Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

RURAL

ମୁଖ୍ୟ ଖବର

    ଲାଞ୍ଚୁଆ ସରକାରୀ କର୍ମଚାରୀ ଗିରଫ

    Share on :
    ajab-Image
    Date: Jul 12, 2019    Views: 455

    ବଲାଙ୍ଗିର:  ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ । ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀ ।  ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ବାଲିଚାଲାଣ ପାଇଁ ଟ୍ରାଞ୍ଜିଟ ପାସ କରାଇ  ଦେବାକୁ ସମ୍ପୃକ୍ତ ଅତିରିକ୍ତ ତହସିଲଦାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।  ତେବେ ଏନେଇ  ବରଗଡ଼, ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ମିଳିତ ଚଢଉ କରି ତାଙ୍କୁ ଗିରଫ କରିଛି ।  ସମ୍ପୃକ୍ତ ଅତିରିକ୍ତ ତହସିଲଦାର ଶ୍ରୀ ଚୌଧୁରୀଙ୍କୁ ଗିରଫ କରାଯିବା ପରେ ତାଙ୍କ ଦେଓଗାଁ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଚଢଉ ଜାରି ରହିଛି । 

    Maximum 500 characters

    Find Us on Facebook