Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଖେଳ ଖବର

ମୁଖ୍ୟ ଖବର

    ନୁ୍ୟଜିଲାଣ୍ଡ ବୋଲିଂ କୋଚଙ୍କ ଚେତାବନୀ ସତ ହେବକି ?

    Share on :
    ajab-Image
    Date: Jul 10, 2019    Views: 1485

    ମାଞ୍ଚେଷ୍ଟର: ଗତକାଲିର ବର୍ଷା ବାଧକ ପରେ ଆଜି ଖେଳାଯାଉଛି ପ୍ରଥମ ସେମିଫାଇନାଲର ବାକି ରହିଥିବା ଖେଳ । ଭାରତକୁ ୨୪୦ ରନର ବିଜୟ ଲକ୍ଷ୍ୟ ଦେଇଛି ନୁ୍ୟଜିଲାଣ୍ଡ   । ତେବେ ଭାରତର  ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ମାତ୍ର ୨୪ରନରେ ଭାରତ ତାର ବହୁମୂଲ୍ୟ ୪ଟି ୱିକେଟ  ହରାଇ ଦେଇଛି । ଏହା ଦେଖିବା ପରେ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି । ପୂର୍ବରୁ ନୁ୍ୟଜିଲାଣ୍ଡର ବୋଲିଂ କୋଚ ଶେନ ଜର୍ଗେନସେନ ଦେଇଥିବା ଚେତାବନୀ କଣ ସତ ହେବ । 

    ପ୍ରକାଶ ଯେ, ନ୍ୟୁଜିଲାଣ୍ଡର ବୋଲିଂ କୋଚ ଶେନ୍ ଜର୍ଗେନସେନ ଭାରତକୁ ଚେତାବନୀ ଦେଇଥିଲେ ।  ଜର୍ଗେନସେନ କହିଥିଲେ ତାଙ୍କ ଦଳ ପ୍ରଥମ ସେମିଫାନାଲରେ ଭାରତୀୟ ଦଳର ମଧ୍ୟକ୍ରମକୁ ଛାରଖାର କରି ରଖିଦେବ ।

    ଜର୍ଗେନସେନ କହିଥିଲେ, ଆମକୁ ଜଲଦି ୱିକେଟ ନେବାକୁ ପଡିବ । ରୋହିତ ଶର୍ମା ଏବଂ କେଏଲ ରାହୁଲ ଦମ୍‌ଦାର ଫର୍ମରେ ଅଛନ୍ତି । ଯଦି ଆମେ ଏହି ଦୁଇ ଖେଳାଳିଙ୍କୁ ଶୀଘ୍ର ଆଉଟ କରିଦେଲୁ, ତେବେ ଯାଇ ମଧ୍ୟକ୍ରମ ଉପରେ ପ୍ରେସର ପକାଇ ପାରିବୁ, ଯାହା ତାଙ୍କ ପାଇଁ ବହୁତ ବଡ ଝଟକା ହେବ । ଆମେ ଚାହୁଁଛୁ ଯେ, ଏମ୍‌ ଏସ୍ ଧୋନି ଶୀଘ୍ର କ୍ରିଜକୁ ଆସନ୍ତୁ ଏବଂ ଆମେ ତାଙ୍କୁ ଏକ୍ସପୋଜ୍ କରିପାରିବୁ । ଧୋନିଙ୍କ ଉପରେ ବହୁତ ପ୍ରେସର ରହିଛି ଏବଂ ସେ ବର୍ତ୍ତମାନ ସୁଦ୍ଧା ଫିନିସର ଭାବରେ ନିଜର ରୋଲ୍ ଦେଖାଇବାରେ ବିଫଳ ହୋଇଛନ୍ତି ।  

    ଜର୍ଗେନସେନ ଆହୁରି କହିଥିଲେ ଯେ, ଆମେ ଭାରତକୁ ସାମ୍ନା କରିବା ପାଇଁ ଖୁସି ଅଛୁ । ସେମିଫାଇନାଲରେ ସ୍ଥାନ ପାଇବା ପାଇଁ ଆମେ ବହୁତ ପରିଶ୍ରମ କରିଛୁ, କିନ୍ତୁ ଆମେ ଯେଉଁଭଳି ଭାବରେ ଲିଗ ସ୍ତରକୁ ଶେଷ କରିବା ପାଇଁ ଚାହିଁଥିଲୁ ସେଭଳି କରିପାରିଲୁ ନାହିଁ  ବୋଲି ଜର୍ଗେନସେନ  କହିଥିଲେ ।  

    Maximum 500 characters

    ଖେଳ ଖବର View all

    Find Us on Facebook