Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଲୋକସଭାରେ ଉଠିଲା ଟୋକନ ସମସ୍ୟା

ରାସ୍ତା ନେଇଛି ୧୮ ହଜାର ମୁଣ୍ଡ

ପିଜି ଛାତ୍ରୀଙ୍କୁ ଏଚଓଡିଙ୍କ ଅସଦାଚରଣ

ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ

ମଧ୍ୟବର୍ତ୍ତିକାଳୀନ ଡ଼ିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

ଡିଜିପିଙ୍କୁ କିକ ପୁରୁଣା ଅଭ୍ୟାସ: ତାରା

ଜେଲ୍ ଓ୍ୱାର୍ଡର ନିଲମ୍ୱିତ

ରାଜଧାନୀରେ ତାତିଲେ ଚାଷୀ

ମାଈ ହାତୀର ମୃତଦେହ ଠାବ

ଭାଇ ସହ ମିଶି ସ୍ୱାମୀକୁ ହାଣିଦେଲା

ଧାନ କିଣା ପ୍ରସଙ୍ଗରେ ବିଜେପି ଆଉ କଂଗ୍ରେସର ହଟ୍ଟଗୋଳ | ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

banner

ଦେଶ ବିଦେଶ

ମୁଖ୍ୟ ଖବର

    ଆତଙ୍କବାଦ ପ୍ରୋତ୍ସାହନକାରୀଙ୍କୁ ନିପାତ କରାଯାଉ: ମୋଦି

    Share on :
    ajab-Image
    Date: Jun 14, 2019    Views: 177

    ବିସ୍କେକ୍‌: କିର୍ଗିଜସ୍ତାନର ରାଜଧାନୀ ବିସ୍କେକଠାରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀର ଶୁକ୍ରବାର ୨ୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ଏହି ଅବସରରେ ମୋଦୀ ପାକିସ୍ତାନକୁ ଚେତାବନୀ ଦେବା ସହିତ ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଏବଂ ପାଣ୍ଠି ଯୋଗାଉଛନ୍ତି ସେମାନେ ଏହି ଘୃଣ୍ୟ କାର୍ୟ୍ୟ ପାଇଁ ଉତ୍ତରଦାୟୀ ରହିବା ଉଚିତ ବୋଲି କହିଛନ୍ତି।

    ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପସ୍ଥିତିରେ ମୋଦୀ କହିଥିଲେ, ଆତଙ୍କବାଦମୁକ୍ତ ସମାଜ ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଆତଙ୍କବାଦର ମୁଳୋତ୍ପାଟନ ଲାଗି ଭାରତ ସର୍ବଦା ଚେଷ୍ଟା କରିଆସୁଛି। ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ରାଷ୍ଟ୍ର ଏକାଠି ହୁଅନ୍ତୁ। ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କୁ ନିପାତ କରାଯାଉ। ଏସସିଓ ଆଞ୍ଚଳିକ ଆତଙ୍କବାଦୀ ନିରୋଧୀ ଷ୍ଟ୍ରକଚର(ଆରଏଟିଏସ) ଅଧୀନରେ ଏ ଦିଗରେ ସହଯୋଗ କରିବାକୁ ଏସସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ବାନ କରିଥିଲେ। ଆତଙ୍କବାଦ ଉପରେ ବିଚାରବିମର୍ଶ ପାଇଁ ଏକ ବିଶ୍ଵସ୍ତରୀୟ ସମ୍ମିଳନୀର ଆୟୋଜନ କରିବା ଲାଗି ମୋଦୀ ଏସସିଓ ରାଷ୍ଟ୍ରମୁଖ୍ୟମାନଙ୍କ ନିକଟରେ ଦାବି କରିଥିଲେ।

    ଏହାବ୍ୟତୀତ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଭାରତ ଆଜି ଶକ୍ତି କ୍ଷେତ୍ରରେ ୫ମ ଉତ୍ପାଦକ ରାଷ୍ଟ୍ର ବୋଲି ମୋଦୀ କହିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook