Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଆସିବ ନୂଆ କଏନ

    Share on :
    Date: Jul 5, 2019    Views: 199

    ନୂଆଦିଲ୍ଲୀ:  ମାର୍କେଟକୁ ଆସିବ ନୂଆ କଏନ । ଖୁବଶୀଘ୍ର ବଜାରରେ ପ୍ରଚଳିତ ହେବ ନୂଆ କଏନ । ମାର୍କେଟକୁ ନୂଆ ଆସିବା ନେଇ ଆଜି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
    ତେବେ ୧ ଟଙ୍କିଆ, ୨ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ନୂଆ କଏନ ମାର୍କେଟକୁ ଆସୁଛି । ନୂଆ କଏନ ଦୃଷ୍ଟିହୀନଙ୍କ ପାଇଁ ବେଶି ସୁବିଧା ହେବ । ଦୃଷ୍ଟିହୀନମାନେ କଏନ ସବୁକୁ କେମିତି ସହଜରେ ଚିହ୍ନଟ କରିପାରିବେ ସେଥିପାଇଁ ବଜାରକୁ ନୂଆ କଏନ ଆସିବ । ଦୃଷ୍ଟିହୀନ ବ୍ୟକ୍ତି କଏନ ଧରି ସଠିକ ଜାଣି ପାରନ୍ତିନି ଉକ୍ତ କଏନର ମୂଲ୍ୟ । ଫଳରେ ସେମାନେ ଅନେକ କ୍ଷେତ୍ରରେ ଠକାମୀର ଶିକାର ମଧ୍ୟ ହୁଅନ୍ତି । ତେଣୁ ସେ ସବୁକୁ ରୋକିବାକୁ ମାର୍କେଟକୁ ନୂଆ କଏନ ଆସୁଛି । ଯାହା ଦୃଷ୍ଟିହୀନଙ୍କ ପାଇଁ ଅଧିକ ଫାଇଦା ହେବ ।

    ମାର୍କେଟକୁ ଆସୁଥିବା ନୂଆ କଏନକୁ ୭ ମାର୍ଚ୍ଚ ୨୦୧୯ରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ତେବେ ନୂଆ କଏନ ଖୁବ ଶୀଘ୍ର ବଜାରକୁ ଆସିବ ବୋଲି ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

    Read more

    ୨୭ ଲକ୍ଷ ୮୬ ହଜାର ୩୪୯ କୋଟିର ବଜେଟ

    ନୂଆଦିଲ୍ଲୀ : ଦୀର୍ଘସୂତ୍ରୀ ଯୋଜନା ସହ ଦେଶ ପ୍ରଗତିର ସୁନେଲୀ ସ୍ୱପ୍ନ ଦେଖାଇଛନ୍ତି ମୋଦି ସରକାର  । ଦେଶର ଅର୍ଥନୀତି ଆକାଶ ଛୁଅାଁ ହେବ, ଗ୍ରାମୀଣ ଇଲାକାରେ ସାଧାରଣ ଲୋକଙ୍କ ଜୀବନଯାପନର ମାନ ବଦଳିବ  । ସମସ୍ତଙ୍କ ଘରକୁ ବିଜୁଳି, ଗ୍ୟାସ, ଶୌଚାଳୟ ସହ ପିଇବା ପାଣି ବି ...

    Read more

    ଆଶା ଓ ବିଶ୍ୱାସର ବଜେଟ: ମୋଦି

    ନୂଆଦିଲ୍ଲୀ: ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୨୦୧୯-୨୦ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ହୋଇଯାଇଛି। ଚଳିତବର୍ଷ ବଜେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱପ୍ନର ବଜେଟ୍‌ ବୋଲି ଆଖ୍ୟାୟିତ କରିଛନ୍ତି। ଏହି ବଜେଟ୍‌ ଅନେକ ବର୍ଗଙ୍କୁ ...

    Read more

    ଉଚ୍ଚ ଶିକ୍ଷା ପାଇଁ ୪୦୦କୋଟି ବ୍ୟୟ ବରାଦ

    ନୂଆଦିଲ୍ଲୀ: ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା  ସମୟରେ  ଭାରତକୁ ପୁଣି ଶିକ୍ଷା କ୍ଷେତ୍ରରେ କେନ୍ଦ୍ର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ ସୀତାରମଣ ଉପସ୍ଥାପନାରେ କହିଛନ୍ତି । ଭାରତରେ ଶିକ୍ଷା କ୍ଷେତ୍ରରେ ସୂଚ୍ଛତା ପାଇଁ ପ୍ରୟାସ ଜାରି ରହିଛି । ...

    Maximum 500 characters

    ଅର୍ଥନୀତି View all

    Find Us on Facebook