Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

    Share on :
    Date: Jun 19, 2019    Views: 77

    ଗଞ୍ଜାମ: ଗଞ୍ଜାମ ପୋଲସରା ଥାନା ଅନ୍ତର୍ଗତ ଇଚ୍ଛାପୁର ଗାଁରେ ଜଣେ ଯୁବକଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ପାଣ୍ଡିରିପଡ଼ା ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତ ନାୟକ । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି ।  ଇଚ୍ଛାପୁର ଗାଁରେ ସୁଶାନ୍ତଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରାଯାଇଥିଲା । ତାଙ୍କୁ ବଞ୍ଚାଇବାକୁ ତାଙ୍କର ଦୁଇ ଜଣ ସାଙ୍ଗ ମଧ୍ୟ ଦୌଡ଼ି ଯାଇଥିଲା । ସମସ୍ତଙ୍କୁ ଆକ୍ରମଣ କରାଯାଇଥିଲା । ଏଥିରେ ସୁଶାନ୍ତଙ୍କୁ ପିଟିପିଟି ହତ୍ୟା କରିଥିଲେ । ଏଥିରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ପୂର୍ବତନ ସରପଞ୍ଚଙ୍କ ପୁଅ ସୁଶାନ୍ତ ନାୟକ ବୋଲି ଜଣାପଡ଼ିଥିଲା । ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପାରିପାର୍ଶ୍ୱିତ ସ୍ଥିତିକୁ ଦେଖି ଅନୁମାନ କରାଯାଉଛି । ଆକ୍ରମଣକାରୀ ବଡ଼ ଇଚ୍ଛାପୁର ଗ୍ରାମର ପୂର୍ଣ୍ଣ ନାୟକ ଓ ତାଙ୍କ ପୁଅ ନାରାୟଣ ନାୟକ, ନୀର ନାୟକ ଓ ତାଙ୍କ ପୁଅମାନେ ବୋଲି ସୁଶାନ୍ତଙ୍କ ଭାଇ ସିଧାସଳଖ ଅଭିଯୋଗ କରିଛନ୍ତି ।

    Read more

    ଡାହାଣୀ ସନେ୍ଦହରେ ୪ଜଣଙ୍କ ଗଳା କାଟିଦେଲେ

    ଝାଡ଼ଖଣ୍ଡ: ଆଜି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଜମି ରହିଛି । ଝାଡ଼ଖଣ୍ଡରେ ଡାହାଣୀ ସନ୍ଦେହରେ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।  ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ସିସଇ ମୁଖ୍ୟଳୟ ଠାରୁ ୨୫ କିମି ଦୂରରେ ଥିବା ସିସକାରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଆଜି ଭୋର ୩ଟା ...

    Read more

    ବାପାକୁ ହାଣିଲା ପୁଅ

    ସୋର: ବାପାକୁ ହାଣିଲା ପୁଅ । ସାମାନ୍ୟ ବଚସାରୁ ବାପାକୁ ଆକ୍ରମଣ କରିବାକୁ ପଛାଇଲାନି ପୁଅ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ।
     ସୋର ଅଂଚଳର ଟେଣ୍ଟେଇ ସାହିରେ ଶରତ ମଲିକ ଏବଂ ତାଙ୍କ ବାପା ଜୟକୃଷ୍ଣ ମଲିକ ବାସ କରନ୍ତି । ...

    Read more

    ମାମୁଁଙ୍କୁ ମାରିଦେଲା ଭାଣିଜୀ

    ବାଲେଶ୍ୱର:  ଭାଣିଜୀର କାଠ ଫାଳିଆ ମାଡ଼ରେ ମାମୁଁର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ।  ଚାନ୍ଦିପୁର ଥାନା ସାହାଦା ଗ୍ରାମରେ ଏହି ଅଘଟଣ ଘଟିଛି । ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ଭାଣିଜୀକୁ ଗିରଫ କରିଛି । 

    ପ୍ରକାଶ ଯେ, ବିଭିନ୍ନ କାରଣରୁ ଉଭୟ ମାମୁଁ ଓ ...

    Maximum 500 characters

    ଆଂଚଳିକ View all

    Find Us on Facebook