Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

କଳା

ମୁଖ୍ୟ ଖବର

    ଦୁଃଖିତ ଅକ୍ଷୟ କୁମାର

    Share on :
    ajab-Image
    Date: Jul 5, 2019    Views: 163

    ଏଇ କିଛି ଦିନ ତଳେ ଥାଇଲାଣ୍ଡରୁ ନିଜ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ସୁଟିଂ ଶେଷ କରି ଫେରିଛନ୍ତି ଖିଲାଡି ଅକ୍ଷୟ କୁମାର । ରୋହିତ ସେଟ୍ଟିଙ୍କ ନିଦେ୍ର୍ଧଶିତ ଏଇ ଚଳଚ୍ଚିତ୍ରରେ ତାଙ୍କ ସହ କ୍ୟାଟି୍ରନା କେଫ କାମ କରୁଛନ୍ତି । ସୂର୍ଯ୍ୟବଂଶୀ ଚଳିତ ବର୍ଷ ଡିସେମ୍ବରରେ ମୁକ୍ତିଲାଭ ହେବାର ଯୋଜନା ଅଛି । ପ୍ରାୟ ଦେଢ଼ ମାସ ଥାଇଲାଣ୍ଡରେ ରହିବା ପରେ ଅକ୍ଷୟ ଘରକୁ ଫେରିଥିଲେ ।  ଗେହ୍ଲୀ ଝିଅ ନିତାରାକୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଫେରିବା ପରେ ତୁରନ୍ତ ଲଣ୍ଡନ ଛୁଟି କାଟିବାକୁ ଯିବେ । ପୂର୍ବରୁ ଟିକେଟ ବୁକିଂ ମଧ୍ୟ ହୋଇସାରିଥିଲା । ଯଥାଦିନ ଅକ୍ଷୟ ଝିଅ ନିତାରା ଓ ପତ୍ନୀ ଟ୍ୱିଙ୍କିଲଙ୍କ ସହ ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ମୁମ୍ବାଇରେ ମୂଷଳ ବର୍ଷା ଆରମ୍ଭ ହୋଇସାରିଥାଏ । ବିମାନବନ୍ଦରରେ ପହଞ୍ଚିବା ପରେ ପାଇଲଟ ଅବଗତ କରାଇଲେ ଯେ ପୁରା ରନ ୱେ ବର୍ଷା ପାଣିରେ ଉବୁଟୁବୁ । ଏଣୁ ଉଡାଣ ଭରିବା ଅସମ୍ଭବ । ଫ୍ଲାଇଟକୁ ବାତିଲ କରାଗଲା । ଅକ୍ଷୟ ଓ ତାଙ୍କ ପତ୍ନୀ ପରିସ୍ଥିତି ବୁଝିପାରିଲେ । କିନ୍ତୁ ନିତାରା ଅବୁଝା ହୋଇଗଲେ । ବିମାନବନ୍ଦରରେ କାନ୍ଦି କାନ୍ଦି ଅଥୟ ହେଲେ ଯେପରି ହେଉ ସେ ଛୁଟି କାଟିବାକୁ ଲଣ୍ଡନ ଯିବେ । ଝିଅର କାନ୍ଦ ଦେଖି ଅକ୍ଷୟ ମନଦୁଃଖରେ ଶେଷରେ ଘରକୁ ଫେରିଥିଲେ । ଯଥାଶୀଘ୍ର ମୁମ୍ବାଇରେ ସ୍ୱାଭାବିକ ପରିସ୍ଥିତି ହେଲେ ଅକ୍ଷୟ ଝିଅକୁ ନେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ ବୋଲି ସେ କହିଛନ୍ତି ।

    Maximum 500 characters

    କଳା View all

    Find Us on Facebook