Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମହିଳାଙ୍କୁ ପୋଡ଼ି ହତ୍ୟା ଅଭିଯୋଗ

    Share on :
    Date: Jun 18, 2019    Views: 87

    କେନ୍ଦୁଝର: ମହୁଲଡିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁରେ ଜଣେ ମହିଳାଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ସ୍ବାମୀ କିରୋସିନି ଢାଳି ପୋଡି ହତ୍ୟା କରିଥିବା ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ସୋମବାର ରାତିରେ ଗାଁରେ ଯାତ୍ରା ଚାଲିଥିବାରୁ ସବୁ ସବୁ ଲୋକ ସେଠାରେ ଥିଲେ । ଏହି ସମୟରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମହିଳାଙ୍କ ସ୍ବାମୀ ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବେ ବୋଲି ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । 

    Read more

    ଡାହାଣୀ ସନେ୍ଦହରେ ୪ଜଣଙ୍କ ଗଳା କାଟିଦେଲେ

    ଝାଡ଼ଖଣ୍ଡ: ଆଜି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଜମି ରହିଛି । ଝାଡ଼ଖଣ୍ଡରେ ଡାହାଣୀ ସନ୍ଦେହରେ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।  ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ସିସଇ ମୁଖ୍ୟଳୟ ଠାରୁ ୨୫ କିମି ଦୂରରେ ଥିବା ସିସକାରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଆଜି ଭୋର ୩ଟା ...

    Read more

    ବାପାକୁ ହାଣିଲା ପୁଅ

    ସୋର: ବାପାକୁ ହାଣିଲା ପୁଅ । ସାମାନ୍ୟ ବଚସାରୁ ବାପାକୁ ଆକ୍ରମଣ କରିବାକୁ ପଛାଇଲାନି ପୁଅ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ।
     ସୋର ଅଂଚଳର ଟେଣ୍ଟେଇ ସାହିରେ ଶରତ ମଲିକ ଏବଂ ତାଙ୍କ ବାପା ଜୟକୃଷ୍ଣ ମଲିକ ବାସ କରନ୍ତି । ...

    Read more

    ମାମୁଁଙ୍କୁ ମାରିଦେଲା ଭାଣିଜୀ

    ବାଲେଶ୍ୱର:  ଭାଣିଜୀର କାଠ ଫାଳିଆ ମାଡ଼ରେ ମାମୁଁର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ।  ଚାନ୍ଦିପୁର ଥାନା ସାହାଦା ଗ୍ରାମରେ ଏହି ଅଘଟଣ ଘଟିଛି । ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ଭାଣିଜୀକୁ ଗିରଫ କରିଛି । 

    ପ୍ରକାଶ ଯେ, ବିଭିନ୍ନ କାରଣରୁ ଉଭୟ ମାମୁଁ ଓ ...

    Maximum 500 characters

    ଆଂଚଳିକ View all

    Find Us on Facebook