Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ଆଇପିଏସ୍‍ସ୍ତରରେ ଛୋଟ ଧରଣର ଅଦଳବଦଳ

Date: Sep 15, 2015    Views: 241

ଭୁବନେଶ୍ୱର,: ଆଇପିଏସ୍‍ ସ୍ତରରେ ରାଜ୍ୟ ସରକାର ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି  । ୧୯୮୬ ବ୍ୟାଚ୍‍ ଆଇପିଏସ୍‍ ଅଫିସର ଏମ୍‍. ନାଗେଶ୍ୱର ରାଓଙ୍କୁ ରେଳବାଇ ଏଡିଜି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ଅଫିସର ଅରୁଣ କୁମାର ରାଓଙ୍କୁ ନିଜ ଦାୟିତ୍ୱ ସହ ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ଶ୍ରୀ ରାଓ ଏବେ ରାଜ୍ୟ ଆର୍ମ ପୋଲିସର ଏଡିଜି ଅଛନ୍ତି  । ସେହିପରି ୧୯୯୦ ବ୍ୟାଚ ଆଇପିଏସ୍‍ ଅଫିସର ମହେନ୍ଦ୍ର ପ୍ରତାପଙ୍କୁ ଏଚଆର୍‍ପିସିର ଏଡିଜି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ୨୦୦୦ ବ୍ୟାଚ୍‍ ଅଫିସର ଜିତେନ୍ଦ୍ର କୋଇଲଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ତାଳଚେରଠାରେ ଅବସ୍ଥାପିତ କରାଯାଇଛି  । ୧୯୯୮ ବ୍ୟାଚ ଆଇପିଏସ୍‍  ଅଫିସର ରାଜେଶ କୁମାରଙ୍କୁ ପୁଲିସ ମୁଖ୍ୟାଳୟରେ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଥିବାବେଳେ ରାଜ୍ୟ କ୍ରାଇମ୍‍ ରେକର୍ଡ ବୁ୍ୟରୋର ଏଡିଜି ଥିବା ୧୯୮୯ ବ୍ୟାଚ୍‍ ଆଇପିଏସ୍‍ ଅଫିସର  ବି. ରାଧିକାଙ୍କୁ ନିଜ ଦାୟିତ୍ୱ ସହ କମୁ୍ୟନିକେସନର ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ଏହି ମର୍ମରେ ଆଜି ଘରୋଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । 


    

Maximum 500 characters