ମୁଖ୍ୟ ଖବର
ଭୁବନେଶ୍ୱର: ନକଲି ବିଏଡ୍ ଓ ସିଟି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଛନ୍ତି ପ୍ରାଥମିକ ଶିକ୍ଷକ । ପଦୋନ୍ନତି ବି ପାଇଛନ୍ତି । ଅଧିକାଂଶ ଜିଲ୍ଲାରେ ଶିକ୍ଷକମାନେ ନକଲି ସାର୍ଟିଫିକେଟ ତଥା ଯୋଗ୍ୟତା ନଥାଇ ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ ତନାଘନା ଆରମ୍ଭ ହୋଇଛି । ଶିକ୍ଷକଙ୍କ ଯୋଗ୍ୟତା ତଥା ସାର୍ଟିଫିକେଟ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ଓ ଓସେପା ନିଦେ୍ର୍ଧଶକଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସେପ୍ଟେମ୍ବର ୩୦ ସୁଦ୍ଧା ଡିପିସି ଓ ବିଇଓ ସମସ୍ତ କନିଷ୍ଠ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ କରିବେ । ଅକ୍ଟୋବର ୧୫ ରେ ଯାଞ୍ଚ ସାରି ଗଣଶିକ୍ଷା ବିଭାଗକୁ ରିପୋଟ ର୍ ଦେବେ । ଜାଲ୍ ସାର୍ଟିଫିକେଟ ଦେଇଥିବା ଧରାପଡ଼ିଲେ ସମ୍ପୃକ୍ତ ଶିକ୍ଷକଙ୍କୁ ବହିଷ୍କାର ପରି କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏଭଳି ନିଦେ୍ର୍ଧଶ ଦେବା କି ନକଲି ଶିକ୍ଷକ ଧରାପଡ଼ିବା ଭଳି ଘଟଣା ବାରମ୍ବାର ହୋଇଚାଲିଛି । ଗତ ୩ ବର୍ଷ ହେଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ନକଲି ଶିକ୍ଷକଙ୍କ ପ୍ରାଦୁର୍ଭାବ ବଢ଼ି ବଢ଼ି ଚାଲିଛି । ଅଭିଯୋଗ ହେବା ପରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଉଛି । ତେବେ ପରବର୍ତ୍ତୀ ସମୟରେ ଫଳ ଶୂନ । ୨୦୧୫ ନଭେମ୍ବରରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଶିକ୍ଷକମାନଙ୍କ ସାର୍ଟିଫିକେଟ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ୬ ଥର ଚିଠି ଲେଖାଯାଇଛି । ତଥାପି ଶିକ୍ଷା ଅଧିକାରୀ ରିପୋର୍ଟ ପ୍ରଦାନ କରିବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଫଳସ୍ୱରୂପ ନକଲି ସାର୍ଟିଫିକେଟ ଦେଇ ଚାକିିରି ପାଇଥିବା ଶିକ୍ଷକଙ୍କ ଧରାଯାଇପାରୁନାହିଁ ।
ଏବେ ପୁଣି ଅଭିଯୋଗ ଆସିଛି ଯେ କନିଷ୍ଠ ଶିକ୍ଷକ ଓ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ନକଲି ସାର୍ଟିଫିକେଟ ଦାଖଲ କରିଛନ୍ତି । ତେଣୁ ନିୟମିତ ହେବା ପୂର୍ବରୁ ସମସ୍ତ କନିଷ୍ଠ ଶିକ୍ଷକଙ୍କ ଶିକ୍ଷାଗତ ଓ ତାଲିମପ୍ରାପ୍ତ ପ୍ରମାଣ ପତ୍ର ଯାଞ୍ଚ କରାଯିବ । ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ସାର୍ଟିଫିକେଟ୍ ଠିକ୍ ଅଛି କି ନାହିଁ? କେଉଁ ଅନୁଷ୍ଠାନରୁ ପାସ୍ ସାର୍ଟିଫିକେଟ ପାଇଛନ୍ତି । ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନରୁ ବିଏଡ ଓ ସିଟି ପାସ୍ କରିଥିଲେ ଉକ୍ତ ଅନୁଷ୍ଠାନ କୌଣସି ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କି ନୁହେଁ? ନକଲି ଶିକ୍ଷାନୁଷ୍ଠାନ ହୋଇଥିଲେ ତାହାର ଯାଞ୍ଚ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି ।
ଆହୁରି କୁହାଯାଇଛି ଯେ, ଯେଉଁ ଶିକ୍ଷକଙ୍କ ପ୍ରମାଣ ପତ୍ର ଠିକ୍ ବୋଲି ଜଣାପଡ଼ିବ ତାହା ଯାଞ୍ଚ ହେଲା ବୋଲି ସରକାରଙ୍କୁ ଜଣାଇବେ । ଯେଉଁଠି ନକଳି ସାର୍ଟିଫିକେଟ ମିଳିବ ସଙ୍ଗେ ସଙ୍ଗେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ନ ହେଲେ ଏ ନେଇ ସରକାରଙ୍କୁ ସୁପାରିଶ କରିବେ । ଯାଞ୍ଚ ପ୍ରକି୍ରୟାକୁ ତ୍ୱରାନ୍ୱିତ କରିବା ଲାଗି ଏକ କମିଟି ଗଠନ ହୋଇଛି । କମିଟିରେ ଥିବା ସଦସ୍ୟମାନେ ଯାଞ୍ଚ ବ୍ୟବସ୍ଥାର ଟିକିନିଖି ଅନୁଧ୍ୟାନ କରିବେ ।
Comments ସମସ୍ତ ମତାମତ 0