Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ପରଦାକୁ ଆସିଲା ହ୍ରିତିକ୍‍ଙ୍କ ‘ସୁପର ୩୦’

    Share on :
    Date: Jul 12, 2019    Views: 81

    ମୁମ୍ବଇ : ହ୍ରିତିକ୍‍ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ଶୁକ୍ରବାର ମୁକ୍ତିଲାଭ କରିଛି। ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ୍‍ ପସନ୍ଦ ଆସୁଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଚଳଚ୍ଚିତ୍ର ଓ ହ୍ରିତିକଙ୍କ ଅଭିନୟର ବହୁତ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି। ପ୍ରାୟ ୨.୫ ବର୍ଷ ପରେ ହ୍ରିତିକ୍‍ ‘ସୁପର ୩୦’ ଜରିଆରେ ବଡ଼ ପରଦାକୁ ଫେରିଛନ୍ତି। ଚଳଚ୍ଚିତ୍ର ସମୀକ୍ଷକଙ୍କ ମତାନୁସାରେ, ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ୧୨-୧୪ କୋଟି ଟଙ୍କାର ବ୍ୟବସାୟ କରିପାରେ। ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୮୫ କୋଟି ରହିିଛି। ଏହାକୁ ସାରା ଦେଶରେ ୩୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରାଯାଇଛି।

    ଉଲ୍ଲେଖଯୋଗ୍ୟ,‘ସୁପର ୩୦’ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ। ବିକାଶ ବହଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ହ୍ରିତିକ୍‍ଙ୍କ ବ୍ୟତୀତ ମୃଣାଳ ଠାକୁର, ପଙ୍କଜ ତ୍ରିପାଠୀ ଓ ଅମିତ ସାଧ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

    Maximum 500 characters

    କଳା View all

    Find Us on Facebook