Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଲୋକସଭାରେ ଉଠିଲା ଟୋକନ ସମସ୍ୟା

ରାସ୍ତା ନେଇଛି ୧୮ ହଜାର ମୁଣ୍ଡ

ପିଜି ଛାତ୍ରୀଙ୍କୁ ଏଚଓଡିଙ୍କ ଅସଦାଚରଣ

ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ

ମଧ୍ୟବର୍ତ୍ତିକାଳୀନ ଡ଼ିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

ଡିଜିପିଙ୍କୁ କିକ ପୁରୁଣା ଅଭ୍ୟାସ: ତାରା

ଜେଲ୍ ଓ୍ୱାର୍ଡର ନିଲମ୍ୱିତ

ରାଜଧାନୀରେ ତାତିଲେ ଚାଷୀ

ମାଈ ହାତୀର ମୃତଦେହ ଠାବ

ଭାଇ ସହ ମିଶି ସ୍ୱାମୀକୁ ହାଣିଦେଲା

ଧାନ କିଣା ପ୍ରସଙ୍ଗରେ ବିଜେପି ଆଉ କଂଗ୍ରେସର ହଟ୍ଟଗୋଳ | ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

banner

ତାଜା ଖବର

ମୁଖ୍ୟ ଖବର

    ସହିଦଙ୍କ ପରିବାରକୁ ୨୫ ଲକ୍ଷ

    Share on :
    ajab-Image
    Date: Jun 19, 2019    Views: 171

    ଭୁବନେଶ୍ୱର: ଜାମ୍ମୁ କାଶ୍ମୀର ଅନନ୍ତନାଗରେ ସହିଦ ହୋଇଥିବା ଓଡ଼ିଆ ଯବାନ  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବଡ଼ସୁଆଁଳ ଗ୍ରାମର ଅଜିତ ସାହୁଙ୍କ ପରିବାରକୁ ଅନୁକମ୍ପା ସହାୟତା ରାଶି ଘୋଷଣା କରାଯାଇଛି ।  ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।  ସହାୟତା ରାଶି ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ସହିଦ ଅଜିତ ସାହୁ ଦେଶର ସୁରକ୍ଷା ଓ ଏକତା ପାଇଁ ଚରମ ତ୍ୟାଗ ଓ ବଳିଦାନ ଦେଇଛନ୍ତି । ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ସେ କୋଠର ଭାଷାରେ ନିନ୍ଦା କରିଛନ୍ତି । 

    ଅଜିତଙ୍କ ସହିଦ ହେବା ନେଇ ମଙ୍ଗଳବାର ତାଙ୍କ ଘରକୁ ଫୋନ ଆସିଥିଲା ।  ପୁଲୱାମା ଅରିହଲ ଅଂଚଳରେ ଗତକାଲି ସନ୍ଧ୍ୟାରେ ଆତଙ୍କାବାଦୀମାନେ ସେନା ଗାଡ଼ି ଉପରକୁ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ ଅଜିତ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ତାଙ୍କ ସହିଦ ସମ୍ପର୍କ ଖବର ନେଇ ମଙ୍ଗଳବାର ସକାଳେ ଆର୍ମି କ୍ୟାମ୍ପରୁ ଫୋନ୍‌ ଆସିଥିଲା ।

    ବଡ଼ ସୁଆଁଳ ଗ୍ରାମର ସନ୍ତୋଷ ସାହୁଙ୍କ ପୁଅ ହେଉଛନ୍ତି ଅଜିତ ସାହୁ । ସେ ୨୦୧୫ରେ ସେନାରେ ଯୋଗ ଦେଇଥିଲେ । ଗତ କିଛି ଦିନ ତଳେ ସେ ଘରକୁ ଛୁଟି କଟାଇବାକୁ ଆସିଥିଲେ । ଜାମ୍ମୁ କାଶ୍ମୀର ୧୯ ରେଜିମେଣ୍ଟରେ ତାଙ୍କର ନୂଆକରି ପୋଷ୍ଟିଂ ହୋଇଥିଲା । ଖବର ପାଇବା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook