Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ବରିଷ୍ଠ ଓଏଏସ୍‍ ସ୍ତରରେ ଅଦଳବଦଳ

Date: Sep 12, 2015    Views: 315

ଭୁବନେଶ୍ୱର : ରାଜ୍ୟସରକାର ବରିଷ୍ଠ ଓଏଏସ୍‍ ସ୍ତରରେ ଅଦଳବଦଳ କରିଛନ୍ତି  । ବରିଷ୍ଠ ଓଏଏସ୍‍  ଅଫିସର ଗହଡୁ ମିର୍ଦ୍ଧାଙ୍କୁ  ଘରୋଇ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଅଶୋକ କୁମାର ପୃଷେ୍‍ଠଙ୍କୁ ଅତିରିକ୍ତ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି  । ସେହିପରି ପ୍ରଶାନ୍ତ କୁମାର ଦାସଙ୍କୁ ଚକବନ୍ଦୀ ଓ ବନେ୍ଦାବସ୍ତର କମିଶନର ଇନ୍‍ଚାର୍ଜ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ସଂଗ୍ରାମଜିତ୍‍ ନାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଅତିରିକ୍ତ ନିଦେ୍ର୍ଧଶକ ଭାବେ ନିଯୁକ୍ତି ଦିଆଯାଇଛି  । ସେହିପରି ରୁଦ୍ରପ୍ରସନ୍ନ ସାହୁଙ୍କୁ ଜଳସମ୍ପଦ ବିଭାଗର ଆର ଆଣ୍ଡ ଆର ପ୍ରକଳ୍ପ ନିଦେ୍ର୍ଧଶକ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ସୁଶାନ୍ତ କୁମାର ଦାସଙ୍କୁ ଇଡ୍‍କୋର ସିଜିଏମ୍‍ ଭାବେ, ନିଗମାନନ୍ଦ ପଣ୍ଡାଙ୍କୁ ଜଳସଂପଦ ବିଭାଗର ସ୍ପେଶାଲ ଏଲଏ୍‍ଓ ଭାବେ, ରସେଇ ଲାଗୁରୀଙ୍କୁ ସେହି ଜଳସଂପଦ ବିଭାଗର ସ୍ପେଶାଲ ଏଲ୍‍ଏଓ ଭାବେ ଅବସ୍ଥାପିତ କରାଯାଇଛି  । ଅପରପକ୍ଷରେ ହେମନ୍ତ କୁମାର ସିଂଙ୍କୁ ନାରାୟଣପାଟଣା ବିଡ଼ିଓ ଭାବେ ତାଙ୍କ କାର୍ଯ୍ୟ ତୁଲାଇବା ପାଇଁ ନିଦେ୍ର୍ଧଶ ଦିଆଯାଇଥିବା ବେଳେ ରମାକାନ୍ତ ସେଠୀଙ୍କୁ ଛତ୍ରପୁରର ସ୍ପେଶାଲ ଏଲ୍‍ଏଓ ଓ ନମିତା ବିଶ୍ୱାଳଙ୍କୁ କଟକ ମହାନଗର ନିଗମର ସଚିବ ଭାବେ ନିଯୁକ୍ତି ଦିଆଯାଇଛି  । ଏହି ମର୍ମରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।


    

Maximum 500 characters