Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଖଣ୍ଡେ ୨ ହଜାର ଟଙ୍କିଆର ଛପାଖର୍ଚ୍ଚ ୩ ଟଙ୍କା ୫୩

    Share on :
    Date: Jul 11, 2019    Views: 63

    ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳେ ପ୍ରଚଳନରେ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ କରି ଦେଲେ । ଏହା ବଦଳରେ ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ଆଣିଲେ । ବିମୁଦ୍ରୀକରଣ ପରେ ୨୦୧୭-୧୮ ରେ ଖଣ୍ଡେ ୨ ହଜାର ଟଙ୍କିଆ ନୋଟ ଛାପିବାକୁ ରିଜର୍ଭ ବ୍ୟାଙ୍କକୁ ୪ ଟଙ୍କା ୧୮ ପଇସା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ୨୦୧୮-୧୯ ରେ ଏଥିରେ ୬୫ ପଇସା ବା ୧୮ ପ୍ରତିଶତ ହ୍ରାସ ଘଟିଛି । ଫଳରେ ୨୦୧୮-୧୯ରେ ଖଣ୍ଡେ ୨ ହଜାର ଟଙ୍କିଆ ନୋଟ ଛାପିବାକୁ ରିଜର୍ଭ ବ୍ୟାଙ୍କକୁ ୩ ଟଙ୍କା ୫୩ ପଇସା ଖର୍ଚ୍ଚ କରିବାକୁ ପଡ଼ିଛି । ରିଜର୍ଭ ବ୍ୟାଙ୍କର ଶତ ପ୍ରତିଶତ ସହାୟକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡରେ ହିଁ କେବଳ ୨ ହଜାର ଟଙ୍କିଆ ନୋଟ୍ ଛପା ଯାଇଥାଏ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପକ୍ଷରୁ ରାଜ୍ୟସଭାରେ ପ୍ରଦାନ କରାଯାଇଥିବା ଏକ ଲିଖିତ ଉତ୍ତରରୁ ଏହା ଜଣାଯାଇଛି । ସେହିଭଳି ଏହି କାରଖାନାରେ ୫୦୦ ଏବଂ ୨୦୦ ଟଙ୍କିଆ ନୋଟର ଛପା ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି । ୨୦୧୭-୧୮ରେ ଖଣ୍ଡେ ୫୦୦ ଟଙ୍କିଆ ନୋଟ୍ ଛାପିବାକୁ ୨ ଟଙ୍କା ୩୯ ପଇସା ଖର୍ଚ୍ଚ ହେଉଥିବା ବେଳେ ୨୦୧୮-୧୯ରେ ଏହା ୨ ଟଙ୍କା ୧୩ ପଇସାକୁ କମିଛି । ୨୦୧୭-୧୮ ରେ ଖଣ୍ଡେ ୨୦୦ ଟଙ୍କି÷ଆ ନୋଟ୍କୁ ଛାପିବା ଲାଗି ୨ ଟଙ୍କା ୨୪ ପଇସା ଆବଶ୍ୟକ ପଡୁଥିବା ବେଳେ ୨୦୧୮-୧୯ ରେ ଏହା ୨ ଟଙ୍କା ୧୫ ପଇସାକୁ କମିଛି  । ଅନ୍ୟ ପକ୍ଷାରେ ସିକୁ୍ୟରିଟି ପ୍ରିଣ୍ଟିଂ ଆଣ୍ଡ ମିଣ୍ଠିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡର ଗୋଟିଏ ୫୦୦ ଟଙ୍କିଆ ଏବଂ ୨୦୦ ଟଙ୍କିଆ ନୋଟ୍ ଛାପିବା ବାବଦ ଖର୍ଚ୍ଚ ୨୦୧୭-୧୮ ଏବଂ ୨୦୧୮-୧୯ ରେ ସମାନ ରହିଛି । ୫୦୦ ଟଙ୍କିଆ ନୋଟର ଛପା ଖର୍ଚ୍ଚ ୩ ଟଙ୍କା ୩୭ ପଇସା ଏବଂ ୨୦୦ ଟଙ୍କିଆ ନୋଟର ଛପା ଖର୍ଚ୍ଚ ୩ ଟଙ୍କା ୧୨ ପଇସା ରହିଛି । ନୋଟ୍ ଛାପି ବାବଦରେ ୨୦୧୭-୧୮ (ଜୁଲାଇ-ଜୁନ) ରେ ୭୯୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୬-୧୭ ରେ ଏହି ରାଶି ୪୯୧୨ କୋଟି ଟଙ୍କା ରହିଥିଲା ।

    Maximum 500 characters

    ଅର୍ଥନୀତି View all

    Find Us on Facebook