Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତ୍ମରକ୍ଷା ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି: ନିରଞ୍ଜନ

ବାରବାଟୀରେ କ୍ରିକେଟ ଟିକଟ ପାଇଁ ପରିଚୟପତ୍ର ଜରୁରୀ: ଓସିଏ

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆ ବର୍ଷକୁ କମିବ ପିଆଜ ଦର: ରଣେନ୍ଦ୍ର ସ୍ୱାଇଁ

ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ: ଖଣିମନ୍ତ୍ରୀ

ଧରାପଡ଼ିଲେ ୪ ନକଲି ଶିକ୍ଷକ

ପିଆଜ ଦର ନିୟନ୍ତ୍ରଣ ପାଇଁ ବୈଠକ

ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ୨ ଗିରଫ, ମୋଟ ଗିରଫ ସଂଖ୍ୟା ହେଲା ୬

ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

କାଳିଆ ହିତାଧିକାରୀ ତାଲିକାରେ ପୂର୍ବତନ ବିଧାୟକଙ୍କ ବୋହୂ

ନିଖୋଜଙ୍କ ଗଳିତ ମୃତଦେହ ଠାବ

banner

ଅର୍ଥନୀତି

ମୁଖ୍ୟ ଖବର

    ବଜେଟ ସଂକ୍ଷେପରେ

    Share on :
    ajab-Image
    Date: Jul 5, 2019    Views: 217

    ଆୟକର : ପାନ୍‌ କାର୍ଡ ନଥିଲେ ଆଧାର ନମ୍ବର ଦେଇ ଆୟକର ରିଟର୍ଣ୍ଣ ଦାଖଲ କରିହେବ ।

    ତେଲଦର : ପେଟ୍ରୋଲ,ଡିଜେଲ ଦର ଉପରେ ଅତିରିକ୍ତ ୧ ଟଙ୍କାର ସେସ ଆଦାୟ ହେବ । ଫଳରେ ଏଗୁଡିକର ଦର ବଢିବ ।

    ଆୟକର : ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବାର୍ଷିୟ ଆୟ ଉପରେ କୌଣସି ଆୟକର ଦେବାକୁ ପଡିବ ନାହିଁ । ୨ କୋଟିରୁ ୫ କୋଟି ଟଙ୍କାର ଆୟ ଉପରେ ୩ ପ୍ରତିଶତ ଓ ୫ କୋଟିରୁ ଅଧିକ ଆୟ ଉପରେ ୭ ପ୍ରତିଶତ ସରଚାର୍ଜ ପଡିବ । ଅର୍ଥାତ ଅଧିକ ଆୟକାରୀଙ୍କ ଉପରେ ଅଧିକ ଟିକସ ପଡିବ ।

    ଟିକସ : ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ବର୍ଷକୁ ୧ କୋଟିରୁ ଅଧିକ ଟଙ୍କାର ନଗଦ ଉଠାଣ କଲେ ୨% ଟିଡିଏସ କଟିବ ।

    ଟିକସ : କର୍ପୋରେଟ ଟିକସରେ ରିହାତି । ୪୦୦ କୋଟି ବା ଅଧିକ ଟଙ୍କାର କାରବାର କରୁଥିବା କମ୍ପାନିକୁ ୨୫ ପ୍ରତିଶତ ଟିକସ ଦେବାକୁ ହେବ । ପୂର୍ବରୁ ଏହି କାରବାର ସୀମା ୨୫୦ କୋଟି ଥିଲା ।

    ଟିକସ : ଷ୍ଟାର୍ଟଅପରେ ନିବେଶ କଲେ କ୍ୟାପିଟାଲ ଗେନ ଟାକ୍ସ ପଡିବ ନାହିଁ ବା ରିହାତି ମିଳିବ । 

    ଇଲେକ୍ଟ୍ରିକ କାର : ଇଲେକ୍ଟ୍ରିକ କାର ଉପରେ ଜିଏସଟି ପରିମାଣ ୫ ପ୍ରତିଶତକୁ ହ୍ରାସ । ଋଣ ଉପରେ ସବସୀଡି ।

