Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଜୀବନ୍ତ ବାଉଁଶ ଗଛରେ ପ୍ରସ୍ତୁତ ସୁରା!

    Share on :
    Date: Jun 17, 2019    Views: 177

    ଚାଇନାର ଅନେକ ଅଞ୍ଚଳରେ ଆଜିକାଲି ଜୀବନ୍ତ ବାଉଁଶ ଗଛ ମଧ୍ୟରେ ସୁରା ପ୍ରସ୍ତୁତ କରାଯାଉଛି । ବାଉଁଶ ଗଛରେ କଣା କରି ସତର୍କତାର ସହ ତା ଭିତରେ ସୁରା ଭର୍ତ୍ତି କରି କଣା ବନ୍ଦ କରିଦିଆଯାଉଛି । ଛଅ-ସାତ ମାସ ମଧ୍ୟରେ ସୁରା ପରିପକ୍ୱ (ଜ୍ଞବଗ୍ଧଙ୍କକ୍ସର) ହୋଇଗଲେ, କଣା ଖୋଲି ବାହାର କରାଯାଉଛି । ଗଚ୍ଛିତ ରଖିବାକୁ ଥିଲେ, ବାଉଁଶ କାଟି ନିଆଯାଉଛି । ଏହି ପଦ୍ଧତିରେ ଚାଉଳରୁ ଦେଶୀ ମଦ ପ୍ରସ୍ତୁତ କରାଯାଉଛି, ଯାହାର  ସ୍ୱାଦ ଓ ବାସନା ନିଆରା  । ଚାଇନା ଭ୍ରମଣରେ ଆସୁଥିବା ଇଉରୋପୀୟ ପର୍ଯ୍ୟଟକମାନଙ୍କ ପାଇଁ ଏହା ସମ୍ପ୍ରତି ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି । ଏହି ମଦ୍ୟରେ ସୁରାଂଶ ବା ଆଲକୋହଲ ପରିମାଣ କମ । ଏହା ସ୍ୱାସ୍ଥ୍ୟକାର । ଏହାର ଔଷଧୀୟ ଗୁଣ ମଧ୍ୟ ଥିବା କୁହାଯାଉଛି । ପର୍ଯ୍ୟଟକମାନଙ୍କୁ ଆମୋଦିତ କରିବା ପାଇଁ ସେମାନଙ୍କ ସାମନାରେ ବାଉଁଶ କଣା କରି, ଝରୁଥିବା ସୁରା ପିଆଲାରେ ଢ଼ାଳି, ପରିବେଷଣ କରାଯାଉଛି । କେହି ଏହା ସଙ୍ଗରେ ନେବା ପାଇଁ ଇଚ୍ଛା କଲେ ବାଉଁଶକୁ ଗଣ୍ଠି ଉପରୁ ତଳୁ କାଟି ଦିଆଯାଉଛି । ଫୁଜିଆନ ପ୍ରଦେଶରେ ପ୍ରଥମ ଥର ପାଇଁ ଏହି ପଦ୍ଧତିରେ ସୁରା ପ୍ରସ୍ତୁତି ଆରମ୍ଭ  ହୋଇଥିଲା । ଏବେ ଗୁଆଂଗ୍ଜି, ସିଚୁଆନ ଆଦିରେ ଏହା ଏକ ମୁଖ୍ୟ ବ୍ୟବସାୟ ।

    Maximum 500 characters

    ଅଜବ View all

    Find Us on Facebook