Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ରଥଯାତ୍ରାରେ ସେଲ୍ଫିସ୍ ଦିଲ୍

    Share on :
    Date: Jun 30, 2019    Views: 123

    ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଦରଦ ଦେଖାଇଲେ ସିନେ ପ୍ରଯୋଜକ । ଯେତେବେଳେ ଲୋକେ ରହିବା ପାଇଁ ଘର, ପିଇବା ପାଇଁ ପାଣି ଆଉ ବୈଶାଖୀ ଝାଞ୍ଜିରୁ ମୁକ୍ତି ପାଇବାକୁ ପବନ ପାଇଁ ବିଜୁଳି ଟିକିଏ ଖୋଜୁଛନ୍ତି, ସେତେବେଳେ ସିନେମା ଦେଖି ମନୋରଞ୍ଜନ କରିବାକୁ କାହା ମନରେ ପୁଲକ ଆସିବ? ଖାସ ସେଇଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ସାରି ଗଣମାଧ୍ୟମରେ ମୁକ୍ତିଲାଭର ତାରିଖ ଘୋଷଣା କରି ମଧ୍ୟ ନୂଆ ଫିଲ୍ମ ସେଲଫିସ୍ ଦିଲ୍’ ରଜ ସିଜିନକୁ ବାଏ କରିଦେଲା । ଆଗକୁ ଓଡ଼ିଶାବାସୀଙ୍କ ପାଇଁ ‘ରଜ’ ଠାରୁ ବଡ଼ ପର୍ବ ଆସୁଛି ‘ରଥଯାତ୍ରା’ । ରଥଯାତ୍ରା ବି ସିନେମା ରିଲିଜର ଆଉ ଏକ କ୍ରେଜି ସିଜିନ । ରଥଯାତ୍ରାରେ ରିଲିଜ କରିବ ‘ସେଲଫିସ୍ ଦିଲ୍’ । ଏଥିରେ ନବାଗତ ଆକ୍ସନ ଓ ରୋମାଣ୍ଟିକ ଷ୍ଟାର ଶ୍ରେୟାନଙ୍କ ହିରୋଇକ ଲୁକ, ଦମଦାର ଅଭିନୟ ଓ ସଂଳାପ ଏବଂ ନିପୁଣ ନୃତ୍ୟ ଦେଖିବାକୁ ମିଳିବ । ଶ୍ରେୟାନଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଅଭିଜ୍ଞତା ସମ୍ପନ୍ନା ଅଭିନେତ୍ରୀ ସୂର୍ଯ୍ୟମୟୀ । ‘ସେଲଫିସ୍ ଦିଲ୍’ର ନିଦେ୍ର୍ଧଶନା ଦେଇଛନ୍ତି ପ୍ରେମ, ପାରିବାରିକ ଆବେଗ, ରୋମାନ୍ସ, ସସପେନ୍ସ ଓ ଆକ୍ସନ ଓ ଇମୋସନ ସବୁ ପ୍ରକାର ମସଲା ଭରି ରହିଛି । ସବୁ ବର୍ଗର ଦର୍ଶକଙ୍କୁ ସୁହାଇବା ଭଳି ଭିନ୍ନ ଏକ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ରରେ ଥିବା ଗୀତ-ସଙ୍ଗୀତ ବି ସିନେ ପ୍ରେମୀଙ୍କ କାନରେ ବାଜିଲାଣି । ‘ଭିଜା ଭିଜା ଏଇ ପବନ, ନୂଆ ନୂଆ ଲାଗେ ଜୀବନ, ଯୁଆଡେ ଗଲେ ଯେଉଁଠି ଥିଲେ, ତତେ ହିଁ କରେ ମୁଁ ଫିଲ, ହାଏରେ ମୋ ସେଲଫିସ୍ ଦିଲ୍’ ଏହା ହେଉଛି ଚଳଚ୍ଚିତ୍ରର ଟାଇଟଲ ସଙ୍ଗ । ଏହା ବ୍ୟତୀତ ହାଏରେ ମୋ ଅନାରକଲି, ପ୍ରେମ ହୋଇଗଲା ଛାଏଁ ଛାଏଁ କେବେ ଠାରୁ ମୋ ପ୍ରେମର ହାୱା ବାଜିବ’: ଫିଲ୍ମରେ ଏମିତି ଭିନ୍ନ ସ୍ୱାଦର ପ୍ରେମ ବିରହୀ ସଙ୍ଗୀତ ରହିଛି । ରିଲିଜ ପୂର୍ବରୁ ଗୀତଗୁଡ଼ିକ ସୋସିଆଲ ମିଡିଆରେ ସ୍ଥାନ ପାଇଁ ଦର୍ଶକଙ୍କ ଆଦୃତି ଲାଭ କରିଛି । ହେମନ୍ତ ନାୟକ ପ୍ରଯୋଜିତ ଏବଂ ସୁଶାନ୍ତ ନାୟକ ନିବେଦିତ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ସୌମିତ୍ରୀ ପଲାଇ । ଏଥିରେ ଭେଟେରାନ ଆକ୍ଟର ବିଜୟ ମହାନ୍ତି ବିବିଧ ଚରିତ୍ରରେ ଅବତୀର୍ଣ୍ଣ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ମୁନ୍ନା ଖାନ, ପପି ସନ୍ତୁକା, ସଲିଳ ମିତ୍ର, କେ.କେ.ଗୁଡୁ, କାଳୀ ଓ ଅମର ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ପାରିବାରିକ ପୃଷ୍ଠଭୂମି ଓ ନିଆରା ପ୍ରେମ କାହାଣୀକୁ ନେଇ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ‘ସେଲଫିସ୍ ଦିଲ୍’ର ପ୍ରଯୋଜନା ସଂସ୍ଥା ପଞ୍ଚବଟି ସିନେ କି୍ରଏସନ ଦୃଢ଼ ଆଶା ରଖିଛି । 

    Maximum 500 characters

    କଳା View all

    Find Us on Facebook