    ଟିକସ : ଟିକସ ଆଦାୟ ବ୍ୟବସ୍ଥାକୁ ଅଧିକ ସରଳ କରାଯିବ । ପ୍ରତ୍ୟକ୍ଷ ଟିକସ ଆଦାୟ ୭୮ ପ୍ରତିଶକ ବୃଦ୍ଧି ପାଇଛି । 

    ପର୍ୟ୍ୟଟନ : ଘରୋଇ ଓ ବିଦେଶୀ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାର ଦେଶରେ ୧୭ଟି ବିଶ୍ୱସ୍ତରୀୟ ପର୍ୟ୍ୟଟନ ସ୍ଥଳୀର ବିକାଶ କରିବେ 

    ଆଧାର : ଭାରତୀୟ ପାସପୋର୍ଟ ଥିବା ପ୍ରବାସୀ ଭାରତୀୟଙ୍କୁ ଆଧାର କାର୍ଡ ପ୍ରଦାନ କରାଯିବ ।

    ଶ୍ରମ : ସରକାର ବିଭିନ୍ନ ଶ୍ରମ ଆଇନକୁ ମିଶାଇ ମୋଟ ୪ଟି ଶ୍ରମ ଆଇନରେ ପରିଣତ କରିବେ ।

    ଶିକ୍ଷା : ଭାରତୀୟ ଶିକ୍ଷାନୁଷ୍ଠାନକୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ସରକାର ଷ୍ଟଡି ଇନ ଇଣ୍ଡିଆ କାର୍ୟ୍ୟକ୍ରମ ଆରମ୍ଭ କରିବେ । ଜାତୀୟ ଗବେଷଣା ଫାଉଣ୍ଡେସନ ଓ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ଗଠନ କରାଯିବ । ନୂଆ ଶିକ୍ଷା ନୀତି ଆସିବ । 

    ପାନୀୟ ଜଳ : ପ୍ରତି ଘରେ ପିଇବା ପାଣି ପହଞ୍ଚାଇବାକୁ ‘ହର ଘର ଜଲ’ ଯୋଜନା ଆରମ୍ଭ କରାଯିବ । 

    ବିଦେଶୀ ପୁଞ୍ଜି ନିବେଶ : ଖୁଚୁରା, ମିଡିଆ ଓ ବିମାନଚଳାଚଳ କ୍ଷେତ୍ରକୁ ଏଫଡିଆଇ ପାଇଁ ଖୋଲାଯିବ ।

    ରେଳବାଇ : ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ଆଧୁନୀକିକରଣ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ପଡିିବ । ଏତେ ପରିମାଣର ପୁଞ୍ଜିନିବେଶ ସଂଗ୍ରହ ପାଇଁ ଘରୋଇ କ୍ଷେତ୍ରକୁ ମଧ୍ୟ ରେଳବାଇର ବିଭିନ୍ନ ପ୍ରକଳ୍ପରେ ସହଭାଗୀ କରାଯିବ ।

    ନୂଆ କଏନ : ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ କଏନ ଆସିବ । ଦୃଷ୍ଟିହୀନଙ୍କ ଚିହ୍ନିବା ପାଇଁ ନୂଆ ମୁଦ୍ରାରେ ବିଶେଷ ବ୍ୟବସ୍ଥା ରହି ବ ।

    ପୁଞ୍ଜି ପ୍ରତ୍ୟାହାର : କେତେକ ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଯୋଜନା । ଚଳିତ ଆର୍ଥିକ ବର୍ଷରେ ୧ଲକ୍ଷ ୫ ହଜାର କୋଟି ପୁଞ୍ଜି ପ୍ରତ୍ୟାହାର ହେବ ।

    Maximum 500 characters

    ଅର୍ଥନୀତି View all

    Find Us on Facebook