଁ କିଛି ଉପାୟ ରହିଛି। ଜାଣନ୍ତୁ କେତେକ ଖାଦ୍ୟକୁ କେଉଁ ଉପାୟରେ ପରୀକ୍ଷା କରି ଏହାର ଶୁଦ୍ଧତା ଜାଣିପାରବେ
    କ୍ଷୀର –
    କ୍ଷୀରରେ ପାଣି ମିଶିଥିଲେ –
    କ୍ଷୀରରେ ଯଦି ପାଣି ମିଶିଥାଏ, ତେବେ ଏହାକୁ ପରୀକ୍ଷା କରିବା ପାଇଁ ଏକ ସମତଳ ପୃଷ୍ଠରେ କ୍ଷୀର ବୁନ୍ଦାଏ ନେଇ ପକାନ୍ତୁ। ଏଥିରେ ପାଣି ମିଶିଥିଲେ ଏହା ସଙ୍ଗେ ସଙ୍ଗେ ଗଡ଼ି ଆସିବ ଓ ଯେଉଁ ଧାରାରେ ଗଡ଼ିଥିବ କୌଣସି ଚିହ୍ନ ରହିବ ନାହିଁ। ସେପରିପରି ଯଦି କ୍ଷୀରରେ ପାଣି ମିଶିନଥାଏ ତେବେ ଏହା ସମତଳ ପୃଷ୍ଠରେ ପକାଇବା ପରେ ସ୍ଥିର ହୋଇ ରହିବ କିମ୍ବା ଯେଉଁ ଧାରାରେ ବହିବ ସେଠାରେ ଧଳାରଙ୍ଗର ଦାଗ ସୃଷ୍ଟି ହେବ।

    କ୍ଷୀରରେ ଡ଼ିଟରଜେଣ୍ଟ ମିଶିଥିଲେ –

    ସମ ପରିମାଣରେ କ୍ଷୀର ଓ ପାଣି ନିଅନ୍ତୁ। ଏହାକୁ ଏକ ବୋତଲରେ ନେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଯେଉଁ କ୍ଷୀରରେ ଡ଼ିଟରଜେଣ୍ଟ ମିଶିଥିବ ଫେଣ୍ଟିବା ପରେ ବୋତଲ ଭିତରେ ସର ଭଳି ମୋଟାର ଏକ ଆସ୍ତରଣ ସୃଷ୍ଟି ହେବ।

    ଯେଉଁ କ୍ଷୀରରେ ଡ଼ିଟରଜେଣ୍ଟ ମିଶିନଥିବ ଫେଣ୍ଟିବା ପରେ ଖୁବ ପତଳା ଧରଣର ଆସ୍ତରଣ ସୃଷ୍ଟି ହେବ।
    କ୍ଷୀରରେ ମିଶିଥିଲେ –

    କ୍ଷୀରରେ ପାଉଡ଼ର କିମ୍ବା ଅନ୍ୟ କୌଣସି ଦ୍ରବ୍ୟ ମିଶିଥିଲେ ଏହାକୁୁ ପରୀକ୍ଷା କରିବା ପାଇଁ ଅନ୍ୟ ଏକ ସହଜ ଉପାୟ ହେଉଛି କିଛି କ୍ଷୀରରେ ଆୟୋଡ଼ିନର କିଛି ବୁନ୍ଦା ମିଶାନ୍ତୁ। ଏହାପରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହୋଇ ନୀଳ ରଙ୍ଗ ହେବ। ଯାହା କ୍ଷୀରରେ ଅନ୍ୟ ଦ୍ରବ୍ୟ ମିଶିଥିବା ପ୍ରମାଣ ଦେଇଥାଏ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook