Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରଥରେ ଟୋଲ ଗେଟ ଫ୍ରି

    Share on :
    Date: Jun 28, 2019    Views: 125

    ଭୁବନେଶ୍ୱର: ରଥଯାତ୍ରା ସମୟରେ ପୁରୀ ଯାଉଥିବା ଯାତ୍ରୀ ଓ ଭକ୍ତଙ୍କ ପାଇଁ ଖୁସି ଖବର ।  ଚଳିତ ରଥରେ ଟୋଲ ଗେଟ ଫି’କୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ଟୋଲ ଗେଟ ଫି’କୁ ଛାଡ଼ କରାଯାଇଛି ।  କୌଣସି ଗାଡ଼ିକୁ ପିପିଲି ଟୋଲ ଗେଟରେ ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

    ସେହିପରି  ଜାତୀୟ ରାଜପଥରେ ସୁରକ୍ଷା ଦୃଷ୍ଟିରୁ ୫ଟି ଆମ୍ବୁଲାନ୍ସ ରହିବ ।  ଆସନ୍ତା ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଆମ୍ବୁଲାନ୍ସ କାର୍ଯ୍ୟ କରିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । 

    ପ୍ରକାଶ ଯେ, ଆଜି ପୁରୀ ଶ୍ରୀମନ୍ଦିରର ରଥଯାତ୍ରା ପାଇଁ ଶେଷ ସମନ୍ୱୟ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମନ୍ୱୟ ବୈଠକ ଅଧ୍ୟକ୍ଷତା କରିଥିଲେ ।

    ପୁରୀ ଶ୍ରୀମନ୍ଦିରର ରଥଯାତ୍ରା ସୁରୁଖୁରରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଶେଷ ସମନ୍ୱୟ ବୈଠକ ବସିଛି । ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ , ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହା ସହ ବୈଠକରେ ବରିଷ୍ଠ ପୋଲିସ ଅଧିକାରୀ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ସମୀକ୍ଷା ବୈଠକରେ ରଥ ନିର୍ମାଣ ଠାରୁ ଆରମ୍ଭ କରି ଘୋଷଯାତ୍ରାର ନୀତିକାନ୍ତି ଉପରେ ଆଲୋଚନା କରାଯାଇଥିଲା । ପୂର୍ବରୁ ହୋଇଥିବା ସମନ୍ୱୟ ବୈଠକରେ ରଥଯାତ୍ରା ପାଇଁ ଜୁନ ୨୫ ସୁଦ୍ଧା ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

    ଅନ୍ୟପଟେ ରଥାଯାତ୍ରାକୁ ସୁରୁଖୁରରେ ଶେଷ କରିବାକୁ ଜୋରଦାର ପ୍ରସ୍ତୁତି କରିଛି ପୁରୀ ଜିଲ୍ଲା ପ୍ରଶାସନ । ପୁରୀରେ ୫ଶହଟି ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ପିଇବା ପାଣି ପାଇଁ ୩୨ ଟି ଟ୍ୟାଙ୍କର ରଖାଯାଇଛି । ବିଜୁଳି ଓ ଡ୍ରେନ୍ ତଥା ଅନ୍ୟାନ୍୍ୟ କାର୍ୟ୍ୟର ତଦାରଖ ପାଇଁ ୨ ହଜାର ସରକାରୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ଟି ସରକାରୀ ଆମ୍ବୁଲାନ୍ସ ସଜାଗ ରହିବ । ସେହିପରି ଭକ୍ତଙ୍କ ସୁରକ୍ଷା ପାଇଁ ୪ ଜଣ ଆଇଜିଙ୍କୁ ଦାୟିତ୍ୱ ଦିଆଯାଇଛି । ୧୫୫ ପ୍ଲାଟୁନ୍ ଫୋର୍ସ ଏବଂ ପୋଲିସ ଅଧିକାରୀଙ୍କ ୁମିଶାଇ ଏଥର ୧୦ ହଜାର ପୋଲିସ ରଥଯାତ୍ରାରେ ମୁତୟନ ରହିବେ ।

    Maximum 500 characters

    ବିଶେଷ View all

    Find Us on Facebook