Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଗାଡି ପୋଡିଲେ ନକ୍ସଲ

    Share on :
    ajab-Image
    Date: Jun 7, 2019    Views: 383

    ରାଉରକେଲା: କିଛିଦିନର ନିରବତା ପରେ ପୁଣି ରାଉରକେଲାରେ ନକ୍ସଲଙ୍କ ପାଦ୍ରୁଭାବ ଦେଖିବାକୁ ମିଳିଛି । ଝାଡଖଣ୍ଡ ସୀମାନ୍ତ ବୋନୋ ହୋଟିଂ ଗ୍ରାମରେ ୪ଟି ଗାଡିକୁ ନକ୍ସଲମାନେ ଜାଳିଦେଇଛନ୍ତି  । ଗତକାଲି ରାତ୍ରରେ ବାଇକରେ କିଛି ଯୁବକ ଆସି ବୋନୋ ହୋଟିଂ ଗ୍ରାମରେ ୨ଟି ହାଇୱା ସହ ୨ଟି ଟ୍ରାକ୍ଟରକୁ ନକ୍ସଲମାନେ ଜାଣି ଦେଇଛନ୍ତି । ଏହାସହ ଫାଙ୍କା ଗୁଳିଚାଳନା ମଧ୍ୟ ସେମାନେ କରିଛନ୍ତି । ଏଥିରେ ଭୟଭୀତ ହୋଇ ଗାଡିର ଡ୍ରାଇଭରମାନେ ଜଙ୍ଗଲ ମଧ୍ୟକୁ ପଳାଇଥିଲେ । ତେବେ ଏହା ନକ୍ସଲ କିମ୍ବା ପିଏଲଏଫଆଇ ସଦସ୍ୟଙ୍କ କାମ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଁଚି କମ୍ବିଂ ଅପରେସନକୁ ଜୋରଦାର କରିଛି ।

    Maximum 500 characters

    Find Us on Facebook