Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାପା ଗୁଣ୍ଡା ପଠାଅନି....

    Share on :
    Date: Jul 11, 2019    Views: 207

    ଉତ୍ତରପ୍ରଦେଶ :  ବାପା ବହୁତ ହୋଇଗଲା । ମୁଁ ମୋ ନିଜ ଇଚ୍ଛା ଅନୁସାରେ  ମୋ ମନ ପସନ୍ଦର ପୁଅକୁ ବିବାହ କରିସାରିଛି ।  ମୁଁ ମୁଣ୍ଡରେ ସିନ୍ଦୂର ନାଇଛି ।  ଏହି ସିନ୍ଦୂର ଫେଶନ  ପାଇଁ ନୁହେଁ, ବରଂ ମୋ ସ୍ୱାମୀଙ୍କ ପାଇଁ ଲଗାଇଛି । ଏବେ ଆମକୁ ହଇରଣ କରନ୍ତୁ ନାହିଁ ।  ଆମ ପଛରେ ଗୁଣ୍ଡା ପଠାଅ ନାହିଁ । .....

    ଏହା ଆପଣଙ୍କୁ କୌଣସି  ସିନେମା ବା ଯାତ୍ରାର ସଂଳାପ ଲାଗୁଥାଇପାରେ । କିନ୍ତୁ ନାଁ ।  ଏହି କୌଣସି ସଂଳାପ ନୁହେଁ, ବରଂ ଜଣେ ବିଧାୟକଙ୍କ ଝିଅର ଗୁହାରି । ଘରୁ ପଳାଇ ଆସି ବିବାହ କରିବା ପରେ ବାପାଙ୍କୁ ତାଙ୍କ ପଛରେ ଗୁଣ୍ଡା ନପଠାଇବା ପାଇଁ ଅପିଲ କରୁଥିବା ଏକ ଭିଡିଓ ଭାଇରାଲ ପରେ ଏହା ଜଣାପଡ଼ିଛି । 

    ପ୍ରକାଶ ଯେ, ଉତ୍ତରପ୍ରଦେଶର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅର ଭିଡିଓ ଭାଇରାଲ ହୋଇଛି ।  ଭିଡିଓରେ ଯୁବତୀଜଣକ ନିଜ ଇଚ୍ଛା ଅନୁସାରେ ବାହା ହୋଇଥିବା କହୁଛନ୍ତି ।  ସ୍ୱଇଚ୍ଛାରେ ବାହା ହୋଇଥିବାରୁ ବାପା ତାଙ୍କୁ ହଇରାଣ କରୁଥିବା କହୁଛନ୍ତି ।  ବିଧାୟକ ବାପା ତାଙ୍କ ପଛରେ ଗୁଣ୍ଡା ଲଗାଇ ହଇରାଣ କରୁଥିବା ଜଣାଉଛନ୍ତି ।  ବାପା ବହୁତ ହୋଇଥିଲା, ଏବେ ଏସବୁ ବନ୍ଦ କର ବୋଲି ଭିଡିଓରେ ଝିଅ ନିବେଦନ କରିଛନ୍ତି । 

    ତେବେ ଝିଅର ଭିଡିଓ ଭାଇରାଲ ହେବା ପରେ ବିଧାୟକ ବାପା ରାଜେଶ ମିଶ୍ରା କହିଛନ୍ତି ଯେ,  ଝିଅ ସାବାଳିକା, ସେ ତା ନିଷ୍ପତ୍ତି ନେଇପାରିବ । ମୋର କିଛି କହିବାର ନାହିଁ । 

    Read more

    ଅନ୍ତରଙ୍ଗ ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

    ଭଦ୍ରକ: ସୋସିଆଲ ମିଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ ହେବାରେ ରୋକିବାକୁ ପୁଲିସ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏହା ଉପରେ ରୋକ ଲାଗି ପାରୁନି । ବରଂ ଦିନକୁ ଦିନ ଏହି ଘଟଣା ଘଟିଚାଲିଛି । ଏପରି ପୁଣି ଏକ ଘଟଣା ସାମନାକୁ ଆସିଛି ।  ଭଦ୍ରକ ...

    Read more

    ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ : ଭାଇରାଲ ଭିଡିଓରେ ଥିବା ଯୁବତୀ ଅଟକ

    ଭୁବନେଶ୍ୱର : ଭାଇରାଲ ଭିଡ଼ିଓକୁ ନେଇ ଉନ୍ମୟ ପାଢ଼ୀଙ୍କ ହତ୍ୟାକାଣ୍ଡ ହୋଇଥିବା ସନେ୍ଦହ କରାଯାଉଥିବାବେଳେ ପୁଲିସ ଭିଡ଼ିଓରେ ଥିବା ଯୁବତୀ ଓ ତାଙ୍କ ବୟ ଫ୍ରେଣ୍ଡକୁ ଅଟକ ରଖିଛି  । ସେମାନେ କୋଲକାତା ଖସି ପଳାଉଥିବାବେଳେ ତାଙ୍କୁ ପୁଲିସ ଅଟକାଇବାରେ ସମର୍ଥ ...

    Read more

    ଭାଇରାଲ ଭିଡ଼ିଓ, ଅପରାଧିକୁ ନଧରିଲେ ଆତ୍ମହତ୍ୟା କରିବାକୁ ଯୁବତୀଙ୍କ ଚେତାବନୀ

    ଭୁବନେଶ୍ୱର : ଭିଡ଼ିଓ ଭାଇରାଲ୍ ହେବା ପରେ ଜନୈକା ଯୁବତୀ ଥାନାରେ ଲିଖିତ ମାମଲା ଦେବା ସହ ଅପରାଧିକୁ ନଧରିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଯାଜପୁର ରୋଡ଼ ଥାନାରେ ସେ ଦେଇଥିବା ଏତଲାରେ ଦର୍ଶାଇଛନ୍ତିଯେ, ସେ ଏକ ମୋବାଇଲ କମ୍ପାନୀର ଆଉଟଲେଟ୍ରେ ଚାକିରୀ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook