Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ପହିଲି ରଜ

    Share on :
    Date: Jun 14, 2019    Views: 109

    ଭୁବନେଶ୍ୱର: ଆଜି ହେଉଛି ଓଡ଼ିଶାର ଗଣପର୍ବ ରଜ । ପହିଲି ରଜରେ ଗାଁ ଠୁ ସହର ଯାଏଁ ଧୂମଧାମରେ ପାଳନ ହେଉଛି ରଜ । କୁଆଁରୀ ଝିଅଠାରୁ ଆରମ୍ଭ କରି ମହିଳାମାନେ ବେଶ ଆନନ୍ଦ ମନରେ ରଜ ପାଳନ କରୁଛନ୍ତି । ଘରେ ଘରେ ସବୁ ଝିଅ ବୋହୁମାନେ ନୂଆ ପୋଷାକ, ଶାଢ଼ୀ ପିନ୍ଧି ଦୋଳି ଖେଳୁଛନ୍ତି । ଏହା ସହିତ ପୋଡ଼ ପିଠା ସହିତ ରଜ ପାନର ମଧ୍ୟ ମଜା ନେଉଛନ୍ତି ।  ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ପ୍ରଥମ ଦିନକୁ ପହିଲି ରଜ କୁହାଯାଇଥାଏ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । କୁହାଯାଏ କି ଏହି ଦିନରେ ଧରତ୍ରୀମାତା ରଜସ୍ୱଳା ହୋଇଥାଏ । ସେଥିପାଇଁ ତିନି ଦିନ ପୃଥୀବୀ କିଛି କଷ୍ଟ ଦିଆଯାଏ ନାହିଁ । ସେଥିପାଇଁ ଭୂ ଖନନ କାର୍ୟ୍ୟ ମଧ୍ୟ କରାଯାଏ ନାହିଁ । ଏହି ତିନି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ବିଶେଷ କରି କୁଆଁରୀ ଝିଅମାନଙ୍କୁ କିଛି କାମ କରିବାକୁ ଦିଆଯାଏ ନାହିଁ । ଝିଅମାନଙ୍କୁ ଖାଲି ପାଦରେ ଚାଲିବାକୁ ମନା ହୋଇଥାଏ । ସେମାନଙ୍କୁ କଦଳୀ ପାଟୁଆରେ ନିର୍ମିତ ଚପଲ ପିନ୍ଧିବାକୁ ଦିଆଯାଏ । 

    Maximum 500 characters

    ସଂସ୍କୃତି View all

    Find Us on Facebook