Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଟ୍ରକ୍‌ ଧକ୍କାରେ ଦୁଇ ମୃତ

    Share on :
    ajab-Image
    Date: Jul 12, 2019    Views: 262

    ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ମଲିଙ୍ଗି ରାସ୍ତାରେ ଟ୍ରକ୍‌ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଚଢ଼ିଆପଲ୍ଲୀ ଗାଁର ରାମ ଗୌଡ଼ ଓ କୃଷ୍ଣ ନାୟକ । ରାମ ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସେମାନଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା କରାଯାଇଥିବା ନେଇ ରାମଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । 

     ସୂଚନା ମୁତାବକ, ରାମଙ୍କର ଟୁକୁ ପାଢ଼ୀ ନାମକ ଏକ ବ୍ୟକ୍ତିଙ୍କ ସହିତ ବଚସା ହୋଇଥିଲା । ଏହା ପରେ ତାଙ୍କ ଘର ଉପରେ ଗତକାଲି ରାତିରେ ବୋମା ମାଡ଼ କରାଯାଇଥିଲା । ଏ ନେଇ ରାମ ଥାନାକୁ ଅଭିଯୋଗ କରିବାକୁ ଯାଉଥିଲେ । ଏହି ସମୟରେ କୃଷ୍ଣ ଲିପ୍ଟ ମାଗି ତାଙ୍କ ସହିତ ଯାଉଥିଲେ । ଥାନାକୁ ଯିବା ବେଳେ ଏକ ଟ୍ରକ୍‌ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଛି । 

    ଏହା ଦୁର୍ଘଟଣା ନୁହେଁ ହତ୍ୟା ବୋଲି ପରିବାର ଲୋକ କହିଛନ୍ତି । ସେମାନେ ଟୁକୁ ପାଢ଼ୀ ଓ ତାଙ୍କ ଭଣଜାଙ୍କ ନାଁରେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି । ଦୁଇ ଜଣଙ୍କର ମଧ୍ୟରେ ବ୍ୟବସାୟିକ ଶତ୍ରୁତା ଥିଲା ବୋଲି ଜଣାପଡ଼ିଛି । ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

    Maximum 500 characters

    Find Us on Facebook