Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ବୟସ ଅନୁସାରେ ଖାଆନ୍ତୁ ଲୁଣ ଓ ଚିନି

    Share on :
    Date: Jul 11, 2019    Views: 115

    ସୁଆଦିଆ ଖାଦ୍ୟ ପ୍ରତି ଅବା କାହାର ଲୋଭ ନ ଆସେ? ଏସବୁ ଭୋଜନରେ ଲୁଣ ଓ ଚିନିର ପରିମାଣ ସାମାନ୍ୟ ଅଧିକ। ତେବେ ଜାଣିରଖିବା ଉଚିତ ଯେ ନିଜ ବୟସ ଅନୁସାରେ ହିଁ ଚିନି-ଲୁଣର ଉପଯୋଗ ଖାଦ୍ୟରେ କମ୍ କରିବା ହିଁ ଉଚିତ। ବଲିଉଡ ତାରକା ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଐଶ୍ବର୍ୟ୍ୟା ରାୟ, କରୀନା କପୁର ଖାନ୍, ନିଜ ଦୈନନ୍ଦିନ ଖାଦ୍ୟରେ ଚିନିର ବ୍ୟବହାର ଆଦୌ କରନ୍ତି ନାହିଁ। ଏହା ହିଁ ସେମାନଙ୍କ ଫିଟ୍ ରହିବାର ପ୍ରମୁଖ ରହସ୍ୟ। ଦିଲ୍ଲୀର ନାମକରା ବିଶେଷଜ୍ଞ ଡାକ୍ତର ସିଲେଶ୍ ତିୱାରୀ ବୟସ ଅନୁଯାୟୀ ଲୁଣ ଓ ଚିନିର ଉପଯୋଗିତାକୁ ନେଇ ଏକ ତାଲିକା ପ୍ରସ୍ତୁତ କରିଛନ୍ତି।

    ବର୍ଷକରୁ ୩ ବର୍ଷର ପିଲା ଦୈନିକ ଅତିବେଶୀରେ ୨.୫ ମିଲିଗ୍ରାମ୍ ଲୁଣ ଖାଇବା ସହ ଚିନି ଆଦୌ ନ ଖାଇବା ଭଲ।
    ୪ ରୁ ୮ ବର୍ଷର ପିଲା ୩ ଗ୍ରାମ୍ ଲୁଣ ବିଭିନ୍ନ ବ୍ୟଞ୍ଜନ ଉପଯୋଗରେ ଖାଇବା ସହ ଚିନି ନିୟମିତ ୧ ଚାମଚ ହିଁ ଖାଇବା ଭଲ।
    ୯ ବର୍ଷରୁ ୫୦ ବର୍ଷ ବୟସର ବୟସ୍କମାନେ ୩.୭୫ ମିଲିଗ୍ରାମ୍ ଲୁଣ ଓ ୩ଚାମଚ ଚିନି ଖାଇବା ଭଲ।
    ୫୦ ବର୍ଷରୁ ଅଧିକ ବୟସ୍କ ଲୋକେ ନିଜ ଖାଦ୍ୟପେୟ ବାବଦରେ ସଚେତନ ହେବା ନିତାନ୍ତ ଜରୁରୀ। ଖୁବ୍ କମ୍ ମାତ୍ରାରେ ଲୁଣ ଓ ଚିନିର ଉପଯୋଗରେ ଏମାନେ ଖାଦ୍ୟ ଖାଇବା ଉଚିତ।
    ଲୁଣ-ଚିନିର ଉପଯୋଗ ପ୍ରତି ସଚେତନ ନ ହେଲେ ଆଗାମୀ ଦିନରେ ମଧୁମେହ, ଉଚ୍ଚରକ୍ତଚାପ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସର୍ବାଧିକ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook